ବ୍ରହ୍ମପୁର–ଓଡିଶା ସରକାରଙ୍କ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ସହାୟତାରେ ଓଡିଶା ନାଟକ ସମାରୋହ ସମିତି ବ୍ରହ୍ମପୁର ଦ୍ୱାରା ଆୟୋଜିତ 16ତମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ଶନିବାର ବ୍ରହ୍ମପୁର ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ପରିସରରେ ଉଦଘାଟିତ ହୋଇଯାଇଛି । ଓଡିଶା ନାଟକ ସମାରୋହ ସମିତିର ସଭାପତି ଅନିଲ କୁମାର ପାତ୍ରଙ୍କ ସଭାପତିତ୍ତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ମୁଖ୍ୟଅତିଥି ରୂପେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ମହୋତ୍ସବକୁ ଉଦଘାଟନ କରିଥିଲେ । ଏହି ଅବସରରେ ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଡା.ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା,ମେୟର ସଂଘମିତ୍ରା ଦଳେଇ,ଓଡିଶା କାଜୁ ନିଗମ ଅଧକ୍ଷ ସୁବାସ ମହାରଣା,ଗଞ୍ଜାମ ଜିଲ୍ଲା ହୋଟେଲ ସଂଘ ସଭାପତି ଉମା ପାଣିଗ୍ରାହୀ ପ୍ରମୁଖଙ୍କ ସହ ଆୟୋଜକ ଅନୁଷ୍ଠାନର ସାଧାରଣ ସମ୍ପାଦକ ନାରାୟଣ ମହାଙ୍କୁଡ଼ ପ୍ରମୂଖ ମଂଚାସୀନ ଥିଲେ । ଓଡିଶା ନାଟକ ସମାରୋହ ସମିତିର ସମ୍ପାଦକ ରାଜ ଗୋପାଳ ପାଢ଼ୀ ଅତିଥି ଆବାହନ,ସ୍ୱାଗତ ଭାଷଣ ସହ ନାଟକ ମହୋତ୍ସବ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । କୋଷଧକ୍ଷ ବିନାୟକ ହୋତା ଧନ୍ୟବାଦ ଅର୍ପଣ କରିଥିଲେ ।ମହୋତ୍ସବର ଉଦଘାଟନୀ ସନ୍ଧ୍ୟାରେ ନୟାଗଡ଼ ସିରିୟସ ଜୋନ ନାଟ୍ୟସଂସ୍ଥା ତରଫରୁ ପରିବେଷିତ ନାଟକ”ବାଂଝ” ଉପସ୍ଥିତ ଦର୍ଶକଙ୍କ ଆଖିକୁ ଭିଜେଇ ଦେଇଥିଲା । ମାତୃତ୍ୱ କେବଳ ଏକ ପରିପୂର୍ଣ୍ଣ ଜୀବନର ପରିଚୟ ନା ସାମାଜିକ ସ୍ବୀକୃତି ! ଏକ ସମର୍ପଣ ନା ସହାନୁଭୂତି ! ଏକ ଅସହାୟତା ନା ଆବେଗ ! ଗତିଶୀଳ ଜୀବନ ଭିତରେ ନାରୀଟିଏ ପ୍ରବାହମାନ ସ୍ରୋତ । ଜୀବନର ଦୁଃଖ,ସୁଖ,ଆଶା, ଅବଶୋଷ,କାମନା,ଆକାଂକ୍ଷା,ପ୍ରାପ୍ତି,
Next Post