ରାଜନଗର : ବିଶ୍ୱପ୍ରସିଦ୍ଧ ଅଲିଭରିଡଲେ କଇଁଛଙ୍କ ଏନ୍ତୁଡିଶାଳ ଗହୀରମଥାର ନୀଳ ଜଳରାଶିରେ ଲକ୍ଷ ଲକ୍ଷ ଅଲିଭରିଡଲେ ମା କଇଁଛଙ୍କୁ ଦେଖିବାକୁ ମିଳୁଛି । ମା କଇଁଛମାନେ ଏବେ କୂଳମୁହାଁ ହେବାରେ ଲାଗିଛନ୍ତି । କେତେକ ମାଆ କଇଁଛ ବିକ୍ଷିପ୍ତ ଭାବେ ଅଣ୍ଡାଦାନ ପକ୍ରିୟାର ଶୁଭ ଦେଇଛନ୍ତି । ଗହୀରମଥାର ନାସୀ-୨ ରେ ୬ଟି ଅଲିଭରିଡଲେ କଇଁଛ ଅଣ୍ଡାଦାନ ପକ୍ରିୟାରେ ସାମିଲ ହୋଇଛନ୍ତି । ଏହି ଅଣ୍ଡା ଗୁଡିକୁ ସଂଗ୍ରହ କରାଯାଇ ବନବିଭାଗ ପକ୍ଷରୁ କରାଯାଇଥିବା ହାଚେରିରେ ରଖାଯାଇଛି । ଯେଉଁ ଆକୃତିର ଗାତ ଖୋଳି ଏବଂ ଯେତିକି ଗଭୀର ଗାତ ଖୋଳି କଇଁଛ ଅଣ୍ଡା ଦେଇଛି, ସମାନ ଆକୃତି ଓ ସମାନ ଗଭୀରର ଗାତ ଖୋଳି ଅସ୍ଥାୟୀ ହାଚେରିରେ ଅଣ୍ଡାଗୁଡିକୁ ରଖାଯାଇ ବାଲି ଘୋଡାଇ ଦିଆଯାଇଛି । ମା କଇଁଛ ଯେପରି ଭାବେ ଗାତ ଖୋଳି ଅଣ୍ଡା ଦେଇଥିଲା ଓ ଗାତକୁ ବାଲି ଘୋଡାଇଥିଲା, ଠିକ୍ ସେହିପରି ଭାବେ ବନବିଭାଗର କର୍ମଚାରୀମାନେ ଅସ୍ଥାୟୀ ହାଚେରିରେ ଅଣ୍ଡାଗୁଡିକୁ ଗାତ ଖୋଳି ରଖିଛନ୍ତି । ଫେବୃୟାରୀ ଦ୍ୱିତୀୟ ସପ୍ତାହ ହୋଇଥିଲେ ମଧ୍ୟ ଏଯାଏଁ ଅଲିଭରିଡଲେ କଇଁଛ ଗଣ ଅଣ୍ଡାଦାନ ପକ୍ରିୟାରେ ସାମିଲ ହୋଇନାହାଁନ୍ତି । ସମୁଦ୍ର କୂଳଠୁଁ ଦେଢ କିଲୋମିଟର ମଧ୍ୟରେ ସାତସଭାୟା ରୁ ନାସୀ-୨ ଯାଏଁ ଲକ୍ଷାଧିକ କଇଁଛ ଭିଡ ଜମାଇବା ସହ ପାଣି ଉପରକୁ ମୁଣ୍ଡ ଟେକିବାର ବିରଳ ଦୃଶ୍ୟ ଦେଖିବାକୁ ମିଳିଛି । ପାଗ ଅନୁକୂଳ ସହିତ କୂଳକୁ ଅଲିଭରିଡଲେ କଇଁଛ ଆସୁଥିବାରୁ ଗଣ ଅଣ୍ଡାଦାନ ପକ୍ରିୟା ଠିକ୍ ସମୟରେ ହେବ ବୋଲି କୁହାଯାଉଛି । ୨୦୨୨ ମସିହା ମାର୍ଚ୍ଚ ୧୭ରେ ଗଣ ଅଣ୍ଡାଦାନ ପକ୍ରିୟା ଆରମ୍ଭ ହୋଇଥିବା ବେଳେ ୨୦୨୩ରେ ମାର୍ଚ୍ଚ ୯ ରେ ଗଣଅଣ୍ଡାଦାନ ହୋଇଥିଲା । ଗତବର୍ଷ ପ୍ରଥମେ ଫେବୃୟାରୀ ୨୩ ରୁ ମାର୍ଚ୍ଚ ୨ ତାରିଖ ଯାଏଁ ଋଷିକୂଲ୍ୟା ମୁହାଁଣରେ ଏହି ବିରଳ କଇଁଛ ଗଣ ଅଣ୍ଡାଦାନ ପକ୍ରିୟାରେ ସାମିଲ ହେବା ସହ ରେକର୍ଡ ସଂଖ୍ୟକ ୬ ଲକ୍ଷ ୩୭ ହଜାର କଇଁଛ ଅଣ୍ଡାଦାନ କରିଥିଲେ । ମାତ୍ର ଗହୀରମଥାରେ ମାର୍ଚ୍ଚ ୯ ରୁ ୧୩ ତାରିଖ ମଧ୍ୟରେ ୫ ଲକ୍ଷ ୧୨ ହଜାର ୧୭୫ ଅଲିଭରିଡଲେ କଇଁଛ ଗଣଅଣ୍ଡାଦାନ ପକ୍ରିୟାରେ ସାମିଲ ହୋଇଥିଲେ । ପ୍ରତିବର୍ଷ ଭଳି ଚଳିତବର୍ଷ ନଭେମ୍ବର ୧ ତାରିଖଠାରୁମଇମାସ ୩୧ ତାରିଖ ଯାଏଁ ଦୀର୍ଘ ୭ ମାସ ଧରି ଧାମରାମୁହାଣଠାରୁ ଦେବୀମୁହାଁଣ ଯାଏଁ ଦୀର୍ଘ ୧୨୦ କିଲୋମିଟରଉପକୂଳରେ ମାଛ ଧରାଉପରେବନବିଭାଗ ପକ୍ଷରୁକଟକଣାଜାରିକରାଯାଇଛି ।ଏହିବିରଳକଇଁଛଙ୍କସୁରକ୍ଷା ପାଇଁବନବିଭାଗ, କୋଷ୍ଟଗାର୍ଡ, ମତ୍ସବିଭାଗ ଓ ସାମୁଦ୍ରିକ ଥାନା ପକ୍ଷରୁମିଳିତ ପଇଁତରା ଦିଆଯାଉଛି । ଏହି ପାଟ୍ରୋଲିଂ ସମୟରେ ନିଷିଦ୍ଧାଂଚଳରେ ମାଛ ଧରୁଥିବା ୩୦ ରୁ ଉର୍ଦ୍ଧ୍ୱ ଟ୍ରଲର ଜବତ ହେଉଥିବା ବେଳେ ୫ଶହରୁ ଉର୍ଦ୍ଧ୍ୱ ମତ୍ସ୍ୟଜିବୀଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପିନାଥ ଯାଦବ ଙ୍କ କଡ଼ା ନିର୍ଦ୍ଦେଶ ଫଳରେ ବନ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ପେଟ୍ରୋଲିଂ କୁ କଡ଼ା କଡି ଭାବରେ ପାଳନ କରିବା ଯୋଗୁଁ ମାଫିଆ ମାନଙ୍କୁ ଧରିବାରେ ବନ ବିଭାଗ କର୍ମଚାରୀ ମାନେ ସଫଳ ହୋଇଛନ୍ତି।