Odisha news

ଟ୍ରକ ଧକ୍କାରେ ଭାଇ ମୃତ ଭଉଣୀ ଗୁରୁତର

0
ସୂଚନା ଅନୁଯାୟୀ ଆଜି ଦୀନ ୩ଟା ସମୟରେ ରାମଚାନ୍ଦପୁର ଥାନା ଅନ୍ତର୍ଗତ ଶାଳଦେଇ ପଂଚାୟତ ବ୍ରାହ୍ମଦା ଗ୍ରାମର ବିଜୟଲକ୍ଷ୍ମୀ ସା ବୟସ ୨୫, ଶୁଭମ୍ ସା ବୟସ ୧୭,,,, ଉଭୟେ  ଓ ଡ଼ି ୩୪ ଏଲ ୨୫୭୫ ସ୍କୁଟି ଯୋଗେ ସାଇଁକୁଳ ବଜାରକୁ ଆସୁଥିବା ବେଳେ ଖଲଣା ଛକ ନିକଟରେ ଯାଜପୁର ପାର୍ଶ୍ବରୁ ଆଶୁଥିବା ଏକ ଟ୍ରକ୍ ସ୍କୁଟି ପଛପଟୁ ଧକ୍କା ଦେଇ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା। ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ଅଟୋ ଯୋଗେ ସାଇଁକୁଳ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଶୁଭମ୍ ସା ଙ୍କୁ ମୃତ ଘୋଷଣା କରିଛନ୍ତି। ବିଦ୍ୟାଧର ସା ଙ୍କ ଏକ ମାତ୍ର ପୁଅ ଶୁଭମଙ୍କ ମୃତ ପରେ ସ୍ଥାନୀୟ ଅଂଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଘଟଣା ସ୍ଥଳରେ ରାମଚନ୍ଦ୍ରପୁର ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛନ୍ତି। ଏହି ଘଟଣା ପରେ ଘଷିପୁରା ବ୍ଲକର ପୂର୍ବତନ ଅଧ୍ୟକ୍ଷ ଦେବାଶିଷ ପାତ୍ର ସାଇଁକୁଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ମୃତ ଶୁଭମ୍ ମା’ଙ୍କୁ    ଶେଷ ଦର୍ଶନ କରିବା ସହିତ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ । ଏବଂ ଘଷିପୁରା ବିଧାୟକ ପ୍ରଫେସର ବଦ୍ରିନାରାୟଣ ପାତ୍ର ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।
Leave A Reply