୨୩ ଦିନରେ ପଶୁ ଚିକିସôକଙ୍କ ଆନେ୍ଦାଳନ, ମୃତ କୁକୁଡାଙ୍କୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଫିଙ୍ଗି ଅଭିନବ ପ୍ରତିବାଦ କଲେ ଚାଷୀ
ବାରିପଦା : ୨୩ ଦିନରେ ଭେଟନାରୀ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନେ୍ଦାଳନ । ଚିକିତ୍ସା ଅଭାବରୁ ମୃତୁ୍ୟ ମୁଖରେ ଗୃହପାଳିତ ପଶୁପକ୍ଷୀ । କ୍ଷତିପୂରଣ ପାଇଁ କେତେବେଳେ ମୃତ କୁକୁଡ଼ା ତ’ କେତେବେଳେ ମୃତ ଗାଈଙ୍କୁ ଧରି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଉଛନ୍ତି ଫାର୍ମ ମାଲିକ ଓ ଏସଏଚଜି ମହିଳା । ଆଜି ପୁଣି ଏଭଳି ଏକ ଘଟଣା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦେଖିବା ପାଇଁ ମିଳିଛି । ଏକ ଅଟୋରେ ମଲା କୁକୁଡ଼ା ଆଣି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଫିଙ୍ଗି ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି ଚାଷୀ । ଦିନ ପରେ ଦିନ କ୍ଷତି ସହି ଅତିଷ୍ଠ ହୋଇ ପଡିଲେଣି ଫାର୍ମ ମାଲିକ । ତୁରନ୍ତ ଚିକିତ୍ସା ବ୍ୟବସ୍ଥା ଦାବୀ କରି ଶହଶହ ମଲା କୁକୁଡା ଆଣି ଗଦା କରି ଦେଇଛନ୍ତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ । ରାସଗୋବିନ୍ଦପୁର ବ୍ଲକ ପୂର୍ଣ୍ଣଚନ୍ଦ୍ରପୁରର ଚାଷୀ ଉମେଶ ଜେନା ୧୦ହଜାର କୁକୁଡାର ଫାର୍ମ କରିଛନ୍ତି । ହେଲେ ଚିକିତ୍ସା ଓ ଔଷଧ ନପାଇ ଗତ ୪ଦିନ ହେଲାଣି ଦୈନିକ ୧୫୦ ରୁ ୨୦୦କୁକୁଡା ମରିବାରେ ଲାଗିଛନ୍ତି । କ୍ଷତି ସହି ନପାରି ଆଜି ପ୍ରାୟ ୨୦୦ମୃତ କୁକୁଡା ଆଣି ଜିଲ୍ଲାପାଳଙ୍କ ଅଫିସ ପିଣ୍ଡାରେ ଫିଙ୍ଗି ଗଦା କରିଦେଇଛନ୍ତି । ଚିକିତ୍ସା ସହିତ କ୍ଷତିପୂରଣ ବ୍ୟବସ୍ଥା ନହେବା ଯାଏଁ କୁକୁଡ଼ା ସବୁ ଏମିତି ପଡ଼ି ରହିବ ବୋଲି କହିଛନ୍ତି ଉକ୍ତ ଫାର୍ମର ଜଣେ କର୍ମଚାରୀ । କେବଳ ଫାର୍ମ ମାଲିକ ନୁହେଁ କୁକୁଡା ଓ ଗାଈ ଫାର୍ମ କରିଥିବା ଜିଲ୍ଲାର ଅନେକ ସ୍ୱୟଂସହାୟକ ଗୋଷ୍ଠିର ମହିଳା ମାନେ ମଧ୍ୟ ସମାନ ଦାବୀରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହିଞ୍ଚିଥିଲେ । ଫାର୍ମର ସବ୍ସିଡି ସହିତ ଚିକିତ୍ସା ନପାଇ ସେମାନେ ମଧ୍ୟ ଏଭଳି କ୍ଷତି ସହୁଥିବା ନେଇ ଅଭିଯୋଗ କରିଛନ୍ତି । ତେବେ ଆଜି କାର୍ଯ୍ୟାଳୟରେ ଜିଲ୍ଲାପାଳ ଅନୁପସ୍ଥିତ ରହିଥିବା କାରଣରୁ ଅତିରିକ୍ତ ଜିଲ୍ଲାପାଳ ଏଭଳି ଅଭାବନୀୟ ପରିସ୍ଥିତି ଦେଖି ଅପ୍ରସ୍ତୁତ ହୋଇ ପଡିଥିଲେ । ତୁରନ୍ତ ବାହାରକୁ ଆସି ସବୁ ଘଟଣା ବୁଝାସୁଝା କରିବା ସହିତ ବିଭାଗୀୟ ଅଧିକାରୀଙ୍କୁ ଖବର ଦେଇଥିଲେ ଏବଂ ଏନେଇ ଧାରଣାରତ ପ୍ରାଣୀ ଚିକିତ୍ସକଙ୍କ ସହିତ ଆଲୋଚନା କରି ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ ।