Odisha news

୭୫ତମ ଗଣତନ୍ତ୍ର ଦିବସର ଶୁଭ ଅବସରରେ ମହାପ୍ରବନ୍ଧକଙ୍କ ବାର୍ତ୍ତା

0

ପୂର୍ବ ତଟ ରେଳପଥ ପରିବାରର ପ୍ରିୟ ସଦସ୍ୟଗଣ,
୭୫ତମ ଗଣତନ୍ତ୍ର ଦିବସର ଶୁଭ ଅବସରରେ ମୁଁ ଆପଣମାନଙ୍କୁ ମୋର ଶୁଭେଛା ଜଣାଉଛି । ଶାନ୍ତି ଓ ସୌହାର୍ଦ୍ଦ୍ୟ ରକ୍ଷା କରିବା ଲାଗି ଆମକୁ ପୁନଃ ଉତ୍ସର୍ଗ କରିବା ଓ ଆମ ସମ୍ବିଧାନରେ ଗଣତାନ୍ତ୍ରିକ ବ୍ୟବସ୍ଥା ତଥା ମୂଲ୍ୟବୋଧର ସୁରକ୍ଷା ଏବଂ ଏହାର ଦୃଢତାକୁ ବଜାୟ ରଖିବା ନିଜକୁ ପୁନର୍ବାର ସମର୍ପତ କରିବା ନିମିତ୍ତ ଏହା ଆମ ପାଇଁ ଏକ ସୁଯୋଗ ।
ଚଳିତ ଆର୍ଥିକ ବର୍ଷରେ ପୂର୍ବ ତଟ ରେଳପଥ ଅନେକ ମାଇଲ ଖୁଣ୍ଟ ଅତିକ୍ରମ କରିଛି । ଏହି ଅବସରରେ ଆମର ସଫଳତାକୁ ବ୍ୟକ୍ତ କରୁଥିବାରୁ ମୁଁ ଗର୍ବ ଅନୁଭବ କରୁଛି । ଏହା ଆମ ସଭିଁଙ୍କ ପାଇଁ ଗର୍ବର ବିଷୟ ଯେ ପୂର୍ବ ତଟ ରେଳପଥ ୨୦୦ ମେଟି୍ରକ୍ ଟନ୍ରୁ ଅଧିକ ପଣ୍ୟ ପରିବହନ କରିଛି, ଯାହା ସମସ୍ତଜୋନ୍ ମଧ୍ୟରେ ସର୍ବାଧିକ । ଏହାକେବଳ ୨୯୫ ଦିନ ମଧ୍ୟରେ ସମ୍ଭବ ହୋଇଛି ଓ ଗତ ବର୍ଷ ତୁଳନାରେ ଏହି ରେକର୍ଡ଼ ୧୫ ଦିନ ଆଗରୁ ପୂରଣ ହୋଇପାରିଛି । ସମୁଦାୟ ୩୭.୩ କିମିର ନୂତନ ରେଳ ଲାଇନ କାର୍ଯ୍ୟକ୍ଷମ ହେବା ସହିତ ୧୩୬.୬୫ କିମିର ମଲ୍ଟିଟ୍ରାକିଂ କାର୍ଯ୍ୟ ସମାପ୍ତ ହୋଇଛି । ଆମେ ସଫଳତାର ସହ ସମ୍ବଲପୁର-ତାଳଚେର ଦୋହରୀକରଣ ପ୍ରକଳ୍ପକୁ ଏହି ବର୍ଷ ସମାପ୍ତ କରିବା ସହିତ ସମ୍ବଲପୁର-ସମ୍ବଲପୁର ସିଟି-ମାନେଶ୍ୱର (୧୫.୦୦କିମି) ସମାପ୍ତ କରିଛୁ ଓ ସେହିପରି କାର୍ଯ୍ୟକ୍ଷମ ହୋଇଥିବା ଅନ୍ୟାନ୍ୟ ସେକ୍ସନଗୁଡ଼ିକ ହେଲା – କୋଟାଭାଲାସା-କୋରାପୁଟ ଦୋହରୀକରଣ ପ୍ରକଳ୍ପର (କ) ଏସ.କୋଟା- ବୋଡୋଭାରା (୭.୩୦ କିମି) ସେକ୍ସନ ଏବଂ (ଖ) ସିମିଲିଗୁଡ଼ା-ଆରାକୁ-ଗୋରାପୁର (୨୧୬.୬୨ କିମି) ସେକ୍ସନ । ବର୍ତ୍ତମାନ ସୁଦ୍ଧା ନୂତନ ଲାଇନ୍ ଏବଂ ମଲ୍ଟିଟ୍ରାକିଂ ପ୍ରକଳ୍ପରେ ୧୪ଟି ଆରୟୁବି, ୭ଟି ଆରଓବି ଓ ୭ଟି ଏଫଓବିର କାର୍ଯ୍ୟ ସମାପ୍ତ ହୋଇଛି ।
