Odisha news

ଶିକ୍ଷା ବ୍ୟବସ୍ଥାକୁ ଘରୋଇକରଣ କରି ଛାତ୍ରଛାତ୍ରୀଙ୍କୁ ଶୋଷଣ କରୁଛି ବିଜେଡି ସରକାର: ମୋହନ ମାଝୀ

0

 ଓଡିଶା ସରକାର କେନ୍ଦୁଝରରେ ସ୍ଥାପିତ ଉତର ଓଡିଶାର ଏକମାତ୍ର ‘ସରକାରୀ ଇଞ୍ଜିନିୟରିଂ କଲେଜ (ଏଉଋ) କୁ ଘରୋଇକରଣ କରିବାର ଷଡଯନ୍ତ୍ର ଅତ୍ୟନ୍ତ ଦୁର୍ଭାଗ୍ୟଜନକ
 ରାଜ୍ୟର ୩ଟି ବୈଷୟିକ ସରକାରୀ କଲେଜ ଜିସିଇ, କେନ୍ଦୁଝର; ସିଆଇଟିଇ, ଭୁବନେଶ୍ୱର; ଆଇଜିଆଇଟି, ସରାଙ୍ଗର ପଲିଟେକ୍ନିକ୍ (ଊସକ୍ଟ୍ରକ୍ଷକ୍ଟଜ୍ଞବ) ବିଭାଗକୁ ଘରୋଇକରଣ କରିବା ପାଇଁ ରାଜ୍ୟ ସରକାର ଚକ୍ରାନ୍ତ କରିଛନ୍ତି
 ଦକ୍ଷିଣ ଭାରତର ଠିକାଦାରଙ୍କ ଜରିଆରେ ଶହ ଶହ କୋଟି ଟଙ୍କାର କାମ କରାଇ ମୁନାଫା କରୁଛନ୍ତି ଦୁର୍ନୀତି, ଭ୍ରଷ୍ଟାଚାର ଓ ଅନିୟମିତତାରେ ଲିପ୍ତ ଶାସକ ବିଜେଡି ଦଳର ନେତା ଓ ମନ୍ତ୍ରୀମାନେ ଏବଂ ଅସାଧୁ ସରକାରୀ ଅଧିକାରୀ

ଭୁବନେଶ୍ୱର, ତା.୧୮/୦୧: ସରକାରୀ ବୈଷୟିକ ମହାବିଦ୍ୟାଳୟକୁ ଘରୋଇକରଣ କରିବା ପାଇଁ ରାଜ୍ୟ ସରକାର ଚକ୍ରାନ୍ତ କରିଛନ୍ତି । ୨୪ ବର୍ଷର ବିଜେଡି ସରକାର ବିଭିନ୍ନ ସମୟରେ ୫-ଟି ନାଁକୁ ନେଇ ସ୍କୁଲ ‘ରୂପାନ୍ତରିକରଣ ଓ ପ୍ରତିଷ୍ଠା’ ନାଁରେ ଡିଣ୍ଡିମ ପିଟୁଛନ୍ତି । କିନ୍ତୁ ବାସ୍ତବରେ ସଂପୂର୍ଣ୍ଣ ଭିନ୍ନ । ବୈଷୟିକ ଶିକ୍ଷା ବ୍ୟବସ୍ଥାରେ ରାଜ୍ୟ ସରକାର ବହୁ ଚଂଚକତା କରି ଶିକ୍ଷାନୁଷ୍ଠାନଗୁଡିକୁ ଘରୋଇକରଣ କରାଯିବା ଓ ରୁପାନ୍ତରଣ ନାଁରେ ଦକ୍ଷିଣ ଭାରତର ଠିକାଦାର ତଥା ବାହାର ରାଜ୍ୟର ଠିକାଦାରଙ୍କ ଜରିଆରେ ଶହ ଶହ କୋଟି ଟଙ୍କାର କାମ କରାଇ ମୁନାଫା କରୁଛି ଦୁର୍ନୀତି, ଭ୍ରଷ୍ଟାଚାର ଓ ଅନିୟମିତତାରେ ଲିପ୍ତ ଶାସକ ବିଜେଡି ଦଳର ନେତା ଓ ମନ୍ତ୍ରୀମାନେ ଏବଂ ଅସାଧୁ ସରକାରୀ ଅଫିସର ମାନେ ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ଶ୍ରୀ ମୋହନ ମାଝୀ କହିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମାଝୀ କହିଛନ୍ତି ଯେ, ରାଜ୍ୟରେ ବିଜେଡି ସରକାର ୫-ଟି ମାଧ୍ୟମରେ ପ୍ରତ୍ୟେକ ପ୍ରତିଷ୍ଠାନ ଓ ଶିକ୍ଷାନୁଷ୍ଠାନକୁ ବିଶ୍ୱସ୍ତରୀୟ ପାଇଁ ଯୋଜନା କରିବା ସହ ବିଜ୍ଞାପନ ମାଧ୍ୟମରେ ପ୍ରଚାର ପ୍ରସାର କରୁଛନ୍ତି । ଏପଟେ ରାଜ୍ୟର ୩ଟି ବୈଷୟିକ ସରକାରୀ କଲେଜ ଯଥା- ଜିସିଇ କେନ୍ଦୁଝର, ସିଆଇଟିଇ ଭୁବନେଶ୍ୱର, ଢେଙ୍କାନାଳ ସ୍ଥିତ ଆଇଜିଆଇଟି ସରାଙ୍ଗର ପଲିଟେକ୍ନିକ୍ ବିଭାଗକୁ ଘରୋଇକରଣ କରିବା ପାଇଁ ରାଜ୍ୟ ସରକାର ଚକ୍ରାନ୍ତ କରିଛନ୍ତି ବୋଲି ଶ୍ରୀ ମାଝୀ କହିଛନ୍ତି ।
କେନ୍ଦୁଝର ଖଣିଖାଦାନର ଜିଲ୍ଲା । ଓଡ଼ିଶାର ରାଜସ୍ୱ ୩୦ପ୍ରତିଶତ କେନ୍ଦୁଝରରୁ ଆସୁଥିଲେ ସୁଧା ଏଠାରେ ଶିକ୍ଷାର ବିକାଶ ଆଶାନୁରୂପେ ହୋଇନାହିଁ । କେନ୍ଦୁଝର ଖଣି ଅଚଂଳ ହୋଇଥିବାରୁ ବୈଷୟିକ ଜ୍ଞାନର ବିକାଶ ପାଇଁ ୧୯୫୬ରେ ପ୍ରଥମେ ଭାରତବର୍ଷର ଏକମାତ୍ର ‘ଡିପ୍ଲୋମା ଇଞ୍ଜିନିୟରିଂ’ ସ୍କୁଲ୍ ତଥା ‘ଓଡ଼ିଶା ସ୍କୁଲ ଅଫ୍ ମାଇନିଂ ଇଞ୍ଜିନିୟରିଂ’ ନାମରେ ସ୍କୁଲ୍ ପ୍ରତିଷ୍ଠା ହୋଇଥିଲା । ସ୍ଥାନୀୟ ନାଗରିକଙ୍କ ଆନେ୍ଦାଳନ ପରେ ୧୯୯୫ରେ ‘ଡିପ୍ଲୋମା ସ୍କୁଲ’ କ୍ୟାମ୍ପସରେ ମାଇନିଂ ଇଞ୍ଜିନିୟରିଂ ଡିଗ୍ରୀ ପାଠ୍ୟକ୍ରମ ଆରମ୍ଭ ହୋଇଥିଲା । ପୁଣି ୧୯୯୭ରେ ତକôାଳୀନ ସରକାର ଚକ୍ରାନ୍ତ କରି ପାଠ୍ୟକ୍ରମ ବନ୍ଦ କରିଥିଲେ, କିନ୍ତୁ ୨୦୦୧ରେ ସଦର ବିଧାୟକ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଓ କେନ୍ଦୁଝର ନାଗରିକ ମଂଚର ହସ୍ତକ୍ଷେପରେ ପୁଣି କଲେଜଟି କାର୍ଯ୍ୟକ୍ଷମ ହେଲା ଓ ୨୦୦୬ ରେ ସରକାର ବିପିୟୁଟି ଅଧିନକୁ ଆଣି ଉତର ଓଡ଼ିଶାର ଏକମାତ୍ର ବୈଷୟିକ ଡିଗ୍ରୀ କଲେଜ ରୂପେ ଗ୍ରହଣ କଲେ । ଏହାପରେ ୨୦୧୧-୧୨ରେ ସରକାର ବୈଷୟିକ ମହାବିଦ୍ୟାଳୟକୁ ‘ସରକାରୀ ବୈଷୟିକ ମହାବିଦ୍ୟାଳୟ’ ରୂପେ ଘୋଷଣା କଲେ । ଏହି “ସରକାରୀ କଲେଜ ଓ ଇଞ୍ଜିନିୟରିଂ” କେନ୍ଦୁଝର ସହରଠାରୁ ୫କିମି ଦୂର ଜାମୁନାଳିଆ ଗାଁରେ ୩୭ ଏକର ପରିମିତ ସ୍ଥାନରେ ନିର୍ମିତ ହୋଇଛି । ଏହି କଲେଜରେ ୭ ଗୋଟି ବୈଷୟିକ ବିଭାଗରେ ୧୫ ଶହ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି । ଏହି କଲେଜ ପାଇଁ ରାଜ୍ୟ ସରକାର ୧୪୦ କୋଟି ଖର୍ଚ୍ଚ କରିଥିବା ବେଳେ କେନ୍ଦୁଝର ମିନେରାଲ ଫଣ୍ଡ ଓ ଓମବାଡସି ଫଣ୍ଡରୁ ୭୦କୋଟି ଟଙ୍କା ବିଭିନ୍ନ ଘର ନିର୍ମାଣ ଓ ଅତ୍ୟାଧୁନିକ ଯନ୍ତ୍ରପାତି କ୍ରୟ କରିବାରେ ଖର୍ଚ୍ଚ କରାଯାଇଛି । ଏସବୁ ପରେ ରାଜ୍ୟ ସରକାର ଏହି କଲେଜକୁ କାହିଁକି ଘରୋଇକରଣ କରିବାର ଆଗ୍ରହ ପ୍ରକାଶ କରୁଛନ୍ତି ତାହାର ଜବାବ ରଖନ୍ତୁ ବୋଲି ଶ୍ରୀ ମାଝୀ ପ୍ରଶ୍ନ କରିଛନ୍ତି ।
କେନ୍ଦୁଝର ‘ସରକାରୀ ବୈଷୟିକ ମହାବିଦ୍ୟାଳୟ’ର ଭିତିଭୂମିର ଅଗ୍ରଗତି ପାଇଁ କେନ୍ଦୁଝର ମିନେରାଲ ଫଣ୍ଡ ଓ ଓମବାଡସି ଫଣ୍ଡର ଅବଦାନ ଖୁବ ଅଧିକ । ଡିଏମସି ଓ ଓମବାଡସିର ଜନ୍ମଦାତା ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦିଜୀ ଏହି ଦୁଇ ଯୋଜନା ପାଇଁ କେନ୍ଦୁଝର ବୈଷୟିକ ମହାବିଦ୍ୟାଳୟ ଆଜି ମୁଣ୍ଡ ଟେକି ଠିଆ ହୋଇଛି । କିନ୍ତୁ ଏବେ ରାଜ୍ୟ ସରକାର ଏହି ବୈଷୟିକ କଲେଜକୁ ଘରୋଇକରଣ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ଏଥିପାଇଁ ରାଜ୍ୟ ସରକାର ପ୍ରାଥମିକ ପର୍ଯ୍ୟାୟରେ ଏକ ଆରଏଫପି (ଜରକ୍ତଙ୍କରଗ୍ଦଗ୍ଧ ଲକ୍ଟକ୍ସ ଚକ୍ସକ୍ଟକ୍ଟ୍ରକ୍ଟଗ୍ଦବକ୍ଷ) ନଂ-୯୬୧୮, ଡିସେମ୍ବର ୧୮, ୨୦୨୩ ରେ ସ୍କିଲ ଡିପାଟମେଂଟ ଗମେଂଟ ଅଫ୍ ଓଡ଼ିଶାଙ୍କର ଚିଠି ସଂଖ୍ୟା ୯୬୧୯, ଡିସେମ୍ବର ୧୨, ୨୦୨୩ ଜରିଆରେ ଡିଇଏ (ଊରକ୍ଟ୍ରବକ୍ସଗ୍ଧଜ୍ଞରଦ୍ଭଗ୍ଧ କ୍ଟଲ ଋମକ୍ଟଦ୍ଭକ୍ଟଜ୍ଞସମ ଇଲଲବସକ୍ସଗ୍ଦ) ର ଇଟିଏ (ଋଜ୍ଞକ୍ଟ୍ରବଦ୍ଭରକ୍ଷରୟ ଞକ୍ସବଦ୍ଭଗ୍ଦବମଗ୍ଧସକ୍ଟଦ୍ଭ ଇୟଙ୍ଖସଗ୍ଦକ୍ଟକ୍ସଗ୍ଦ) ନିଯୁକ୍ତି ପାଇଁ ପ୍ରସ୍ତାବ ଆହ୍ୱାନ କରିଛନ୍ତି । ଏ ସମସ୍ତ ତଥ୍ୟକୁ ତର୍ଜମା କଲେ ସ୍ପଷ୍ଟ ଜଣାପଡୁଛି ରାଜ୍ୟ ସରକାର ଚତୁରତାର ସହ ମହାବିଦ୍ୟାଳୟକୁ ଘରୋଇ ନିୟନ୍ତ୍ରଣ ନେବାରେ ଚକ୍ରାନ୍ତ କରୁଛନ୍ତି ବୋଲି ଶ୍ରୀ ମାଝୀ କହିଛନ୍ତି ।
‘ସରକାରୀ ବୈଷୟିକ ମହାବିଦ୍ୟାଳୟ’ କେନ୍ଦୁଝରବାସୀଙ୍କର ସ୍ୱାର୍ଥ, ସ୍ୱାଭିମାନ ଓ ସମ୍ମାନ ଅନୁଷ୍ଠାନ । ରାଜ୍ୟ ସରକାର ଏହି ମହାବିଦ୍ୟାଳୟକୁ ଘରୋଇକରଣ କରି ବାଣିଜି୍ୟକ ଅନୁଷ୍ଠାନରେ ପରିଣତ କରି ଗରିବ ଛାତ୍ରଛାତ୍ରୀଙ୍କୁ ଶୋଷଣ କରିବାର ସୁବନେ୍ଦାବସ୍ତ କରୁଛନ୍ତି । ରାଜ୍ୟ ସରକାରଙ୍କ ଏହିଭଳି ହୀନ ନିଷ୍ପତିକୁ ଭାରତୀୟ ଜନତା ପାର୍ଟି ବିରୋଧ କରୁଛି ବୋଲି ଶ୍ରୀ ମାଝୀ କହିଛନ୍ତି ।
ଆଗାମୀ ନିର୍ବାଚନ ପାଇଁ ରାଜ୍ୟ ସରକାର ସରକାରୀ ମହାବିଦ୍ୟାଳୟକୁ ଘରୋଇକରଣ କରି ଯେଉଁ ମୋଟା ଅଙ୍କର ଟଙ୍କା ଆଣିବାର ପ୍ରୟାସ କରୁଛି ତାହାକୁ ବିଜେପି ସଫଳ କରିବାକୁ ଦେବ ନାହିଁ । ରାଜ୍ୟ ସରକାର ଓଡ଼ିଶାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ଖେଳୁଛନ୍ତି । କେନ୍ଦୁଝର ବୈଷୟିକ ମହାବିଦ୍ୟାଳୟରେ ଥିବା ପୂର୍ବ ଭାରତର ଏକମାତ୍ର ମିନେରାଲ ଇଞ୍ଜିନିୟରିଂ ବୈଷୟିକ ବିଭାଗକୁ ସବୁଦିନ ପାଇଁ ବନ୍ଦ କରିବାର ମସୁଧାରୁ ସରକାର କ୍ଷାନ୍ତ ରୁହନ୍ତୁ । ଏହି ମହାବିଦ୍ୟାଳୟରେ ଦୀର୍ଘଦିନ ଧରି ଚାଲିଥିବା ଆର୍ଥôକ ଅନିୟମିତତାରେ ଏବଂ ଦୁର୍ନୀତିରେ ଜଡିତ ଥିବା ଏବଂ ଅଡିଟ୍ ମାଧ୍ୟମରେ ଧରା ପଡିଥିବା ସମସ୍ତ କର୍ମଚାରୀ ୧. ଦୟାନିଧି ଜେନା, ଆସିଷ୍ଟାଣ୍ଟ ପ୍ରଫେସର (ଫାଇନାନ୍ସିଆଲ୍ ଅଫିସର), ୨. ତ୍ରିଲୋଚନ ସାହୁ, ପ୍ରିନ୍ସପାଲ, ୩. ମନୋଜ ସେନାପତି, ଆସିଷ୍ଟାଣ୍ଟ ପ୍ରଫେସର, ୪. ସୁଧାଂଶୁ ଶେଖର ଦାସ, ଏଚ୍ଓଡି, ଇଲେକ୍ଟ୍ରିକାଲ୍, ୫. ମୁକେଶ ବାଥ୍ରେ, ଏଚ୍ଓଡି, କମ୍ପୁ୍ୟଟର ସାଇନ୍ସ) ଙ୍କୁ ଅପସାରଣ କରାଯିବା ସହ ଏକ ସ୍ୱତନ୍ତ୍ର ଅଡିଟ କରି ଜଡିତ କର୍ମଚାରୀଙ୍କୁ ଦଣ୍ଡ ଦିଆଯାଉ । ଏହି କଲେଜକୁ ତୁରନ୍ତ ନୂତନ ଅଧ୍ୟାପକ ଦିଆଯାଉ । ରାଜ୍ୟ ସରକାର ନିର୍ବାଚନ ସମୟରେ ସରକାରୀ ମହାବିଦ୍ୟାଳୟକୁ ଘରୋଇକରଣ କରିବା ପାଇଁ ଯେଉଁ ଚିନ୍ତା କରିଛନ୍ତି ସେଥିରୁ ବିଚୁ୍ୟତ ରୁହନ୍ତୁ, ନହେଲେ ଆଗାମୀ ଦିନରେ ବିଜେପି ରାଜରାସ୍ତାରେ ଆନେ୍ଦାଳନ କରିବ ବୋଲି ଶ୍ରୀ ମାଝୀ ଚେତାବନୀ ଦେଇଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ନାଉରୀ ନାଏକ, ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର, ସାମାଜିକ ଗଣମାଧ୍ୟମ ମୁଖ୍ୟ ଉମାକାନ୍ତ ପଟ୍ଟନାୟକ, ସମବାୟ ପ୍ରକୋଷ୍ଠ ସଂଯୋଜକ ଅଜୟ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

 

Leave A Reply