Odisha news

ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ତରଫରୁ ସହାୟତା ରାଶି ପ୍ରଦାନ ଓ ନୂତନ ଏଟିମ ଉଦଘାଟନ !

0
ବଡ଼ମ୍ବା ୧୬/୦୨- ବଡ଼ମ୍ବା ସ୍ଥିତ ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ  ପରିସରରେ ପ୍ରାଥମିକ ସେବା ସମବାୟ ସମିତି ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡ଼ିକ ପ୍ରୋତ୍ସାହନ ରାଶି ବଣ୍ଟନ କରାଯିବା ସହ ବ୍ୟାଙ୍କ ପରିସରରେ ଏକ ନୂତନ ଏଟିମର ଉଦଘାଟନ କରାଯାଇଛି | ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ସୁବାସ ଚନ୍ଦ୍ର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ବଡ଼ମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର ମୁଖ୍ୟଅତିଥି ରୂପେ ଯୋଗ ଦେଇଥିଲେ | ଏହି ଅବସରରେ ବିଧାୟକ ଶ୍ରୀ ମିଶ୍ରଙ୍କ ଦ୍ୱାରା ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନରେ ଥିବା ବଡ଼ମ୍ବା ସମେତ ବାଙ୍କୀ, ତିଗିରିଆ ଓ ନରସିଂହପୁର ଅଞ୍ଚଳର ମୋଟ ୨୭ ଗୋଟି ପ୍ରାଥମିକ ସେବା ସମବାୟ ସମିତିକୁ କାର୍ଯ୍ୟାଳୟ ଉପକରଣ ଉନ୍ନତିକରଣ ପାଇଁ ପଚାଶ ହଜାର ଟଙ୍କା ଲେଖାଏ ଆର୍ଥିକ ସହାୟତା ଦିଆ ଯାଇଥିବା ବେଳେ ମହିଳା ମାନେ ଆତ୍ମ ନିର୍ଭରଶୀଳ ହେଵା ଉଦ୍ଦେଶ୍ୟରେ ୧୯୬ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡି଼କୁ ଏକ କୋଟି ତେସ୍ତରି ଲକ୍ଷ ତେତିସ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି | ଏତତବ୍ୟତୀତ ମୁଖ୍ୟଅତିଥି ଶ୍ରୀ ମିଶ୍ରଙ୍କ ଦ୍ୱାରା କାର୍ଯ୍ୟାଳୟ ପରିସରରେ ଏକ ଏଟିମ ମେସିନର ମଧ୍ୟ ଶୁଭ ଉଦଘାଟନ କରାଯାଇଛି | ଏହି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ମିଶ୍ରଙ୍କ ସମେତ ବାଙ୍କୀ କେନ୍ଦ୍ର ସମବାୟ ସମିତିର ମୁଖ୍ୟ ପରିଚାଳକ ଡ଼ଃ ଅଚ୍ୟୁତାନନ୍ଦ ପାତ୍ର, ବଡ଼ମ୍ବା ପଞ୍ଚାୟତ ସମିତି ଅଧ୍ୟକ୍ଷ ରଘୁପତି ମହାନ୍ତି, ବାଙ୍କୀ କେନ୍ଦ୍ର ସମବାୟ ସମିତି ଉପସଭାନେତ୍ରୀ ସୁଷମା ମହାରଣା, ବଡ଼ମ୍ବା ବ୍ଳକ ବିଜେଡି ସଭାପତି ରବୀନ୍ଦ୍ର କୁମାର ସାହୁ ସମ୍ପାଦକ ଅକ୍ଷୟ କୁମାର ସାମଲ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ | ନିର୍ଦ୍ଦେଶକ ଜ୍ଞାନ ରଞ୍ଜନ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ |
Govt
Leave A Reply