ଅମୃତ ଷ୍ଟେସନ ଯୋଜନା ଅଧୀନରେ ମୋଟ ୫୭ଟି ଷ୍ଟେସନର ପୁନର୍ବିକାଶ କାର୍ଯ୍ୟ ହାତକୁ ନିଆଯାଇଛି । ପୁରୀ, ଭୁବନେଶ୍ୱର ଓ କଟକ ଭଳି ପ୍ରମୁଖ ଷ୍ଟେସନଗୁଡ଼ିକରେ ପୁନଃନିର୍ମାଣ କାର୍ଯ୍ୟ ଜୋସୋରରେ ଚାଲିଛି । ଖୋର୍ଦ୍ଧା ରୋଡ଼ ଡିଭିଜନର ୯ଟି ଓ ସମ୍ବଲପୁର ଡିଭିଜନର ୨ଟି ନୂତନ ଷ୍ଟେସନ କାର୍ଯକ୍ଷମ ହୋଇଛି । ଯାତ୍ରୀମାନଙ୍କ ଅତିରିକ୍ତ ଭିଡ଼କୁ ଦୂର କରିବା ଲାଗି ୨୦୨୩-୨୪ ବର୍ଷରେ ୧୧୪୭ଟି ସ୍ୱତନ୍ତ୍ର ଟ୍ରେନ(ଟ୍ରିପ) ବ୍ୟବସ୍ଥା କରାଯାଇଥିଲା । ଚଳିତ ବର୍ଷ ରଥ ଯାତ୍ରା ସମୟରେ ଟ୍ରେନ ଯାତ୍ରୀମାନଙ୍କ ପାଇଁ ସୁବିଧା ସୁଯୋଗ ଓ ସେମାନଙ୍କ ପରିଚାଳନା ପାଇଁ ଆମେ ବହୁତ ପ୍ରଶଂସା ପାଇଛୁ ।
ଡିସେମ୍ବର ୨୦୨୩ ପର୍ଯ୍ୟନ୍ତ ମୋଟ୍ ରାଜସ୍ୱ ଆୟ ୧୭୭୧୨ କୋଟି ଟଙ୍କା ଯାହା ଅନୁରୂପ ଅବଧିରେ ଗତ ବର୍ଷ ତୁଳନାରେ ୭.୬୫% ଅଧିକ । ଡିସେମ୍ବର ୨୦୨୩ ପର୍ଯ୍ୟନ୍ତ ପରିଚାଳନା ଅନୁପାତ ୫୬.୧୪ ଥିବାବେଳେ ପୂର୍ବ ବର୍ଷର ପ୍ରଦର୍ଶନ ୫୭.୭୩ ଥିଲା । ଆମେ ଡିସେମ୍ବର ୨୩ ପର୍ଯ୍ୟନ୍ତ ୬୩.୧୪ ମିଲିୟନ ଯାତ୍ରୀ ପରିବହନ କରିଛୁ ଯାହା ପୂର୍ବ ବର୍ଷ ତୁଳନାରେ ୧୪.୬୩% ଅଧିକ ।
ଟ୍ରେନ ପରିଚାଳନା ଓ ଆମର ପ୍ରତ୍ୟେକ କାର୍ଯ୍ୟକ୍ଷେତ୍ରରେ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଆସିଛୁ । ଏହି ଅବଧି ମଧ୍ୟରେ ଅନେକ ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟ କରାଯାଇଛି । ପୂର୍ବ ତଟ ରେଳପଥରେ ସମସ୍ତ ରିଲେ ରୁମ ଓ ଏଣ୍ଡ ୟାର୍ଡ ଗୁମୁଟିରେ ଡବଲ ଲକିଂ ସହିତ ବ୍ୟବସ୍ଥିତ ହୋଇଛି । ଅଗ୍ନି ଓ ଧୂଆଁ ଚିହ୍ନଟ ପ୍ରଣାଳୀ (ଏଫଏସଡିଏସ) ୪୩ଟି କୋଚରେ ସମାପ୍ତ ହୋଇଛି ଓ ୨୯୫ କୋଚରେ ଏହା କାର୍ଯ୍ୟକାରୀ କରାଯିବାର ବ୍ୟବସ୍ଥା କରାଯାଇଛି । ଅଗ୍ନି ଚିହ୍ନଟ ଓ ଦମନ ପାଇଁ (ଏଫଡିଏସଏସ)୨୧ଟି ପାୱାର କାର / ପ୍ୟାଂଟ୍ରି କାରରେ ଶେଷ ହୋଇ ଥିବା ବେଳେ, ଅବଶିଷ୍ଟ ୨୭ଟି ପାୱାର କାର/ ପ୍ୟାଂଟ୍ରି କାର ପାଇଁ କାର୍ଯ୍ୟ ଚାଲୁ ରହିଛି । ଟ୍ରେନ୍ ପରିଚାଳନାକୁ ସୁଦୃଢ କରିବା ପାଇଁ ୨୦୨୨-୨୩ରେ ୫୮ଟି ରେଳ ଫାଟକରେ ସ୍ଲାଇଡିଂ ବୁମ କାର୍ଯ୍ୟକାରୀ କରାଯାଇଛି । ଚଳିତ ୨୦୨୩-୨୪ ବର୍ଷରେ ଏପର୍ଯ୍ୟନ୍ତ ଲକ୍ଷ୍ୟ ଥିବା ୪୭ରୁ ୨୮ଟି ସ୍ଲାଇଡିଂ ବୁମ କାର୍ଯ୍ୟକ୍ଷମ ହୋଇସାରିଛି ଓ ବ୍ଲକ କାର୍ଯ୍ୟର ବିଶ୍ୱସନୀୟତାକୁ ଉନ୍ନତ କରିବା ପାଇଁ ଏପର୍ଯ୍ୟନ୍ତ ୭୩ ସେଟର ହାସଡାକକୁ (ଏଚ୍ଏସ୍ଏସ୍ଡିଏସି) କାର୍ଯ୍ୟକ୍ଷମ କରାଯାଉଛି । କର୍ମଚାରୀଙ୍କ ସଚେତନତା, ସର୍ଟକଟ ଅଭ୍ୟାସ ଏବଂ ସୁରକ୍ଷା ନିୟମ ବିଷୟରେ ସଚେତନତା ଇତ୍ୟାଦି ଉପରେ ସମୁଦାୟ ୮୬୦ ଆମ୍ବୁସ ଯାଞ୍ଚ ଓ ୧୨୨୨୨ ସୁରକ୍ଷା ଯାଞ୍ଚ କରାଯାଇଛି ।
ତା ୧୪ ୦୮.୨୦୨୩ରେ ମାନ୍ୟବର ରେଳ ମନ୍ତ୍ରୀ ଖୋର୍ଦ୍ଧା ରୋଡ଼ ଠାରେ ଟ୍ରେନ ମ୍ୟାନେଜମେଣ୍ଟ ସିଷ୍ଟମ (ଟିଏମଏସ)କୁ ଉଦ୍ଘାଟନ କରିଛନ୍ତି । ୨ ଗୋଟି ମଧ୍ୟବର୍ତ୍ତୀ ବ୍ଲକ ସିଗ୍ନାଲିଂ କ୍ଷମତାକୁ ସୁଦୃଢ କରିବା ଲାଗି ନୟାଗଡ଼-ପରଜନପୁର ଓ ଧାନମଣ୍ଡଳ-ବଇରି ଠାରେ ଏହି ସିଷ୍ଟମ କାର୍ଯ୍ୟକାରୀ ହେଉଛି । ସମନ୍ୱିତ ପାୱାର ଯୋଗାଣ ଓ ଏଲଇଡି ସିଗନାଲ ବ୍ୟବସ୍ଥା ସହ ଇଲେକ୍ଟ୍ରିକାଲ ଇଣ୍ଟରଲକିଂ ସିଷ୍ଟମ ବ୍ୟବସ୍ଥାକୁ ୩୧ଟି ଷ୍ଟେସନରେ କାର୍ଯ୍ୟକ୍ଷମ କରାଯାଇଛି ।
ଆମେ ପୂର୍ବ ତଟ ରେଳପଥରେ ୫୧୭୨ କିଲୋୱାଟ୍ ସୌର ଶକ୍ତି ପ୍ଳାଣ୍ଟ ସ୍ଥାପନ କରିଛୁ, ଯେଉଁଥିରୁ ୩୦,୪୪,୧୨୨ ୟୁନିଟ ବିଜୁଳି ଶକ୍ତି ଉତ୍ପନ୍ନ ହୋଇଛି (ଏପ୍ରିଲ ୨୦୨୩-ଅକ୍ଟୋବର ୨୦୨୩ ମଧ୍ୟରେ) ଯାହା ପ୍ରାୟ ୫.୫୨%ର ବୈଦୁ୍ୟତିକ ଶକ୍ତି ସଂଚୟ ସହ ପୂର୍ବତଟ ରେଳପଥରେ ଅଣ ଟ୍ରାକସନ ଉଦେ୍ଦଶ୍ୟରେ ବିନିଯୋଗ ହୋଇଛି । ହାଉସକିପିଙ୍ଗ ଚୁକ୍ତଗୁଡ଼ିକୁ ମାନବ ସମ୍ବଳ ଆଧାରରେ ଫଳାଫଳ ଚୁକ୍ତିରେ ରୂପାନ୍ତର କରି ଆମେ ପ୍ରାୟ ୩.୨୨ କୋଟି ଟଙ୍କା ସଂଚୟ କରିପାରିଛୁ । ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସର ସମସ୍ତ ୩ଟି ରେକକୁ ଜୁଲାଇ ୨୩ରେ ତେଜସରେ ପରିଣତ କରିଛୁ । ପୂର୍ବ ତଟ ରେଳପଥର ୩ୟ ବନେ୍ଦ ଭାରତ ଏକ୍ସପ୍ରେସ ପୁରୀ-ରାଉରକେଲା ମଧ୍ୟରେ ୨୭.୦୯.୨୦୨୩ ଠାରୁ ଚାଲୁଛି । ଭଡ଼ଲାପୁଡ଼ି ୱାଗନ ମରାମତି ୱାର୍କସପ ଉଲ୍ଲେଖନୀୟ ଅଗ୍ରଗତି କର ଏପର୍ଯ୍ୟନ୍ତ ୨୦୮୩ଟି ୱାଗନ ମରାମତି କରିଛି ଯାହା ଗତ ବର୍ଷର ସମାନ ଅବଧିରେ ମରାମତି ହୋଇଥିବା ୱାଗନର ସଂଖ୍ୟା ୧୪୩୮ ଉପରେ ୪୪.୮% ଅଭିବୃଦ୍ଧି । ଏହା କହିବା ଉଲ୍ଲେଖଯୋଗ୍ୟ ଯେ ପୂର୍ବ ତଟ ରେଳ ଜୋନ୍ରେ ଏପ୍ରିଲ – ଡିସେମ୍ବର ୨୦୨୩ ମଧ୍ୟରେ ୮୧୫୫ ୱାଗନ୍ର ଆର୍ଓଏଚ୍ କରିଛି ଯାହାକି ପୂର୍ବ ବର୍ଷର ଏହି ସମୟ ଅବଧିରେ ୭୫୧୬ ୱାଗନ୍ର ଆରଓଏଚ କରିଥିଲାବେଳେ ପୂର୍ବ ବର୍ଷଠାରୁ ଏହା ୮.୫% ଅଧିକ ଅଟେ ।
୨୦୨୩-୨୪ ମଧ୍ୟରେ ଏଚଓଜିରେ ୮ଟି ରେକ କାର୍ଯ୍ୟକ୍ଷମ ହୋଇଛି ଏବଂ ଏପର୍ଯ୍ୟନ୍ତ ୮୩ଟି ରେକ (୬୬ଟି ଟ୍ରେନ)ଏଚଓଜିରେ ଚାଲୁଛି । ଏଚଓଜି ରେକ ପରିଚାଳନା ହେତୁ ୨୦୨୩-୨୪ରେ ସମୁଦାୟ ସଞ୍ଚୟ ହେଉଛି ୧୬୦.୯୪ କୋଟି ଟଙ୍କା ଯାହା ୨୦୨୨-୨୩ରେ ୧୩୫.