Odisha news

ଜଗତସିଂହପୁର ମହିଳା ଭଲିବଲ ଦଳ ରାଜ୍ୟସ୍ତରୀୟ ନୂଆ -ଓ କ୍ରୀଡା ପ୍ରତିଯୋଗିତା ରେ ରନର୍ସ ଅପ

0
ଜଗତସିଂହପୁର୦୨/୦୨ : ଜଗତସିଂହପୁର ଜିଲ୍ଲା ବାଳିକା ଭଲିବଲ ଟିମ ନୂଆ- ଓ ରାଜ୍ୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ଖୋର୍ଦ୍ଧା ଜିଲ୍ଲା ଚାମ୍ପିଆନ ହୋଇଥିବା ବେଳେ ଜଗତସିଂହପୁର ଜିଲ୍ଲା ରନର୍ସ ଅପ ଟ୍ରଫି ହାସଲ କରିଛନ୍ତି।ଏହି ରାଜ୍ୟସ୍ତରୀୟ କ୍ରୀଡା ପ୍ରତିଯୋଗିତା କିଟ ବିଶ୍ୱବିଦ୍ୟାଳୟରେ ଜାନୁଆରୀ ୩୦ ତାରିଖରୁ ଆରମ୍ଭ ହୋଇ ଫେବୃଆରୀ ୨ ତାରିଖରେ ଶେଷ ହୋଇଛି।ଆଜି ଖେଳାଯାଇଥିବା ଫାଇନାଲ ପ୍ରତିଯୋଗିତାରେ  ରନର୍ସ ଅପ ହୋଇ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି।ରନର୍ସ ଅପ ହୋଇ ସେମାନେ ୧ ଲକ୍ଷ ଟଙ୍କା ପୁରସ୍କାର ରାଶି ହାସଲ କରିଛନ୍ତି।ତାଙ୍କର ସଫଳତାରେ ଜିଲ୍ଲାପାଳ ପାରୁଲ ପଟାୱରୀ ଓ ଜିଲ୍ଲାପରିଷଦ ମୁଖ୍ୟ ବିକାଶ ଅଧିକାରୀ ରବିନାରାୟଣ ଜେଠୀ, ଜିଲ୍ଲା କ୍ରୀଡା ଅଧିକାରୀ ବିଶ୍ୱ ବିଜୟିନୀ ପଟ୍ଟନାୟକ ମହିଳା ଭଳିବଲ ଦଳଙ୍କୁ ଜିଲ୍ଲା ପାଇଁ ଗୌରବ ଆଣିଥିବାରୁ ଶୁଭେଚ୍ଛା ଜଣାଇଛନ୍ତି। ଭବିଷ୍ୟତରେ ଆହୁରି ଉନ୍ନତ ଖେଳ ପ୍ରଦର୍ଶନ କରିବାକୁ ଉତ୍ସାହିତ କରିଛନ୍ତି।
Leave A Reply