ତିହିଡି,୨୭/୦୧(ଯଦୁମଣି ପାଣିଗ୍ରାହୀ): ମା’ ଧାମରାଇ ପୀଠରେ ମକର ମେଳା ୧୨ ଦିନ ଧରି ଅନୁଷ୍ଠିତ ହୋଇଯାଇଛି । ଏହି ମେଳା ଦେଖି ଆସୁଥିବା ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରତ୍ୟେକ ଦିନ ମଣିଶଙ୍କର ସେବା ସଙ୍ଗଠନ ପକ୍ଷରୁ ମାଗଣାରେ କଫି, ଲେମନ ଟି ଏବଂ ଯୁବ ପିଢିଙ୍କ ମନୋରଞ୍ଜନ ଲାଗି ସେଲ୍ଫି ପଏଣ୍ଟର ବ୍ୟବସ୍ଥା କରାଯିବା ସହିତ ରାସ୍ତାକଡରେ ବିଶ୍ରାମ କରୁଥିବା ଗରିବ ଲୋକଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା । ଶେଷ ଦିବସରେ ମା’ ଧାମରାଇ ପୂଜା କମିଟିକୁ ସଙ୍ଗଠନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ସଙ୍ଗଠନର ଆବାହକ ସୁମନ୍ତ ମହାନ୍ତି, ଉପାସନା ମିଶ୍ର, ମହେଶ୍ୱର ସେଠୀ, ମଦନମୋହନ ବେହେରା, କୈଳାସ ହୋତା, ରୂପେଶ ମହାନ୍ତି, ଦୀପକ ବାରିକ, ସୂର୍ଯ୍ୟକାନ୍ତ ବେହେରା, ଆଶୀର୍ବାଦ ବେହୁରିଆ, ବିବେକ ମହାଳିକ, କିରଣ ମହାନ୍ତି, ବାପୁଜୀ ପ୍ରଧାନ, ମୃତୁ୍ୟଞ୍ଜୟ ମଲ୍ଲିକ, ଚିନ୍ମୟ ବାରିକ, ଆଲୋକ ବାରିକ, ଗୌତମ ସାହୁ ଓ ଜନ୍ମେଞ୍ଜୟ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।