Odisha news

ରାଜ୍ୟ କୟାକଳ୍ପ ପ୍ରତିନିଧି ମଣ୍ଡଳୀର ସାକ୍ଷୀଗୋପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ

0
ସାକ୍ଷୀଗୋପାଳ : ରାଜ୍ୟ କୟାକଳ୍ପ ପ୍ରତିନିଧି ମଣ୍ଡଳୀର ପ୍ରତିନିଧି ମଣ୍ଡଳୀ ଆଜି ସାକ୍ଷୀଗୋପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଥିଲେ l ଡି ପି ଏମ ନାରାୟଣ ରାଓ ଏ ଏମ କ୍ୱାଲିଟି କଣ୍ଟ୍ରୋଲ କସ୍ତୁରୀ ପ୍ରିୟମ୍ବଦାଙ୍କ ତତ୍ତ୍ୱାବଧାନରେ ଯୁଗ୍ମ ନିର୍ଦ୍ଦେଶକ  ଡାକ୍ତର ସନ୍ଦୀପନା ପତି, ଏସ ପି ଆଇ ପାଥ  ଡାକ୍ତର ଆଶାଲତା ପତି ଓ କନ୍ସଲଟାଣ୍ଟ ଏମ ଏଚ  ଡାକ୍ତର ସୌମ୍ୟାଶ୍ରୀ ମହାପାତ୍ର ଆଜି ଅପରାହ୍ନରେ ସାକ୍ଷୀଗୋପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଥିଲେ l
ଏହି ପ୍ରତିନିଧି ମଣ୍ଡଳୀ ବର୍ଜ୍ୟବସ୍ତୁ ପରିଚାଳନା, ପରିବେଶ ଅନୁକୂଳ ବ୍ୟବସ୍ଥା, ସଂକ୍ରମଣ ନିୟନ୍ତ୍ରଣ, ପ୍ରସୂତି ବିଭାଗ, ଓ ସଫାସୁତରା ୱାର୍ଡ ସମେତ ଡାକ୍ତରଖାନା ପରିସର ପରିଦର୍ଶନ କରିଥିଲେ l
ଡାକ୍ତର ବିଶ୍ୱଜିତ ମିଶ୍ର, ଡାକ୍ତର ଦେବାଶିଷ ନାୟକ, ଡାକ୍ତର ବାସନ୍ତୀ ଦେବୀ, ଫାର୍ମାସିଷ୍ଟ ସୁରେଶ ଚନ୍ଦ୍ର ନନ୍ଦ,  ଷ୍ଟାଫ ନର୍ସ କୁନି ସେଠୀ, କ୍ଷେତ୍ରମଣୀ ସେଠୀ, ସଂଯୁକ୍ତା କୁମାରୀ ଦେଇ, ରଶ୍ମି ସାହୁ,ଜ୍ୟୋତି ରଞ୍ଜନ ଶତପଥୀ,ସୁରେନ୍ଦ୍ର କୁମାର ବେହେରା, ଅଶୋକ କୁମାର ସେଠୀ ଓ ବାବନ ଗୋଛାୟତ ପ୍ରମୁଖଙ୍କ ସମେତ ଅନ୍ୟମାନେ  ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀ ମାନେ ସହଯୋଗ କରିଥିଲେ ll
Nalco
Leave A Reply