Odisha news

ମହାବୀର କ୍ଷେତ୍ର ରୁ ଶ୍ରୀକ୍ଷେତ୍ର ଗଲା ରଥକାଠ

0
ଦଶପଲ୍ଲା ୯/୨  : ବିଗତବର୍ଷ ପରି ଚଳିତ ବର୍ଷ ପୁରୀ ମହାପ୍ରଭୁ ଶ୍ରୀ  ଜଗନ୍ନାଥ ଙ୍କ ନନ୍ଦିଘୋଷ, ବଳଭଦ୍ର ଙ୍କ ତାଳଧ୍ୱଜ ଓ ମା ସୁଭଦ୍ରା ଙ୍କ ଦର୍ପଦଳନ ରଥ ନିର୍ମାଣ ପାଇଁ ମହାବୀର କ୍ଷେତ୍ର ରୁ ଶ୍ରୀକ୍ଷେତ୍ର ଅଭିମୁଖେ ପଠାଯାଇଛି ରଥ କାଠ । ଭବ୍ୟ ଓ ଭକ୍ତି ପୂର୍ଣ ପରିବେଶ ମଧ୍ୟରେ ଦଶପଲ୍ଲା ର ଆରାଧ୍ୟ ଠାକୁର ଶ୍ରୀ ଶ୍ରୀ ରଘୁନାଥ ଜୀଉ ଓ ଶ୍ରୀ ମହାବୀର ଙ୍କ ନିକଟରେ ପୂଜାର୍ଚନା ପରେ ଏହି କାଠ ପଠାଯାଇଛି । ଏ ସି ଏଫ  ହିମାଂଶୁ ମୁଦୁଲି ଓ ରେଞ୍ଜର ସୁଦର୍ଶନ ଦେହୁରୀ ମହାପ୍ରଭୁଙ୍କ ଆଜ୍ଞାମାଳ ଧରି ପହଂଚିବା ପରେ ପୂଜାର୍ଚନା କରାଯାଇଥିଲା । ପରେ  ତିନୋଟି ଟ୍ରକ  ରେ ୧୦୨ ଖଣ୍ଡ କାଠ ମହାବୀର କ୍ଷେତ୍ର ରୁ ଶ୍ରୀକ୍ଷେତ୍ର ରଥଖଳା କୁ ଏହି କାଠ ପଠାଯାଇଛି । ଦଶପଲ୍ଲା ବନାଞ୍ଚଳ ର ପୋଖରୀଗୋଛା ଓ ଚଢ଼େୟାପଲ୍ଲୀ ଜଙ୍ଗଲ ରୁ ସଂଗୃହିତ ଧଉଡା ୫୨ ଖଣ୍ଡ ଓ ଅସନ ୫୦ ଖଣ୍ଡ କାଠ ପଠା ଯାଇଛି ।  ଆସନ୍ତା ଶ୍ରୀ ପଞ୍ଚମୀ ସରସ୍ୱତୀ ପୂଜାଦିନ ରଥନିର୍ମାଣ ପାଇଁ ଏହି ରଥକାଠ ଚିରଟ ଆରମ୍ଭ ହେବ । ଚଳିତବର୍ଷ ରଥ ନିର୍ମାଣ ପାଇଁ ୮୬୫ ଖଣ୍ଡ କାଠ ର ଆବଶ୍ୟକତା ଥିବା ବେଳେ ରଥ ଖଳାରେ ପୂର୍ବରୁ ୫୩ ଟି କାଠ ବଳକା ରହିଛି । ବାକି  ୮୧୨ ଟି କାଠ ଦଶପଲ୍ଲା, ବୌଦ୍ଧ, ମହିପୁର ଓ ଭଞ୍ଜନଗର  ବନାଞ୍ଚଳ ରୁ ଯୋଗାଇ ଦିଆଯିବ ।

Leave A Reply