ପାରାଦୀପ : ରାହାମା ଷ୍ଟେଟ ବ୍ୟାଙ୍କ ରୁ ରୁଣ ଜାଲିଆତି ଘଟଣା ଏବେ ଭିନ୍ନ ମୋଡ ନେଇଛି | ଜମି ମାଲିକ ଜାଣିନାହାନ୍ତି ତାଙ୍କ ଅଗୋଚରରେ ଜମି କୁ ବ୍ୟାଙ୍କ ରେ ଦେଇ ଅନ୍ୟଜଣକୁ ରୁଣ କରାଇ ତାଙ୍କଠାରୁ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଠକି ନେବା ଘଟଣା ଏବେ ବ୍ୟାଙ୍କ ରୁ ଯାଇ ତିର୍ତ୍ତୋଲ ଥାନା ରେ ପହଁଞ୍ଚିବା ପରେ ପୋଲିସ ଘଟଣାକୁ ଗୁରୁତର ଭାବେ ନେବା ସହ ଏକ ମାମଲା ରୁଜୁ କରି ଦଲାଲ କୁ ରାସ୍ତାରୁ ଉଠାଇ ନେଇ ଅଟକ ରଖି ଅଧିକ ଖୋଳତାଡ଼ ଆରମ୍ଭ କରିଛି | ରାହାମା ବ୍ୟାଙ୍କ ତିର୍ତ୍ତୋଲ ସର୍କଲ ରେ ଯାଉଥିବା ବେଳେ କିଛି ବାଲିକୁଦା ସର୍କଲ ଲୋକଙ୍କୁ ଆଣି ବାଲିକୁଦା ବ୍ଲକ ମୂଳୁଗାଁ ର ସରୋଜ କୁମାର ଦାସ ବ୍ୟାଙ୍କ ରେ ଲୋକଙ୍କ ରୁଣ ଖାତା ରୁ ଟଙ୍କା ସିଧାସଳଖ ତା ନିଜ ଖାତାକୁ ଟ୍ରାନ୍ସଫର୍ମର କରି ନେଇଥିବା ଓ କିଛି ଟଙ୍କା ବ୍ୟାଙ୍କ କର୍ମଚାରୀ ସାଗରିକା ମାଡାମ ନାମରେ ଜନୈକା ମହିଳା ମଧ୍ଯ ନେଇଥିବା ଆଜି ତିର୍ତୋଲ ଥାନା ରେ ବାଲିକୁଦା ବ୍ଲକ କରମଙ୍ଗ ଅଞ୍ଚଳର ମହେନ୍ଦ୍ର ଦାସ ଲିଖିତ ଅଭିଯୋଗ କରିଛନ୍ତି | ଏହି ଅଭିଯୋଗ କୁ ଭିତି କରି ତିର୍ତୋଲ ପୋଲିସ 45/2024 ରେ ଏକ ମାମଲା ରୁଜୁ କରି ସରୋଜ କୁମାର ଦାସ ଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି | ସରୋଜ ବାଲିକୁଦା ବ୍ଲକ ର ଲୋକ ହୋଇଥିବା ବେଳେ ନିଜ ଗ୍ରାମ ପାଖାପାଖି କିଛି ଲୋକଙ୍କୁ ସେ ମୋହରା ବନାଇ ଆଣୁଥିଲେ | ବ୍ୟାଙ୍କ ରେ ସବସିଡ ରୁଣ କରାଇଦେବି କହି ତାଙ୍କ ଆଧାର କାର୍ଡ ଓ ବ୍ୟାଙ୍କ ପାସବୁକ ଆଣି ରାତାରାତି ବାଲିକୁଦା ରୁ ରାହାମା ବ୍ରାଞ୍ଚ କୁ ଆକାଉଣ୍ଟ ଟ୍ରାନ୍ସଫର୍ମର ମଧ୍ଯ କରୁଥିଲେ | ରାହାମା ବ୍ୟାଙ୍କ ରେ ନେଟ ରୁ କିଛି ବାଲିକୁଦା ଲୋକଙ୍କ ଜମି ପଟ୍ଟା କାଢି ତାକୁ ଅନ୍ୟ ଲୋକଙ୍କ ନାମରେ ବନ୍ଧକ ପକାଇ ତାଙ୍କ ନାମରେ ସହଜରେ ରୁଣ ସାଙ୍କ୍ସନ ମଧ୍ଯ କରୁଥିଲେ | ଲୋକଙ୍କୁ ଅଳ୍ପ ଟଙ୍କା ଦେଇ ନିଜ ଖାତାକୁ ରୁଣ ପାଇଥିବା ଲୋକଙ୍କ ଖାତା ରୁ ସିଧାସଳଖ ଟଙ୍କା ମଧ୍ଯ ଟ୍ରାନ୍ସଫର୍ମର କରି ନେଉଥିଲେ | ଏହି ସବୁ କାର୍ଯ୍ୟରେ ବ୍ୟାଙ୍କ ର ସାଗରିକା ମାଡାମ ଓ ଅନ୍ୟ କିଛି କର୍ମଚାରୀ ତାଙ୍କୁ ସମର୍ଥନ କରୁଥିବା ଓ ଏକ ରାକେଟ କରି ସାଧାରଣ ଲୋକଙ୍କୁ ଠକୁଥିବା ଲୋକମାନେ ଅଭିଯୋଗ କରିବା ପରେ ସରୋଜ ଏବଂ ସାଗରିକା ଙ୍କ ନାମରେ ପୋଲିସ ମାମଲା ରୁଜୁ କରିଛି | ପୋଲିସ ସରୋଜ କୁ ସ୍ତାନୀୟ ଜୟପୁର ଜଗତସିଂପୁର ରାସ୍ତାରୁ ଉଠାଇ ଆଣି ଥାନା ରେ ଅଟକ ରଖିବା ସହ ଅଧିକ ତଦନ୍ତ ଆରମ୍ଭ କରିଛି | ସରୋଜ କୁ କେଉଁମାନେ ଏହି କାର୍ଯ୍ୟରେ ସହଯୋଗ କରୁଥିଲେ ଓ ଏଭଳି କେତେଜଣଙ୍କ କ୍ଷେତ୍ରରେ ରୁଣ ଜାଲିଆତି କରି ଟଙ୍କା ଲୁଟ ହୋଇଛି ତାର ଚେର ପର୍ଯ୍ୟନ୍ତ ଯିବାକୁ ପୋଲିସ ଚେଷ୍ଟା ଆରମ୍ଭ କରିଥିବା ଜଣାପଡ଼ିଛି |