Odisha news

ବଡଚଣାରେ ନେତୃତ୍ୱ ପରିବର୍ତ୍ତନ ଦାବିପରେ ବିଜେଡି ନେତୃତ୍ୱଙ୍କ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟୀକରଣ

0
ଚଣ୍ଡିଖୋଲ :  ଯାଜପୁର ଜିଲ୍ଲାର ବଡଚଣା ନିର୍ବାଚନ ମଣ୍ଡଳୀରେ ବିଜେଡିର ନେତୃତ୍ୱ ପରିବର୍ତ୍ତନ କରିବା ଦାବିରେ ଗତ ୨୨ ତାରିଖ ଦିନ ସ୍ଥାନୀୟ ଧର୍ମଶାଳା ଭବନରେ ବଡଚଣାର ବହୁ ଦଳୀୟ ନେତା,ଦୁଇ ପ୍ରାକ୍ତନ ପଞ୍ଚାୟତ ସମିତି ଅଧ୍ୟକ୍ଷ, ନିର୍ବାଚିତ ପ୍ରତିନିଧି ପ୍ରମୁଖଙ୍କ ସହିତ ୫ଶହରୁ ଉର୍ଦ୍ଧ୍ବ ଦଳୀୟ ଆଗୁଆ କର୍ମୀ ଏକାଠି ହୋଇ ବଡଚଣାରେ ଆଗାମୀ ନିର୍ବାଚନ ବେଳେ ବିଜେଡିର ନେତୃତ୍ୱ ପରିବର୍ତ୍ତନ କରିବାକୁ ଖୋଲାଖୋଲି ଦାବି କରିବାସହ ବର୍ତ୍ତମାନର ବିଧାୟକଙ୍କ କାର୍ଯ୍ୟଧାରାରେ ତିବ୍ର ପ୍ରତିକ୍ରିୟା ପ୍ରକାଶକରିଥିଲେ!ପ୍ରାକ୍ତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ତଥା ପ୍ରାକ୍ତନ ବ୍ଳକ ବିଜେଡି ସଭାପତି କୈଳାସଚନ୍ଦ୍ର ରାଉତଙ୍କ ସଭାପତିତ୍ୱରେ ବଡଚଣା।ବିଜୁଜନତା ଦଳ ବ୍ୟାନରରେ ଆୟୋଜିତ ଏହି ବୈଠକରେ ପ୍ରାକ୍ତନ ବ୍ଳକ ଅଧ୍ୟକ୍ଷ ପ୍ରହଲାଦ ନନ୍ଦ,ବିଜେଡି ରାଜ୍ୟ ଯୁବ ଯୁଗ୍ମ ସମ୍ପାଦକ ଆଶିଷରଞ୍ଜନ ଚୌଧୁରୀ, ମହିଳା ବିଜେଡି ସମ୍ପାଦିକା ପୂଜାରିଣ ବଳ ଓ କେତେକ ସରପଞ୍ଚ, ସମିତିସଭ୍ୟ ଓ ପ୍ରାକ୍ତନ ସରପଞ୍ଚ, ସମିତିସଭ୍ୟ/ସଭ୍ୟା ମାନେ ଯୋଗଦେଇ ସିଧାସଳଖ ବିଧାୟକଙ୍କ ନେତୃତ୍ୱକୁ ବିରୋଧକରି ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଜନ୍ମେଜୟ ଲେଙ୍କାଙ୍କୁ ଏଠାରେ ନେତୃତ୍ୱ ଦେବାକୁ ଦାବିଥିଲେ! ଏହି ବୈଠକ ପରେ ଆଜି ଶନିବାର ଦିନ ଚଣ୍ଡିଖୋଲ ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ବ୍ଳକ ବିଜେଡି ସଭାପତି ଅରବିନ୍ଦ ସାମଲଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଆହୁତ କରାଯାଇ ପ୍ରୋକ୍ତ ବୈଠକ ଓ ସେଥିରେ ଯୋଗଦେଇଥିବା ନେତୃବୃନ୍ଦଙ୍କ ସମ୍ପର୍କରେ ସ୍ପଷ୍ଟୀକରଣ ଦିଆଯିବା ସହ ସେମାନଙ୍କ କାର୍ଯ୍ୟ ଧାରାକୁ ତିବ୍ର ସମାଲୋଚନା କରାଯାଇଛି! ଏହି ସାମ୍ବାଦିକ ସମ୍ମିଳନୀରେ ବ୍ଳକ ଅଧ୍ୟକ୍ଷା ମିନତୀ ସେନାପତି,ଉପାଧ୍ୟକ୍ଷ ବିଭାଷଚନ୍ଦ୍ର ନନ୍ଦ,ବିଜେଡି ଜିଲ୍ଲା ଉପସଭାପତି ସାରଦା ମହାନ୍ତି, ଜିଲ୍ଲା ସମ୍ପାଦକ ବିପିନ ବିହାରୀ ଜେନା,ବ୍ଳକ ଛାତ୍ର ବିଜେଡି ସଭାପତି ତଥା ଜିଲ୍ଲା ପରିଷଦ ସଭ୍ୟ ଯତିନ୍ଦ୍ରପ୍ରସାଦ ନାୟକ,ସଞ୍ଜୟ ସ୍ୱାଇଁ,ମିହିର ସ୍ୱାଇଁ, ନିରଞ୍ଜନ ସେନାପତି,ମୋଇନ ଅହମଦ ପ୍ରମୁଖ ଯୋଗଦେଇ ଯେଉଁମାନେ ଏଠାରେ ଦଳକୁ ବାରମ୍ବାର ଧୋକାଦେଇ ବିରୋଧି ଦଳକୁ ସହଯୋଗ କରୁଛନ୍ତି ଓ ନିର୍ବାଚନ ସମୟ ଆସିଲେ ଦଳ ନାମକୁ ବ୍ୟବହାର କରି ଡ୍ରାମାବାଜୀ କରି ବିରୋଧିଦଳ ସହିତ ମୁଲଚାଲ କରୁଛନ୍ତି ସେମାନଙ୍କ ମେଳି ହୋଇଛିବୋଲି ସିଧାସଳଖ ମନ୍ତବ୍ୟ ଦେଇଥିଲେ! ଏପରିକି ପ୍ରୋକ୍ତ ବୈଠକରେ ଅଧ୍ୟକ୍ଷତା କରିଥିବା କୈଳାସଚନ୍ଦ୍ର ରାଉତ,ମହିଳା ନେତ୍ରୀ ଦମୟନ୍ତି ସାମଲ ବିଜେଡିରେ ନଥିବା ସ୍ପଷ୍ଟୀକରଣ ଦେଇଥିଲେ! ବଡଚଣାରେ ଦଳ ଓ ହଜାର ହଜାର ଜନସାଧାରଣ ବିଧାୟକ ଅମରପ୍ରସାଦ ଶତପଥୀଙ୍କ ନେତୃତ୍ୱକୁ ପୂର୍ଣ୍ଣ ସମର୍ଥନ କରୁଛନ୍ତି ଓ ତାଙ୍କ ନେତୃତ୍ୱରେ ଦଳ ଆଗାମୀ ନିର୍ବାଚନରେ ଏଠାରେ ଲଢିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ! ଦଳୀୟ ଶୃଙ୍ଖଳା ଭଙ୍ଗ କରୁଥିବା ଓ ଦଳକୁ ଜେଉଁମାନେ ଏଠାରେ ବଦନାମ କରୁଛନ୍ତି ସେମାନଙ୍କୁ ଓ ସେମାନଙ୍କ ପଛରେଥିବା ନେତାଙ୍କ ବିରୁଦ୍ଧରେ ଦଳର ସଭାପତି ଓ ଦଳୀୟ ଉଚ୍ଚ କତୃପକ୍ଷଙ୍କୁ ଲିଖିତଭାବେ ଜଣାଇଁ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରାଯିବ ବୋଲି ଉପସ୍ଥିତ ଦଳୀୟ ନେତୃମଣ୍ଡଳୀ ସାମ୍ବାଦିକ ମାନଙ୍କ ନିକଟରେ ପ୍ରକାଶ କରିଥିଲେ!
Leave A Reply