ବାରଙ୍ଗ : ନନ୍ଦନକାନନରେ ନନ୍ଦନ ଅସୁସ୍ଥ । ଏହି ଖବର ପଶୁପ୍ରେମୀ ଏବଂ ପର୍ୟ୍ଯଟକମାନେ ଜାଣିବା ପରେ ମୀୟମାଣ ହୋଇପଡିଛନ୍ତି। ହେବେନି ବା କେମିତି । ଏ ହେଉଛି ସେହି ନନ୍ଦନ ଯିଏକି ୨୦୧୩ ମସିହା ଫ୍ରେବୃଆରି ମାସରେ ଚନ୍ଦକା ଡମପଡା ଓ ନନ୍ଦନକାନନ ଜଙ୍ଗଲ ଆତଙ୍କ ସୃଷ୍ଟି କରିଥିଲା । ଶେଷରେ ନନ୍ଦନକାନନ ରେ ରହୁଥିବା ଜଙ୍ଗଲି ବାଘୁଣୀ ସାରା ପ୍ରେମରେ ପଡି ନନ୍ଦନକାନନରେ ଧରା ପଡି ପୁଣି ଖସି ବି ଯାଇଥିଲା । ଦୀର୍ଘ ଚାରିମାସର କସରତପରେ ଶେଷରେ ୨୦୧୩ ଜୁନ ୬ ତାରିଖରେ ଧରା ପଡି ନନ୍ଦନକାନନରେ ବନ୍ଦୀ ଜୀବନ ବିତାଉଥିବା ଜଙ୍ଗଲି ବାଘ ହେଉଛି ନନ୍ଦନ ।ପରବର୍ତିସମୟରେ ବାଘୁଣୀ ମେଘା ଓ ସାରାସହ ମିଶି ଜଙ୍ଗଲି ବାଘ ବଂଶ ବୃଦ୍ଧି କରିବାରେ ନନ୍ଦନକାନନର ସମ୍ମାନକୁ ଆଗକୁବଢାଇବାରେ ସହାୟକ ସାଜିଥିଲା । ସେ ଏବେ ଅସୁସ୍ଥ ହୋଇ ଠିକଭାବେ ଚାଲିପାରୁନି ।ଗତକିଛିଦିନହେବ ଶ୍ନାୟୁ ଜନିତ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ସୂଚନା ମିଳିଛି । ପ୍ରାଣୀଉଦ୍ୟାନର ୩୩(ଘ) ଖୁଆଡରେ ରହିଥିବାନନ୍ଦନର ଚିକିତ୍ସା ଚାଲିଛି ।ତାର ପଛ ଗୋଡ କାମ କରୁନଥିବା ବେଳେ ଗୋଟିଏ ସ୍ଥାନରେ ପଡି ରହୁଛି । ନନ୍ଦନକୁ ସୁସ୍ଥ କରିବାରେ ଏଠାକାର ଡାକ୍ତରମାନେ କେତେଦୁର ସଫଳ ହେଉଛନ୍ତି ତାହାଉପରେ ରହିଛି ସମସ୍ତଙ୍କ ନଜର ।
ଉଦ୍ଧାର ବଜ୍ରକାପ୍ତା ନନ୍ଦନକାନନ ଆସିଲା
ବାରଙ୍ଗ(ସବ୍ୟୁ) ରବିବାର ବିଳମ୍ବିତ ରାତିରେ ନୂଆପଡ଼ା ଜିଲ୍ଲା ରୁ ଉଦ୍ଧାର ହୋଇଥିବା ଗୋଟିଏ ବଜ୍ରକାପ୍ତା ଆସିଛି । ଏଠାରୁ ଆସିବା ପରେ ବଜ୍ରକାପ୍ତା ର ପ୍ରାଥମିକ ଚିକିତ୍ସା କରାଯାଇ ପଶୁ ଚିକିତ୍ସାଳୟ ରେ ରଖାଯାଇଥିବା ସୂଚନା ମିଳିଛି।ତେବେ ଏହି ବଜ୍ରକାପ୍ତାଟିକୁ ନୂଆପଡ଼ା ଜିଲ୍ଲାର ନଙ୍ଗଲବୋଡ଼ଠାରୁ ଶୁକ୍ରବାରଦିନ ସିନାପାଲି ବନ ବିଭାଗ ଜବତକରିଥିଲା ।