Odisha news

ଆଠଗଡ ଉପଖଣ୍ଡ ଚିକିତ୍ସାଳୟକୁ ଭଗବାନ ଭରଷା।

0
ଆଠଗଡ଼ ତା ୨୧ -୨-୨୪   ଆଠଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ରୋଗୀ ସେବା ବିପର୍ଯ୍ୟସ୍ତ ହୋଇପଡିଛି।ଗୁରୁତ୍ୱ ପୂର୍ଣ୍ଣ ବିଭାଗ ଡାକ୍ତର  ପଦବୀ ଗୁଡିକ ଖାଲି ପଡ଼ିଛି।   ଆଠଗଡ ଉପଖଣ୍ଡ ଡାକ୍ତର ଖାନା ଉପରେ ଆଠଗଡ, ତିଗିରିଆ, ବଡ଼ମ୍ବା, ନରସିଂହପୁର, ଉତ୍ତର  ବାଙ୍କୀର ୧୦ ଟି ପଞ୍ଚାୟତ, ସମେତ ପଡୋଶୀ ଢେଙ୍କାନାଳ ଜିଲ୍ଲାର ୧୦ ଟି ପଞ୍ଚାୟତ ର ପ୍ରାୟ   ୫ ଲକ୍ଷ ଲୋକ ନିର୍ଭର କରିଥାନ୍ତି । ଆଠଗଡ ଡାକ୍ତର ଖାନା ଉପରେ, ଉପଖଣ୍ଡର ମୁଖ୍ୟ ଡାକ୍ତର ଖାନା ହୋଇଥିବାରୁ  ଏଠାକୁ ଆଠଗଡ ଉପଖଣ୍ଡରେ ଥିବା ବିଭିନ୍ନ  ଡାକ୍ତର ଖାନରୁ  ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇଁ ରେଫର ହୋଇ ଆସୁଥିବା ରୋଗୀଙ୍କୁ ଆଠଗଡ ଡାକ୍ତର ଖାନାରେ ଡାକ୍ତର ଅଭାବ ସହ ବିଭିନ୍ନ ଆଳ ଦେଖାଇ ପୁଣି  ରେଫର କରିଦେଇଥାନ୍ତି।  ଆଠଗଡ ଡାକ୍ତର ଖାନାର ଅବସ୍ଥା ଅତି ଦୟନୀୟ ଆଉ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ସହ ଗୁରୁତ୍ୱ ପୂର୍ଣ୍ଣ  ଡାକ୍ତର ଅଣିବା ସହ ସୁପର ସ୍ପେସିଆଲିଷ୍ଟ ହସ୍ପିଷ୍ଟାଲ କରିବା ପାଇଁ ବାରମ୍ବାର ଦାବୀ କରି ଆସୁଛନ୍ତି  ଆଠଗଡ଼ ଜନଜାଗରଣ ମଞ୍ଚ, ଜୟ ଆଠଗଡ଼ ଭଳି ବହୁ ଅନୁଷ୍ଠାନ ଓ ସଂଗଠନ, ହେଲେ  ଫଳ ଶୂନ,  । ଦିନ ଥିଲା ଏଠାରେ ସମସ୍ତ ବିଭାଗର ଡାକ୍ତର ରହି ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା  ପାଇଁ ଆସୁଥିବା ରୋଗୀ ସୁସ୍ଥ ହୋଇ ଗୁଣ ଗାନ କରି  ଆସୁଥିଲେ । ଏବେ କିନ୍ତୁ  ଆଠଗଡ଼  ସ୍ବାସ୍ଥ୍ୟ କେନ୍ଦ୍ରକୁ  ଅସୁବିଧା ରୋଗୀଙ୍କୁ କେବଳ ଭଗବାନ ଭରସା ବୋଲି କୁହାଯାଉଛି, । ଆଠଗଡ  ଆବଶ୍ୟକ ଥିବା ୫୪ ଜଣ ଡାକ୍ତର ନିଯୁକ୍ତି ପରିବର୍ତ୍ତେ ମାତ୍ର ୧୬ ଜଣ ଡାକ୍ତର ନିଯୁକ୍ତି ପାଇଛନ୍ତି। ସେଥିମଧ୍ୟରୁ ମାତ୍ର ୧୩  ଜଣ ଡାକ୍ତର ମାନଙ୍କ ମଧ୍ୟରେ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ବିଜୟ କୁମାର ମିଶ୍ର, ଡାକ୍ତର ଖାନରେ ପ୍ରଶାସନିକ ମୁଖ୍ୟ ଭାବେ କାର୍ଯ୍ୟ କରି ରୋଗୀ ଦେଖିବା ପାଇଁ ସମୟ ଦେଇପାରନ୍ତି ନାହିଁ । ଏଠାରେ  କାର୍ଯ୍ୟରତ ସ୍ତ୍ରୀ ଓ ପ୍ରସୂତି ଡାକ୍ତର ଥିବାବେଳେ ଅଧିକାଂଶ ଗର୍ଭବତୀ ମହିଳାମାନଙ୍କୁ କଟକ ଡ଼ାକ୍ତରଖାନା କୁ ପଠାଇ ଦିଆଯାଉଛି । ଏହି ଡାକ୍ତର ମାନଙ୍କୁ ଅଧିକାଂଶ ସମୟ ଘରୋଇ ଚିକିତ୍ସାଳୟରେ ଦେଖିବାକୁ ମିଳିଥାଏ । ଆଠଗଡ ମୁଖ୍ୟାଳୟରେ ନ ରହି କଟକ ଭୁବନେଶ୍ୱର ରହି ପାଳି କରି ଯାତାୟାତ କରିଥାନ୍ତି, ସବୁଠାରୁ ଦୁଃଖ ଓ ପରିତାପର ବିଷୟ ଡାକ୍ତର ଖାନରେ ସବୁଠାରୁ ଗୁରୁତ୍ୱ ପୂର୍ଣ୍ଣ ବିଭାଗ ଡାକ୍ତର ପଦବୀ ଖାଲି ଯଥା  ଭେଷଜ ଚିକିତ୍ସକ, ନିଶ୍ଚେତକ, ଚିକିତ୍ସକ , ସଲ୍ୟ ଚିକିତ୍ସକ, ଚକ୍ଷୁ ଚିକିତ୍ସକ ଭଳି ବହୁ ଗୁରୁତ୍ୱ ପୂର୍ଣ୍ଣ ଡାକ୍ତର ପଦବୀ ଖାଲି ପଡିଛି,   । ରାଜ୍ୟ ସରକାର ସ୍ଵାସ୍ଥ୍ୟ କ୍ଷେତ୍ରରେ ବଡ ଧରଣର ପରିବର୍ତ୍ତନ ଆଣିବା ପାଇଁ କାୟ କଳ୍ପ ଠାରୁ ଆରମ୍ଭ କରି ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ବ୍ୟୟ କରି କାର୍ଯ୍ୟ ହେଉଛି। ଆଠଗଡ଼ ସ୍ୱାସ୍ଥ୍ୟ କେନ୍ଦ୍ର ରେ   ନିଯୁକ୍ତି ହୋଇଥିବା କିଛି ଅସାଧୁ ଡାକ୍ତରମାନଙ୍କ ମନମୁଖୀ କାର୍ଯ୍ୟ ସହ  ସଠିକ ସ୍ଵାସ୍ଥ୍ୟ  ପରାମର୍ଶ ଦେବା ବଦଳରେ ବାହାର ଦୋକାନରୁ ନିମ୍ନମାନର ଔଷଧ କିଣିବାକୁ ପରାମର୍ଶ ଦେଉଥିବାର ଶୁଣିବାକୁ ମିଳୁଛି । ଆଗାମୀ ଦିନରେ  ଆଠଗଡ ଡାକ୍ତର ଖାନାର ସମସ୍ତ ପଦବୀ ପୂରଣ କରିବା ପାଇଁ ସାଧାରଣ ରେ ଦାବି ହୋଇଛି।
Leave A Reply