Odisha news

ଉଦଳାରେ ବିଧାୟକଙ୍କ ଜଗନ୍ନାଥ ଭଜନ ସହ ଉଦ୍ୟାପିତ ହେଲା ଜାତୀୟ ଯୁବ ଏକତା ମହୋତ୍ସବ

0

ବାରିପଦା  : ଜାତୀୟ ଯୁବ ଏକତା ମହୋତ୍ସବ ଉଦଳା ରେ ପଞ୍ଚମ ଦିନରେ ଉଦ୍ୟାପିତ ହୋଇଯାଇଛି । ଉଦଳା ବିଧାୟକ ଭାସ୍କର ମଢେଇ, ଉଦଳା ଏନ୍ଏସି ଚେୟାରମ୍ୟାନ ପ୍ରମିଳା ପଣ୍ଡା, ଜାତୀୟ ଯୁବ ପ୍ରକଳ୍ପ ରାଜ୍ୟମୁଖ୍ୟ ମଧୁସୂଦନ ଦାସ, ମୟୂରଭଞ୍ଜ ଜିଲ୍ଲା ମୁଖ୍ୟ ମଳୟ କୁମାର ନାୟକ ବିଭିନ୍ନ ରାଜ୍ୟରୁ ପାରମ୍ପରିକ ବେଶଭୁଷା ରେ ସଜ୍ଜିତ ପ୍ରତିନିଧି, ଏନ୍ଏସଏସ ଛାତ୍ରଛାତ୍ରୀ ଓ ସମସ୍ତ ସଦସ୍ୟଙ୍କୁ ନେଇ ଏକ ବିରାଟ, ସଦଭାବନା ଓ ସାଂସ୍କୃତିକ ସଭାଯାତ୍ରରେ ସହର ପରିକ୍ରମା ପରେ ଅତୁଳ ପଡିଆରେ ଆୟୋଜିତ ସର୍ବଧର୍ମ ପ୍ରାର୍ଥନା ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ବିଧାୟକ ଜଗନ୍ନାଥ ଭଜନ ମଞ୍ଚରେ ପରିବେଷଣ କରି ଶିବି୍ରାର୍ଥୀଙ୍କୁ ବିଦାୟ ଜଣାଇଥିଲେ । ବିଦ୍ୟାଳୟ ଗଣଶିକ୍ଷା ଓ ରାଜସ୍ୱ ବିପର୍ଯୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ବଳିଷ୍ଠ ଅବଦାନ ଓ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ଉପଦେଷ୍ଟା ସହକାରୀ ପ୍ରଫେସର ଡଃ ସରୋଜ ନାୟକଙ୍କ ମାର୍ଗଦର୍ଶନରେ ଏହି ୫ଦିନିଆ ଜାତୀୟ ଯୁବ ଏକତା ଶିବିର ମୟୂରଭଞ୍ଜ ରେ ଆୟୋଜିତ ହୋଇଯାଇଛି । ମୟୂରଭଞ୍ଜର ବାରିପଦା, ଝାରପୋଖରିଆ, ବାଙ୍ଗିରିପୋଷି, ବିଶୋଇ, ରାଇରଙ୍ଗପୁର ଓ ଉଦଳାରେ ସଦଭାବନା ଓ ଏକତା ଶୋଭାଯାତ୍ର ଭାରତର ୨୪ଟି ରାଜ୍ୟରୁ ଆସିଥିଲେ ପ୍ରତିନିଧି ମାନେ ତାଙ୍କ ପାରମ୍ପରିକ ବେଶଭୂଷାରେ ସଂସ୍କୃତି ପ୍ରଦର୍ଶନ କରିଥିଲେ । ବାରିପଦା ରେ ଏହି କାର୍ଯ୍ୟକ୍ରମର ନେତୃତ୍ୱ ବିଶିଷ୍ଟ ସମାଜସେବୀ ଅମର ସେଠୀ, ଅଶୋକ ପୃଷ୍ଟି, ପ୍ରିୟଙ୍କା ଜେନା, ମାନସୀ ବସା, ରବୀନ୍ଦ୍ର କୁମାର ମହାନ୍ତି, ଶିବନାରାୟଣ ପରିଡା, ଝାରପୋଖରିଆରେ ସୁମନ ସାହୁ, ପରିତୋଷ ସାହୁ, କାଞ୍ଚନମାଳା ସାହୁ, ଅଶ୍ୱିନୀ ମହାନ୍ତ, ବାଙ୍ଗରିପୋଷୀରେ କନିକା ବୋଷ, ଆଲୋକ ସ୍ୱାଇଁ, ପ୍ରିତିଶ ମହାନ୍ତ, କୃଷ୍ଣଚନ୍ଦ୍ର ମୁଖି, ବିଶୋଇରେ ସୁମନ୍ତ କୁମାର ସାହୁ, ରାଜେନ୍ଦ୍ର ଗିରି, ରାଇରଙ୍ଗପୁରରେ ସମାଜସେବୀ ଓ ନାରୀନେତ୍ରୀ ତନୁଜା ମହାନ୍ତ, ଭାନୁପ୍ରିୟା ମହାନ୍ତ, ଉଦଳାରେ ରୋନିତ୍ ବିଶ୍ୱାଳ, ସୁଶ୍ରୀ ଶୁଭମ ନାୟକ, କଳ୍ପନା ହାଁସଦା, ଜଗଦୀଶ ପାଲବାବୁ ନେତୃତ୍ୱ ନେଇଥିଲେ । ଏହି କାର୍ଯ୍ୟକ୍ରମର ବିଭିନ୍ନ ପର୍ଯ୍ୟାୟରେ ଅତିଥି ଭାବେ କେନ୍ଦ୍ରମନ୍ତ୍ରୀ ଇଂ ବିଶ୍ୱେଶର ଟୁଡୁ, ରାଜ୍ୟସଭା ସାଂସଦ ମମତା ମହାନ୍ତ, ପୂର୍ବତନ ଲୋକସଭା ସାଂସଦ ରାମଚନ୍ଦ୍ର ହାଁସଦା, ପୂର୍ବତନ ରାଜ୍ୟସଭା ସାଂସଦ ତଥା ରାଜ୍ୟ ମନ୍ତ୍ରୀ ସରୋଜିନୀ ହେମ୍ବ୍ରମ, ବିଧାୟକ ରାଜକିଶୋର ଦାସ, ବିଧାୟକ ଭାସ୍କର ମଢେଇ ଜିଲ୍ଲାପରିଷଦ ଚେୟାରମ୍ୟାନ ଭାରତୀ ହାଁସଦା, ଜାତୀୟ ଯୁବ ପ୍ରକଳ୍ପର ରାଷ୍ଟ୍ରୀୟ ସମ୍ପାଦକ ରାଣ ସିଂ ପରମାର, ରାଷ୍ଟ୍ରୀୟ କମିଟି ସଦସ୍ୟ ଜଗଦାନନ୍ଦ ଜୀ, ବାରିପଦା ମୁନିସିପାଲିଟି ଚେୟାରମ୍ୟାନ କୃଷ୍ଣାନନ୍ଦ ମହାନ୍ତି, ରାଇରଙ୍ଗପୁର ମୁ୍ୟନିସିପାଲିଟି ଚେୟାରମ୍ୟାନ ଅଭିଷେକ ପଟ୍ଟନାୟକ, ଉଦଳା ଏନଏସସୀ ଚେୟାରମ୍ୟାନ ପ୍ରମିଳା ପଣ୍ଡା ବରିଷ୍ଠ ସମାଜସେବୀ ଆଦିତ୍ୟ ପଟ୍ଟନାୟକ, ବରିଷ୍ଠ ପ୍ରଶାସକ ଅରବିନ୍ଦ ବେହେରା, ଯୁବନେତା ଦେବାଶିଷ ମହାନ୍ତି, ଜିତେନ୍ଦ୍ର ମହାନ୍ତି, ନୂଆ ଓଡିଶା, ନବୀନ ଓଡିଶାର ସଂଯୋଜକ ସୁନୀଲ ଦାସ, ତନୁଜା ମହାନ୍ତ, ବିବେକାନନ୍ଦ ପଟ୍ଟନାୟକ ଓ ଅମିତାଭ ମିଶ୍ର ପ୍ରମୁଖ ଯୋଗଦେଇ ଜାତୀୟ ଯୁବ ପ୍ରକଳ୍ପର ମହତ ଉଦ୍ୟମର ପ୍ରଶଂସା କରିଥିଲେ । ବିଶିଷ୍ଟ ଶିଳ୍ପପତି ସମାଜସେବୀ ମୁରାରୀ ଲାଲ ଶର୍ମା, ଶିକ୍ଷାବିତ ନରେନ୍ଦ୍ର ପଣ୍ଡା ଶୁଭେନ୍ଦୁ ଦାସ, ବିଜୟଲଷ୍ମୀ ନାୟକ, ପ୍ରଣତି ଦାଶ, ମାନସ ଦାଶ, ସାଇ ବିଦ୍ୟାମନ୍ଦିରର ନିର୍ଦେଶକ ପ୍ରଭଞ୍ଜନ ରାଉତ, ପ୍ରକାଶ ମହାନ୍ତି, ପ୍ରହଲ୍ଲାଦ ମାଲ ପ୍ରମୁଖ କାର୍ଯ୍ୟକ୍ରମର ପୃଷ୍ଠପୋଷୋକାତା କରିଥିବାବେଳେ ଅଂଶୁମାନ ଠାକୁର, ଅଭିଷେକ ପାତ୍ର ରୀନା ମୁର୍ମୁ, ସୁନୀଲ ଦେହୁରୀ, ଦେବଯାନୀ, ସବିତା, ମିନାକ୍ଷୀ ପୂଜା, ରାଜୁ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ । ଜାତୀୟ ଯୁବ ପ୍ରକଳ୍ପ, ମୟୂରଭଞ୍ଜ ଶାଖାର ସଭାପତି କୁଞ୍ଜବିହାରୀ ସେଠୀ, କାର୍ଯ୍ୟକାରୀ ସଭାପତି ସମରେନ୍ଦ୍ର ବସା, କୋଷାଧକ୍ଷ ମାନସ ପୁଷ୍ଟି, ଉପଦେଷ୍ଟା ଅଧ୍ୟାପକ ଶିଶିର ପଟ୍ଟନାୟକ କାର୍ଯ୍ୟକ୍ରମକୁ ସଫଳ କରାଇଥିବାରୁ ସମସ୍ତ ପୁଷ୍ଠପୋଷକ ଓ ଶୁଭେଛୁଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Ad2
Leave A Reply