Odisha news

ସ୍ତ୍ରୀ ଙ୍କୁ ଗୁଳିମାଡ଼ ଘଟଣା ରେ ସ୍ବାମୀ କୁ ଗିରଫ କଲା ଭଞ୍ଜନଗର ପୋଲିସ। ଗୋଟିଏ ଦେଶୀ ବନ୍ଧୁକ ଜବତ

0

(ଭଞ୍ଜନଗର ରୁ ଅମରେନ୍ଦ୍ର କୁମାର ପଟ୍ଟନାୟକ ସକାଳ ଖବର) : ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଥାନା ଅନ୍ତର୍ଗତ ବେଡିଗୁବା ଗ୍ରାମର ଜାଗୁରୁ ସାହୁ ପିତା ରସାନନ୍ଦ ସାହୁ ରାତି ପ୍ରାୟ ମଧାର୍ଣ୍ଣ ସମୟରେ ସେ ଶିକାର କରିବା ପାଇଁ ବାହାରିବା ବେଳେ ଭୁଲ ବଶତଃ ବନ୍ଧୁକ ର ଟ୍ରିଗର ରେ ହାତ ବାଜିବାରୁ ଗୁଳି ଫୁଟି ଯାଇଥିଲା . ତାଙ୍କର ସ୍ତ୍ରୀ ସ୍ୱପ୍ନା ସାହୁ ଖଟ ଉପରେ ଶୋଇଥିବାରୁ ଗୁଳି ଯାଇ ଅଣ୍ଟାରେ ବାଜିଥିଲା. ଗତ କାଲି ସକାଳ ସାତ ଘଣ୍ଟା ସମୟରେ ଆମ୍ବୁଲାନ୍ସ ଡକାଇ ଭଞ୍ଜନଗର ମେଡିକାଲ ରେ ଚିକିତ୍ସା ହେବାପରେ ବ୍ରହ୍ମପୁର ମେଡିକାଲ କୁ ସ୍ଥାନାନ୍ତରିତ ହୋଇଛନ୍ତି. ଆସାମୀ ଜାଗୁର ସାହୁ ପିତା ରସାନନ୍ଦ ସାହୁ ଙ୍କୁ ଗତ କାଲି ଭଞ୍ଜନଗର ପୋଲିସ ଗିରଫ କରିବା ସହ ତାଙ୍କ ଠାରୁ ଗୋଟେ ଦେଶୀ ବନ୍ଧୁକ ଜବତ କରାଯାଇଛି. ଏ ସଂକ୍ରାନ୍ତର ଭଞ୍ଜନଗର ଥାନା ରେ କେସ ନମ୍ବର 152/24/ଧାରା 307/25(1)(a) ରେ ଏକ ମାମଲା ରୁଜୁ କରି ଆସାମୀ କୁ କୋର୍ଟ ଚାଲାଣ କରିଥିବା କଥା ଥାନାଧିକାରୀ କୁମର ମୁଦୁଲି କହିଛନ୍ତି ।

IEC 2 years
Leave A Reply