ବଡ଼ମ୍ବା ୨୬/୦୧ ବଡ଼ମ୍ବା ନୀଳକଣ୍ଠେଶ୍ଵର ମନ୍ଦିର ପରିସରରେ ସବୁଜ କବି ବୈକୁଣ୍ଠନାଥ ପଟ୍ଟନାୟକଙ୍କ ପୁର୍ଣ୍ୟତିଥି ପାଳନ ହୋଇଯାଇଛି | “ବୈକୁଣ୍ଠ ସାହିତ୍ୟ ସଂସଦ ବଡ଼ମ୍ବା” ଆନୁକୂଲ୍ୟରେ ଅନୁଷ୍ଠିତ ଉକ୍ତ ବୈଠକରେ ସାହିତ୍ୟ ସଂସଦ ସଭାପତି ଶିକ୍ଷାବିତ ଜଗନ୍ନାଥ ବାରିକଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ଏହି ସଭାରେ ଶ୍ରୀରାମ ଚନ୍ଦ୍ର ମେଡିକାଲ କଲେଜ ସ୍ନାୟୁରୋଗ ବିଭାଗ ସହକାରୀ ପ୍ରଫେସର ରବି ନାରାୟଣ ପଣ୍ଡା ମୂଖ୍ୟଅତିଥି ଭାବେ ଯୋଗ ଦେଇଥିଲେ | ମୂଖ୍ୟବକ୍ତା ଭାବେ ନରସିଂହପୁର ମହାବିଦ୍ୟାଳୟ ପ୍ରାକ୍ତନ ଅଧ୍ୟକ୍ଷ ସୁବାଗ୍ମୀ କୁଳମଣି ବାରିକ ଓ ସମ୍ମାନିତ ଅତିଥି ଭାବେ ରାଜ୍ୟ ପୁରାଷ୍କାରପ୍ରାପ୍ତ ଶିକ୍ଷୟିତ୍ରୀ ପୁଲିନ ମିଶ୍ର ଓ ବରିଷ୍ଠ ପାଲାଗାୟକ ଭାସ୍କର ଚନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇଥିଲେ | ସମୀକ୍ଷକ ଭାବେ ଐତିହାସିକ ତଥା ଗବେଷକ ଦୁର୍ଯ୍ୟୋଧନ ବରାଳ ଯୋଗ ଦେଇଥିଲେ | ସଂସ୍କୃତ ବିଭାଗ ଅଧ୍ୟାପକ ଡଃ ସାରଦାନନ୍ଦ ଦାଶ ସଂଯୋଜକ ଭାବେ ମଞ୍ଚ ପରିଚାଳନା କରିଥିବା ବେଳେ ଅନୁଷ୍ଠାନ ସମ୍ପାଦକ ଆଇନଜୀବି ଗିରିଜା ପ୍ରସାଦ ମିଶ୍ର ବାର୍ଷିକ ସମ୍ପାଦକୀୟ ବିବରଣୀ ପ୍ରଦାନ କରିଥିଲେ | ସେହିଭଳି “ବୈକୁଣ୍ଠ ସାହିତ୍ୟ ସଂସଦ ବଡ଼ମ୍ବା” ପ୍ରତିଷ୍ଠାତା ସଭାପତି ଦିବଂଗତ ପଣ୍ଡିତ ସୂର୍ଯ୍ୟ ନାରାୟଣ ମିଶ୍ରଙ୍କ ସ୍ମୃତି ଚାରଣ ମଧ୍ୟ କରାଯିବା ସହ ଦିବଂଗତ ଶ୍ରୀ ମିଶ୍ରଙ୍କ ବଳିଷ୍ଠ କବିତା ଓ ଭାଷା ସାହିତ୍ୟ ଉପରେ ଉପସ୍ଥିତ ଅତିଥିମାନେ ଆଲୋଚନା କରିଥିଲେ | ମୁଖ୍ୟଅତିଥି ଶ୍ରୀ ପଣ୍ଡା ଯୁବପିଢ଼ିଙ୍କୁ ସାହିତ୍ୟାନୁରାଗୀ ହେବା ପାଇଁ ଆହ୍ୱାନ କରିଥିଲେ | ଉକ୍ତ କାର୍ଯ୍ୟକ୍ରମରେ ଡାକ୍ତର ଶ୍ରୀ ପଣ୍ଡାଙ୍କ ସମେତ ବାଙ୍କୀ ସମ୍ପର୍କ ସାହିତ୍ୟ ଅନୁଷ୍ଠାନର ସମ୍ପାଦକ ରବିନାରାୟଣ ମଙ୍ଗରାଜ, ଓଷ୍ଟା ର ପୂର୍ବତନ ସମ୍ପାଦକ ପ୍ରଫୁଲ କୁମାର ମହାନ୍ତି, ଓକିଲ ସଙ୍ଘ ସଭାପତି ସନ୍ତୋଷ କୁମାର ବେହେରା, ସମାଜସେବୀ ଶିବ ନାରାୟଣ ମିଶ୍ର, ସନ୍ତୋଷ କୁମାର ଦେବତାଙ୍କ ସମେତ ବଡ଼ମ୍ବା ନରସିଂହପୁର, ତିଗିରିଆ, ମାଣିଆବନ୍ଧ, ଆଠଗଡ଼, ବାଙ୍କୀ ଓ ବୈଦେଶ୍ଵର ଅଞ୍ଚଳର ବହୁ କ୍ଷାତି ସମ୍ପର୍ଣ୍ଣ ସାହିତ୍ୟିକ, କବି, କବୟିତ୍ରୀ ଆଦି ଯୋଗଦେଇ ସବୁଜକବି ବୈକୁଣ୍ଠନାଥଙ୍କ ସାହିତ୍ୟ ସମ୍ପର୍କରେ ଆଲୋଚନା କରିଥିଲେ | ସାହିତ୍ୟ ସଂସଦ ସଦସ୍ୟ ଅମ୍ବିକା ପ୍ରସାଦ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ |