Odisha news

ନଳିନୀକାନ୍ତ ମହାନ୍ତି ସ୍ମୃତି କ୍ରିକେଟ ପ୍ରତିଯୋଗିତା : ବାଲାବା, କେନ୍ଦ୍ରାପଡ଼ା ବିଜୟୀ

0
ରାଜନଗର  :  ଫିରିକିଦାଣ୍ଡି ସ୍ଥିତ କଣସରା ହାଇସ୍କୁଲଖେଳ ପଡିଆ ରେ ଦିବଙ୍ଗତ ରାଜନେତା ଓଡ଼ିଶାର ପୂର୍ବତନ ମନ୍ତ୍ରୀ ନଳିନୀକାନ୍ତ ମହାନ୍ତିଙ୍କ ସ୍ମୃତି କମିଟି ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ କ୍ରିକେଟ ପ୍ରତିଯୋଗିତାର ଶୁକ୍ରବାର ଉଦଘାଟନୀ ମ୍ୟାଚ। ଆଜିରମ୍ୟାଚ ରେ ଡାଇନାମିକ୍ କ୍ରିକେଟ କ୍ଲବ୍ ବରିକୁ ୪ ଉଇକେଟରେ ହରାଇ ବାଲାବା କ୍ରିକେଟ କ୍ଲବ୍ ବିଜୟୀ ହୋଇ ପ୍ରଥମ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ବରି। ସମସ୍ତ ଉଇକେଟ ହରାଇ ସଂଗ୍ରହ କରିଥିଲା ମାତ୍ର ୭୧ ରନ । ଜବାବରେ ବାଲାବା କ୍ରିକେଟ କ୍ଲବ୍ କେନ୍ଦ୍ରାପଡ଼ା ପ୍ରଥମେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଆଲୋକ ମହାନ୍ତି ଏବଂ ଦଳର ଅଧିନାୟକ ସୁଧାଂଶୁ ପତିଙ୍କ  ଧୁଆଁଧାର ବ୍ୟାଟିଂ ବଳରେ ୬ ଉଇକେଟ ହରାଇ ଵିଜୟ ହାସଲ କରିଥିଲା। ଆଜିର ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ ରାଜନଗର ଥାନା ଅଧିକାରୀ ଅଜୟ କୁମାର ଜେନା ଓ ସମ୍ମାନିତ ଅତିଥି ଭାବରେ କଣସରା ବିଦ୍ୟାଶ୍ରମର ପ୍ରଧାନ ଶିକ୍ଷୟତ୍ରୀ ଆଲୋକ ମଞ୍ଜରୀ ରାଉତ, ସାମ୍ୱାଦିକ ଭାସ୍କର ରାଉତରାୟ,ବନପାଳ ବିଜୟ ପାତ୍ର,ଯୁବନେତା ମନ୍ମଥ ମଲ୍ଲିକ । ମ୍ୟାଚର ଶେଷରେ ଆଜିର ମ୍ୟାଚରେ ୧୧ ରନ ଦେଇ ୬ ଟି ଉଇକେଟ ନେଇଥିବା ଲକ୍ଷ୍ମୀଧର ପ୍ରଧାନଙ୍କୁ ମଦନପୁର ମହାବିଦ୍ୟାଳୟର ଇତିହାସ ବିଭାଗର ଅଧ୍ୟାପକ ପୁଷ୍ପକ ବେହୁରା ମ୍ୟାନ ଅଫ୍ ଦି ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ । ସ୍ମୃତିକମିଟିର ସଭାପତି ଗାଳ୍ପିକ ପ୍ରଦୀପ ନାୟକ, ମ୍ୟାନେଜର ଶଚ୍ଚିଦାନନ୍ଦ ପାତ୍ର, ଭାଷ୍ୟକାର ଅସିତ୍ ତ୍ରିପାଠୀ, ଅମ୍ପାୟାର ନିରଞ୍ଜନ ଦାଶ,ଅଞ୍ଜନ ଵେହୁରା ,ତନୁଜ ସାହୁ ଖେଳକୁ ପରିଚାଳନା କରିଥିଲେ। ବହୁ ସଂଖ୍ୟାରେ କ୍ରୀଡା ପ୍ରେମୀ ଦର୍ଶକ ଯୋଗ ଦେଇ ଖେଳ କୁ ଉପଭୋଗ କରିଥଲେ।
Nalco
Leave A Reply