Odisha news

ଅବକାରୀ ବିଭାଗ ତରଫରୁ ବିଭିନ୍ନ ସ୍ଥାନରେ ଚଢ଼ାଉ, ଦେଶୀମଦ ଜବତ ସହ ୩ ଗିରଫ

0
ସୋର,୧/୨ : ସୋର ଆଦର୍ଶ ଅବକାରୀ ବିଭାଗ ତରଫରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଦେଶୀମଦ ଜବତ କରିଥିବା ବେଳେ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୋର ଆଦର୍ଶ ଅବକାରୀ ଅଧିକାରୀ ସନ୍ତୋଷ ସ୍ୱାଇଁଙ୍କ ନେତୃତ୍ୱରେ ଏକ ଟିମ ସରସଙ୍ଖ ପଞ୍ଚାୟତ ହାତୀଗଢିଆ ଗ୍ରାମରେ ଚଢ଼ାଉ କରି ଝୁନୁ ପାଣିଗ୍ରାହୀ ନିକଟରୁ ୩୨ ଲିଟର ଦେଶୀମଦ, ଛତରା ଗ୍ରାମର ସାବିତ୍ରୀ ସାହୁ ନିକଟରୁ ୩୨ ଲିଟର ଏବଂ ସେହି ଗ୍ରାମର ଗିରିଧାରୀ ସାମଲ ନିକଟରୁ ୩୮ ଲିଟର ଦେଶୀମଦ ଜବତ କରିବା ସହିତ ସମସ୍ତଙ୍କୁ ଗିରଫ କରିଥିଲେ। ଅପରାହ୍ନରେ ସୋର ମେଡ଼ିକାଲରେ ସମସ୍ତଙ୍କ ଡାକ୍ତରୀ ମାଇନା ପରେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ାଉରେ ଏଏସଆଇ ମିନତୀ ଜେନା,କନେଷ୍ଟବଳ ଶଶୀକାନ୍ତ ସାହୁ, ଗଣେଷ ସିଂ, ରଜନୀକାନ୍ତ ସାହୁ ଏବଂ କାଜଲ ପ୍ରିୟଦର୍ଶିନୀ ସାମିଲ ହୋଇଥିଲେ।
Leave A Reply