୭୪ କୋଟି ଟଙ୍କା ଥିଲା । ଏପ୍ରିଲ ୨୦୨୩ରୁ ଡିସେମ୍ବର ୨୦୨୩ ପର୍ଯ୍ୟନ୍ତ ସବୁଜ ଶକ୍ତି ପଦକ୍ଷେପ ଭାବରେ ପୂର୍ବ ତଟ ରେଳପଥ ଛାତ ଉପରେ ୬୦୫ କିଲୋୱାଟ ସୌର ଫଟୋ ଭୋଲଟାଇକ୍ ପାୱାର ପ୍ୟାନେଲ ସଂସ୍ଥାପିତ, ପରୀକ୍ଷିତ ଓ ଚାର୍ଜ କରାଯାଇଛି ।
ୱାଲଟିୟର ଡିଭିଜନାଲ ରେଲୱେ ହସପିଟାଲରେ ଏକ ନୂଆ ମଡୁଲାର ଅପରେସନ ଥିଏଟର କମ୍ପ୍ଲେକ୍ସ ଉଦଘାଟିତ ହୋଇଯାଇଛି । ରେଳ କର୍ମଚାରୀଙ୍କ କଲ୍ୟାଣ ପାଇଁ ପୂର୍ବ ତଟ ରେଳପଥର ୨୭ଟି ପ୍ରାଇଭେଟ ସୁପର ସ୍ପେଶିଆଲିଟି ହସ୍ପିଟାଲ ତାଲିକାଭୁକ୍ତ ହୋଇଛି; ସେଥିମଧ୍ୟରୁ ୬ଟି କ୍ୟାନସର ହସ୍ପିଟାଲ, ୩ଟି ଚକ୍ଷୁ ଚିକିତ୍ସାଳୟ, ୨ଟି ଦନ୍ତ ଚିକିତ୍ସାଳୟ, ରୋଗ ନିରୂପଣ ପାଇଁ ୫ଟି ଡାଇଗ୍ନୋଷ୍ଟିକ ସେଣ୍ଟର ଓ ସ୍ଥାନୀୟ ହିତାଧିକାରୀଙ୍କ ପାଇଁ ହସ୍ପିଟାଲ ଅଟେ ।
ସୁରକ୍ଷା ବିଭାଗ ରେଳ ସମ୍ପତ୍ତି (ବେଆଇନ ସମ୍ପତ୍ତି) ଅଧିନିୟମ ଅନୁଯାୟୀ ଚୋରି ହୋଇଥିବା ରେଳ ସାମଗ୍ରୀର ମୂଲ୍ୟ ୯୪,୨୦,୫୧୨ ଟଙ୍କାର ପୁନରୁଦ୍ଧାର ସହ ୧୮୨ଟି ମାମଲା ଉପରେ କେସ ଦାୟର କରିଛି ଓ ୩୦୪ ଜଣ ଅପରାଧିଙ୍କୁ ଗିରଫ କରିଛି । ରେଳପଥ ଅଧିନିୟମ ଅନୁସାରେ ୧୯୭୪୭ଟି ମାମଲା ରୁଜୁ ହୋଇଛି ଓ ଏଥିପାଇଁ ୪୨,୫୬,୦୫୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି ଯାହା ଗତବର୍ଷ ତୁଳନାରେ ଯଥେଷ୍ଟ ବୃଦ୍ଧି ହୋଇଛି । ଏନ୍ଡିପିଏସ୍ ଅଧିନିୟମ ଅନୁଯାୟୀ ୫୨ଟି ମାମଲାକୁ ଚିହ୍ନଟ କରାଯାଇ ୮୨ ଅପରାଧୀଙ୍କୁ ଗିରଫ କରିବା ସହ ୮୯୩ କେଜିର ନିଶାଦ୍ରବ୍ୟ ଉଦ୍ଧାର କରାଯାଇଛି ଯାହାର ମୂଲ୍ୟ ୭୩,୧୬,୩୬୦ ଟଙ୍କା ଅଟେ । ୧୧୨୪ ଜଣ ଯାତ୍ରୀଙ୍କ ଚୋରୀ ସମାଗ୍ରୀ ଉଦ୍ଧାର କରାଯାଇ ମାଲିକମାନଙ୍କୁ ହସ୍ତାନ୍ତର କରାଯାଇଛି ଯାହାର ମୋଟ ମୂଲ୍ୟ ୨,୦୩,୦୦,୪୬୬ ଟଙ୍କା ଅଟେ ।
