Odisha news

ବଳ ଯୋଗାଡୁଛି ସ୍ଵାଭିମାନୀ ମଞ୍ଚ: ଟାଙ୍ଗୀ ବ୍ଲକରୁ ପ୍ରତିନିଧିତ୍ଵ ପାଇଁ ଦାବି

0
ନିରାକାରପୁର,୨/୨: ଆଜି ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଟାଙ୍ଗୀ ବ୍ଲକ ବଡ଼ପୋଖରୀଆ  ନିକଟସ୍ଥ ବାଉତୀ ଠାକୁରାଣୀଙ୍କ ପୀଠ ରେ ଟାଙ୍ଗୀ ବ୍ଲକ ସ୍ଵାଭିମାନୀ ମଞ୍ଚ ଏକଜୁଟ ହୋଇ ଟାଙ୍ଗୀ ବ୍ଲକ ରୁ ଜଣକୁ ଖୋରଧା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରତିନିଧିତ୍ଵ କରିବା ଉଦ୍ଦେଶ୍ୟରେ ଏକ ବୈଠକ ଆୟୋଜନ କରାଯାଇଥିଲା। ଏହି ବୈଠକରେ ଟାଙ୍ଗୀ ବ୍ଲକ ବିଭିନ୍ନ ଗ୍ରାମପଞ୍ଚାୟତ ରୁ ଶତାଧିକ ଲୋକ ଯୋଗ ଦେଇ ଥିଲେ। ସେମାନଙ୍କ ମତରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀର ଟାଙ୍ଗୀ ବ୍ଲକରେ ଅଧିକ ସଂଖ୍ୟକ ଭୋଟର ଥିବାବେଳେ ଆମ ଅଚଳରୁ ଜଣକୁ ପ୍ରତିନିଧିତ୍ଵ କରିବାର ଆବଶ୍ୟକତା ରହିଛି। ଏହି ବୈଠକରେ ବିଭିନ୍ନ ପଞ୍ଚାୟତର ଲୋକ ପ୍ରତିନିଧି ଓ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେଇ ନିଜ ନିଜର ମତବ୍ୟକ୍ତ କରିଥିଲେ।

Leave A Reply