ବାରିପଦା : ପୂର୍ଣ୍ଣଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବାରିପଦା ବ୍ଲକ ସ୍ତରୀୟ ଓଡ଼ିଆ ଭାଷା, ସାହିତ୍ୟ ଓ ସୃଜନଶୀଳତା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠି ଯୋଗଦେଇ କାର୍ଯ୍ୟକ୍ରମର ଉଦ୍ଘାଟନ କରିବା ସହ ଓଡ଼ିଆ ଭାଷାକୁ ମା’ ପରି ଭଲ ପାଇବାକୁ ଛାତ୍ରଛାତ୍ରୀ ମାନଙ୍କୁ ଉପଦେଶ ଦେଇଥିଲେ । ତତ୍ସହିତ ନିଜ ଲିଖିତ ଜଗନ୍ନାଥଙ୍କ ଉପରେ ଏକ ହୃଦୟସ୍ପର୍ଶୀ କବିତା ଗାନ କରିଥିଲେ । ଏହି ଉତ୍ସବରେ ବାରିପଦା ବ୍ଲକ ଓ ମୁ୍ୟନିସିପାଲିଟିର ୧୩ଟି କ୍ଲଷ୍ଟରର ପ୍ରାୟ ୧୦୦ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରୁ ଜୁନିଅର ଚିତ୍ରାଙ୍କନରେ ରାଧାରାଣୀ ଓ ଦୟାଭାଇ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଏମ.ସାଇ ଜ୍ୟୋତି, ସିନିଅରରେ ପୂର୍ଣ୍ଣଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଆଶିଷ ବିଶ୍ୱାଳ, ଜୁନିଅର କୁଇଜରେ ଦେଉଳସାହି ସରକାରୀ ପ୍ରାଥମିକ ବିଦ୍ୟାଳୟର ଦିପ୍ତିମୟୀ ମାଲାକାର, ସିନିଅରରେ ଓଏଭି, ରାଣୀଭୋଳର ଦିବ୍ୟଜ୍ୟୋତି ଚୌହାନ, ତର୍କ ପ୍ରତିଯୋଗିତାରେ ଏମକେସି ଉଚ୍ଚ ବିଦ୍ୟାଳୟର ଜୟଦେବ ଦେ, ତଥା ପ୍ରଦର୍ଶନୀରେ ଓଏଭି, ରାଣୀଭୋଲର ଅଭିନବ ଷଡ଼ଙ୍ଗୀ ଓ ଜୟଶ୍ରୀ ବିନ୍ଧାଣି ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲାସ୍ତରୀୟ ବିଶ୍ୱ ଭାଷା ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ମନୋନୀତ ହୋଇଛନ୍ତି । ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଗୋଷ୍ଠୀ ଶିକ୍ଷା ଅଧିକାରୀ ନଳିନୀକାନ୍ତ ପ୍ରଧାନ ପୁରସ୍କାର ବିତରଣ କରିଥିଲେ । ପୁରସ୍କାର ବିତରଣ ମଧ୍ୟରେ ବିଦ୍ୟାଳୟର ଛାତ୍ରଛାତ୍ରୀ ଆକର୍ଷଣୀୟ ନୃତ୍ୟ ପରିବେଷଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ବ୍ରଜମୋହନ ମୁର୍ମୁ ଓ ତପସ୍ୱିନୀ ଦାଶ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୋମନାଥ ସିଂହ ପ୍ରମୁଖ ଉପସ୍ଥିତ ଥିଲେ । ଗୌତମ ଦାସ, ଗଣେଶ ବେହେରା, ସୌମ୍ୟ ଦାଶ, ସମସ୍ତ ସିଆରସିସି ତଥା ହଷ୍ଟେଲର ସମସ୍ତ କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ । ଆସନ୍ତାକାଲି ମୁର୍ଗାବାଡି ସ୍ଥିତ ପ୍ରୟାସ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହେବ