Odisha news

କଣାସ:ହାତୀ ଖାଇଗଲେ ଅମଳ ଧାନ

0

କଣାସ,୨୦/୦୧/ : ପୁରୀ ଜିଲ୍ଲା କଣାସ ବ୍ଲକ୍ ଗଡସାନପୁଟ ଗ୍ରାମରେ  ହାତୀଙ୍କ ଆତଙ୍କ । ବିଳମ୍ବିତ ରାତ୍ରରେ ଗ୍ରାମରେ ହାତୀ ପଲ୍ଲ ପଶି ସୁକାନ୍ତ ପରିଡ଼ାଙ୍କ ୫୦ ବସ୍ଥା ଧାନ ଖାଇ ନଷ୍ଟ କରିଦେଥିବା ବେଳେ ଗ୍ରାମର ଆଉ କେତେକ ଲୋକଙ୍କ ଶୌଚାଳୟ ଘର ଭାଙ୍ଗିବା ସହ କଦଳୀ ଗଛ,ନଡ଼ିଆ ଗଛ ନଷ୍ଟ କରିଦେଇଥିବା ଗ୍ରାମର ଲୋକମାନେ ଅଭିଯୋଗ କରିଛନ୍ତି ।କିଛି ଦିନ ପୂର୍ବରୁ କଣାସ ବ୍ଲକ୍ ଗଡଖାରଦ ,ବାଦୁରାବର,ତେନ୍ତୁଳିମୂଳ, ବିରକେଶରପୁର ଆଦି ଅଞ୍ଚଳରେ ହାତୀ ପଲ ପଶି ଅନେକ ଜମିରେ ପାଚିଲା କଟା ଧାନ ଓ ଖଳାରେ ଅମଳ କରି ରଖା ଯାଇଥିବା ଧାନ ଖାଇ ନଷ୍ଟ କରିଥିବା  ଅଭିଯୋଗ ହୋଇଛି। ଏ ନେଇ ବନ ବିଭାଗ  କର୍ମଚାରୀମାନଙ୍କୁ ଖବର ଦିଆ ଯାଉଛି ।ଘଟଣା ସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି ।ହେଲେ ଚାଷୀମାନେ ଆଜି ପର୍ଯ୍ୟନ୍ତ କୌଣସି ଖେତି  ପୂରଣ ପାଇନଥିବା ଅଭିଯୋଗ କରିଛନ୍ତି । ସରକାର  ତୁରନ୍ତ ଚାଷୀ ମାନଙ୍କୁ ଖେୟ କ୍ଷତି ସହାୟତା ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହେଉଛି ।

IEC 2 years
Leave A Reply