Odisha news

ପ୍ରଗତି ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟ : କାଶିପୁର ଚାମ୍ପିଅନ

0
ନିରାକାରପୁର, ୪/୨; ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ପଞ୍ଚାୟତ ପାଣ୍ଡବପାଟଣା ପ୍ରଗତି ଯୁବ ସଂଘ ଆନୁକୂଲ୍ୟରେ ସ୍ଵର୍ଗତ ଯଦୁମଣି ଦାଶ ଓ ଜିତେନ୍ଦ୍ର ରଣାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟ  ସ୍ଥାନୀୟ  ନାରାୟଣୀ ଖେଳ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟକୁ ବିଧାୟକ ଜ୍ୟୋତିନ୍ଦ୍ର ନାଥ ମିତ୍ର, ସମାଜସେବୀ ସଞ୍ଜୟ କୁମାର ପଟ୍ଟନାୟକ ଓ ବରିଷ୍ଠ ନେତା ବିପିନ କୁମାର ଜୟସିଂହ ଆନୁଷ୍ଠାନିକ ଭାବେ ଉଦଘାଟିତ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ସମୁଦାୟ ୧୬ ଟି ଦକ ଭାଗ ନେଇଥିଲେ। ଶେଷରେ ପାଣ୍ଡବପାଟଣା ପ୍ରଗତି କ୍ଳବ୍ ସହିତ କାଶିପୁର କ୍ରିକେଟ କ୍ଳବ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ କାଶିପୁର ବ୍ୟାଟିଂ କରି ୮ ଓଭରରେ ୬ ଉଇକେଟ ହରାଇ ୬୨ ରନ କରିଥିବାବେଳେ ପ୍ରଗତି କ୍ଳବ୍ ୨୬ ରନ ରେ ସମସ୍ତ ଉଇକେଟ ହରାଇ ଥିଲେ। ଚାମ୍ପିଅନ କାଶିପୁର ଓ ରନର୍ଷ  ଅପ୍ ଦଳକୁ  ସମାଜସେବୀ ଶୁଭମ ଦାଶ , ସମ୍ପାଦକ ଚନ୍ଦ୍ରକାନ୍ତ ବେହେରା ଟ୍ରଫି ଓ ପୁରସ୍କାର ପ୍ରଦାନ କରିଥିଲେ। ଖେଳକୁ ପ୍ରବୀଣ ରାଉତରାୟ ଓ ଚିତ୍ତରଞ୍ଜନ ପଳେଇ ପରିଚାଳନା କରିଥିଲେ ।
Govt
Leave A Reply