ପୂର୍ବ ତଟ ରେଳପଥ କ୍ରୟ ଅର୍ଡ଼ର ଜାରି କରିବାକୁ ଦୁଇଦିନ ସମୟ ନେଇ କ୍ରମାଗତ ଭାବରେ ଦ୍ୱିତୀୟ ଥର ପାଇଁ ଭାରତୀୟ ରେଳବାଇରେ ପ୍ରଥମ ସ୍ଥାନ ଅଧିକାର କରିଅଛି । ଡିସେମ୍ବର ୨୦୨୩ ପର୍ଯ୍ୟନ୍ତ ଜୋନ୍ ସମୁଦାୟ ସ୍କ୍ରାପ ବିକ୍ରି କରି ୧୬୨.୮୧ କୋଟି ଟଙ୍କା ହାସଲ କରିଛି, ଯାହା ପୂର୍ବ ବର୍ଷ ଡିସେମ୍ବର ୨୦୨୨ ସୁଦ୍ଧା ଏହି ଅବଧି ତୁଳନାରେ ୨୫.୦୭ କୋଟି ଟଙ୍କାରୁ ଅଧିକ ।
ଏପ୍ରିଲରୁ ଡିସେମ୍ବର ୨୦୨୩ ମଧ୍ୟରେ ଜିଇଏମ (ଏରଗ) ପ୍ଲାଟଫର୍ମରେ ସାମଗ୍ରୀ କ୍ରୟ ପାଇଁ ପୂର୍ବ ତଟ ରେଳପଥ ୨୧୨୭ କ୍ରୟ ଅର୍ଡ଼ର ରଖିଛି ଯାହାର ମୂଲ୍ୟ ୪୨.୫୨୭୧ କୋଟି ଟଙ୍କା ଓ ଜିଇଏମ (ଏରଗ) ପ୍ଳାଟଫର୍ମରେ ୧୮୪ଟି ସେବା ଚୁକ୍ତି ସଂପାଦନ କରିଛି ଯାହାର ମୂଲ୍ୟ ୧୩୬.୭୪୩୧ କୋଟି ଟଙ୍କା ଅଟେ ।
ଦୁଇଗୋଟି ରୋଜଗାର ମେଳା ୧୩.୦୪.୨୩ ଓ ୨୮.୧୦.୨୦୨୩ରେ ଯଥାକ୍ରମେ ମୁଖ୍ୟ କାର୍ଯ୍ୟାଳୟ/ଭୁବନେଶ୍ୱର, ବିଶାଖାପାଟଣା ଓ କଟକ ଠାରେ ଆୟୋଜିତ ହୋଇଥିଲା । ଯେଉଁଥିରେ ଜୋନ ମଧ୍ୟରୁ ୮୪୪ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିଲା । କାର୍ମିକ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କ ଦ୍ୱାରା ୦୨ ଜୁନ ୨୦୨୩ରେ ବାହାନଗା ବଜାର ଟ୍ରେନ ଦୁର୍ଘଟଣାର ଏମସ୍, ସମ ହସପିଟାଲ, ସମ ଅଲଟିମେଟ, କିମସ୍, କ୍ୟାପିଟାଲ ହସପିଟାଲ, ହାଇଟେକ ହସପିଟାଲ ଓ ଆମ୍ରି ହସପିଟାଲରେ ଚିକିତ୍ସାଧୀନ ଥିବା ରୋଗୀ ଓ ମୃତାହତଙ୍କୁ ଚିହ୍ନଟ କରି ସେମାନଙ୍କ ପରିବାରଙ୍କୁ ହସ୍ତାନ୍ତର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ରେଳ ବିହାରରେ ଥିବା କମୁ୍ୟନିଟି ହଲକୁ କେନ୍ଦ୍ରୀୟ ବାତାନୁକୂଳ ସହ ନବୀକରଣ କରାଯାଇଛି, ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ଏହା ଉଦଘାଟିତ ହୋଇଯାଇଛି । ରେଳ ବିଭାଗର କର୍ମଚାରୀମାନେ ସେମାନଙ୍କ ପାରିବାରିକ ଉତ୍ସବାନୁଷ୍ଠାନକୁ ଏଠାରେ ସୁରୁଖୁରୁରେ କରିପାରିବେ ।
କ୍ରୀଡ଼ା କ୍ଷେତ୍ରରେ ଆମେ ଅନେକ ଉକ୍ରର୍ଷତା ଲାଭ କରିଛୁ । ଚୀନର ହଙ୍ଗଝାଉରେ ଆୟୋଜିତ ଏସିଆନ ଗେମସ ୨୦୨୩ରେ ଶ୍ରୀ ଅମିତ ରୋହିଦାସ, କ୍ରୀଡ଼ା ଅଧିକାରୀ, ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ଓ ମିସ ଦୀପ ଗ୍ରେସ ଏକା, ଓଏସଡି କ୍ରୀଡ଼ା, କାଂସ୍ୟ ପଦକ ଲାଭ କରିଛନ୍ତି । ଗୌହାଟି ଠାରେ ଅନୁଷ୍ଠିତ ସର୍ବଭାରତୀୟ ରେଲୱେ ତୀରନ୍ଦାଜ ଚାମ୍ପିୟନଶିପରେ ଶ୍ରୀ କୁଲବିନ୍ଦର ଓ ଶୁଭମ ଦାସ ଯଥାକ୍ରମେ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ଅର୍ଜନ କରିଛନ୍ତି । ଗୋଆରେ ଅନୁଷ୍ଠିତ ୩୭ତମ ରାଷ୍ଟ୍ରୀୟ କ୍ରୀଡ଼ା ୨୦୨୩ ପ୍ରତିଯୋଗିତାରେ ଝିଲ୍ଲୀ ଦଳବେହେରା ମହିଳା ଭାରତ୍ତୋଳନରେ କାଂସ୍ୟ ପଦକ ଓ ଅରୁଣାଚଳ ପ୍ରଦେଶରେ ଆୟୋଜିତ ବରିଷ୍ଠ ରାଷ୍ଟ୍ରୀୟ ଚମ୍ପିୟାନଶିପରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଗୋଆରେ ଅନୁଷ୍ଠିତ ୩୭ତମ ରାଷ୍ଟ୍ରୀୟ କ୍ରୀଡ଼ା ୨୦୨୩ରେ ମହିଳା ଭାରତ୍ତୋଳନରେ ମିସ ଟି ପ୍ରିୟଦର୍ଶିନୀ ଗୋଆରେ ଆୟୋଜିତ ୩୭ତମ ରାଷ୍ଟ୍ରୀୟ କ୍ରୀଡ଼ା ୨୦୨୩ରେ କାଂସ୍ୟ ପଦକ ହାସଲ କରିଛନ୍ତି, ମିସ ସୁପ୍ରିୟା ରାଉତରାୟ ଓ ମିସ ଜବାମଣି ଟୁଡୁ ମହିଳା ଫୁଟବଲ ଖେଳାଳୀ ୩୭ତମ ରାଷ୍ଟ୍ରୀୟ କ୍ରୀଡ଼ା ୨୦୨୩ରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସର୍ବଭାରତୀୟ ରେଲୱେ ବକ୍ସିଂ ଚମ୍ପିୟାନଶିପ ୨୦୨୩-୨୪, ବିଳାଶପୁରରେ ପୂର୍ବ ତଟ ରେଳପଥର ବକ୍ସିଂ ଟିମ ଗୋଟିଏ ସ୍ୱର୍ଣ୍ଣର୍, ଦୁଇଟି ରୌପ୍ୟ ଓ ଦୁଇଟି କାଂସ୍ୟ ପଦକ ହାସଲ କରିଛନ୍ତି । ମୁମ୍ବାଇରେ ଆୟୋଜିତ ସର୍ବଭାରତୀୟ ରେଲୱେ ଭାରତ୍ତୋଳନ ଚମ୍ପିୟାନଶିପ ୨୦୨୩-୨୪ରେ ପୂର୍ବ ତଟ ରେଳପଥ ଭାରତ୍ତୋଳନକାରୀ ଦଳ ତିନୋଟି ରୌପ୍ୟ ଓ ଗୋଟିଏ କାଂସ୍ୟ ପଦକ ହାସଲ କରିଛି । କ୍ରୀଡ଼ା କ୍ଷେତ୍ରରେ ବିକାଶ ଲାଗି ପୂର୍ବ ତଟ ରେଳପଥ ସ୍ପୋର୍ଟସ ଆସୋସିଏସନ୍/ମୁଖ୍ୟାଳୟ ଏହାର ଭିତିଭୂମିକୁ ପ୍ରସାର କରୁଛି । ସ୍କ୍ୱାଶ, ବ୍ୟାଡମିଂଟନ, କବାଡି, ଭାରତ୍ତୋଳନ, ଭଲିବଲ ଓ ଜିମାନିଷ୍ଟିକ୍ସ ସୁବିଧା ସହ ଭୁବନେଶ୍ୱରରେ ଏକ ନୂଆ ଇନ୍ଡୋର ଷ୍ଟାଡିୟମ କମ୍ପ୍ଲେକ୍ସ ନିମାଣ କରାଯାଉଛି ।
ସ୍ୱୀକୃତିପ୍ରାପ୍ତ ୟୁନିୟନ ଓ ଆସୋସିଏସନ ପରିଚାଳନା କାର୍ଯ୍ୟରେ ସକ୍ରିୟ ଅଂଶଗ୍ରହଣ କରି କର୍ମଚାରୀଙ୍କ କଲ୍ୟାଣ ଲାଗି ପ୍ରଶଂସନୀୟ ଅବଦାନ ଦେଉଛନ୍ତି । ପୂର୍ବ ତଟ ରେଳପଥ ମହିଳା ସଂଗଠନ ଗରିବ ଛାତ୍ର, ମହିଳା କଲ୍ୟାଣ ଏବଂ କଳା ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରୁଛି ।
ମୁଁ ସମସ୍ତ ରେଳ କର୍ମଚାରୀ ଏବଂ ସେମାନଙ୍କ ପରିବାରକୁ ସେମାନଙ୍କ ନିରନ୍ତର ଉଦ୍ୟମ, ସର୍ବୋଚ୍ଚ ଆନ୍ତରିକତା ଓ ପୂର୍ବତଟ ରେଳପଥକୁ ଐତିହାସିକ ମାଇଲଖୁଣ୍ଟ ହାସଲ କରିବାରେ ନିଜକୁ ଉତ୍ସର୍ଗୀକୃତ କରିଥିବାରୁ ସେମାନଙ୍କୁ ଅଭିନନ୍ଦନ ଜଣାଉଛି । ଏହି ଅବସରରେ ଆସନ୍ତୁ ଆମର କାର୍ଯ୍ୟରେ ଉକ୍ରର୍ଷତା ରକ୍ଷା କରିବା ଓ ଅତୁଟ ପ୍ରତିବଦ୍ଧତା ସହିତ ଦେଶସେବା ଜାରି ରଖିବା ପାଇଁ ସଂକଳ୍ପ ନେବା ।
ଜୟ ହିନ୍ଦ୍
ମନୋଜ ଶର୍ମା
ମହାପ୍ରବନ୍ଧକ
ପୂର୍ବ ତଟ ରେଳପଥ

 

Leave A Reply