ବାରଙ୍ଗ : ଚିକିତ୍ସା ପାଇଁ ଆସି ପୁଣି ଗୋଟିଏ ଶାଗୁଣା ମୃତୁ ହୋଇଛି ।ପ୍ରକାଶ ଯେ, ଫୁଲବାଣି ବନାଂଚଳ ଅଂଚଳରୁ ଉଦ୍ଧାର ହୋଇ ଆସିଥିବା ଭାରତୀୟ ଶାଗୁଣା ଡାକ୍ତରଙ୍କ ନଜର ବନ୍ଦୀରେ ରହି ଚିକିତ୍ସିତ ଅବସ୍ଥାରେ ଗତ ୨ ତାରିଖରେ ମୃତ୍ୟୁ ହୋଇଥିବା ବେଳେ ପୁଣି ଗତ ଜାନୟାରୀ ୨୩ ତାରିଖରେ ଉଧାର ହୋଇ ନନ୍ଦନକାନନକୁ ଯାଜପୁରରୁ ଆସିଥିବା ଶାଗୁଣାଟିର ଗୁରୁବାର ବିଳମ୍ବିତ ରାତିରେ ମୃତ୍ୟୁ ହୋଇଛି । ଏହି ଶାଗୁଣାଟି ଏଠାକୁ ଆସିବା ପରେ ଡାକ୍ତରଖାନାରେ ତାର ପ୍ରାଥମିକ ଚିକିତ୍ସା କରାଯାଇ ଡାକ୍ତରଙ୍କ ନଜରବନ୍ଦୀରେ ରଖାଯାଇଥିଲା। ଶାଗୁଣାଟିର ପଛଗୋଡ଼ ଠିକ ଭାବେ କାମ କରୁନଥିବାବେଳେ ଗୋଟିଏ ଜାଗାରେ ପଡିରହୁଥିଲା। ଗୋଟିଏ ପରେ ଗୋଟିଏ ଶାଗୁଣା ମୃତୁ କୁ ନେଇ ଚିକିତ୍ସା ଓ ସୁରକ୍ଷା ଉପରେ ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।ସେହିପରି ସରୀସୃପ ଉଦ୍ୟାନରେ ରହୁଥିବା ଅହିରାଜ ସାପ ର ଅଣ୍ଟା ଭାଙ୍ଗିଯାଇଛି । ସାପ ଟି ଠିକ୍ ସେ ଯାଇପାରିନଥିବା ବେଳେ ଖୁଆଡ କାମ କରୁଥିବା କର୍ମଚାରୀ ଦେଖି କର୍ତ୍ତୃପକ୍ଷ ଙ୍କୁ ସୂଚନା ଦେଇଥିଲେ । ପ୍ରାଣୀ ଉଦ୍ୟାନ ଚିକିତ୍ସକ ସାପଟିର ଚିକିତ୍ସା କରିଥିବା ଜଣା ପଡ଼ିଛି।