Odisha news

ବିଦ୍ୟୁତ ସଟସର୍କିଟରୁ ଅଗ୍ନିକାଣ୍ଡ, ଜଳିଗଲା ୬ ବଖରା

0
ସୋର,୯/୨: ସୋର ପୌର ପାଳିକା ଅନ୍ତର୍ଗତ ମଧୁସୂଦନପୁର ଗ୍ରାମରେ ଶୁକ୍ରବାର ମଧ୍ୟାହ୍ନରେ ବିଦ୍ୟୁତ ସଟ ସର୍କିଟରୁ ଅଗ୍ନିକାଣ୍ଡ ଘଟି ୬ ବଖରା ଘର ଜଳିଯିବା ସହିତ ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି।ଏହି ଗ୍ରାମର ରବିନାରାୟଣ ପୃଷ୍ଟି,ହଳଧର ପୃଷ୍ଟି,ସନ୍ତୋଷ କୁମାର ପୃଷ୍ଟି,ରାମଚନ୍ଦ୍ର ପୃଷ୍ଟି ଓ ପୂର୍ଣ୍ଣଚନ୍ଦ୍ର ପୃଷ୍ଟିଙ୍କ ଘରେ ଆଜି ମଧ୍ୟାହ୍ନରେ ବିଦ୍ୟୁତ ସଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିଲା। ଏହା ଦେଖି ସ୍ଥାନୀୟ ଲୋକେ ନିଆଁ ଲିଭାଇବାକୁ ଚେଷ୍ଟା କରିବା ସହିତ ସୋର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ସୋର ଅଗ୍ନିଶମ ବିଭାଗର ଦୁଇଟି ଦମକଳ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସେତେବେଳକୁ ୬ ବଖରା ଘର ସମେତ ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡି ନଷ୍ଟ ହୋଇଯାଇଥିବା ଜଣାପଡିଛି।
Leave A Reply