Odisha news

ଵ୍ରହ୍ମକ୍ଷେତ୍ର ପିଠରେ ଶ୍ରୀକ୍ଷେତ୍ର ଲୋକାର୍ପଣ ଉତ୍ସବ ପ୍ରସାରଣ ଯୋଗଦେଲେ : ହଜାର ହଜାର ଶ୍ରଦ୍ଧାଳୁ

0
ନିଶ୍ଚିନ୍ତକୋଇଲି: ରାଜ୍ୟ ସରକାରଙ୍କ ନିରବଚ୍ଛିନ୍ନ ପ୍ରଚେଷ୍ଟା କ୍ରମେ ଓଡ଼ିଆଙ୍କର ଆରାଧ୍ୟ ଦେବତା ଶ୍ରୀ କ୍ଷେତ୍ର ରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଐତିହାସିକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ  ଜାନୁୟାରୀ ୧୭ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ୱାରା ଶୁଭ ଉଦଘାଟନ କରାଯାଇଛି l ଏହି ଉଦଘାଟନ ଉଛବକୁ ଜନସଧାରଣଙ୍କୁ ଉଦେଶ୍ୟରେ ପ୍ରଚାର ପ୍ରସାର କରାଇବା ପାଇଁ ନିଶ୍ଚିନ୍ତକୋଇଲି ବ୍ଳକପ୍ରଶାସନ ପକ୍ଷରୁ ଅସୁରେଶ୍ଵର ଦଧିବାମନଜୀୟୁ ମନ୍ଦିର, ନେମାଳ ମହାପୁରୁଷ ଅଛୁତାନନ୍ଦ ପୀଠ,ଏବଂ ଶ୍ରୀ ଶ୍ରୀବଳଦେବଜୀଉ ମନ୍ଦିର ଵ୍ରହ୍ମକ୍ଷେତ୍ରପୀଠ ଜିଗ୍ନିପୁର ରେ ଅନୁଷ୍ଠିତ ହୋଇଥିଲା।ଏହି ପ୍ରସାରଣ ଉଛବ କୁ ସରସ ସୁନ୍ଦର କରାଇବା ପାଇଁବ୍ଳକ ପ୍ରଶାସନ ସହିତ ମାନ୍ୟବର ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ଉଦ୍ୟମ ରହିଛି। ପ୍ରସାରଣ ଉଛବକୁ ଶ୍ରୀ ଜେନାଙ୍କ ପ୍ରୟାସ କ୍ରମେ ସମଗ୍ର ମାହାଙ୍ଗା ନିର୍ବାଚନ ମଣ୍ଡଳୀ ରେ ମହାସମାରୋହରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ହଜାର ହଜାର ସଂଖ୍ୟକ ଭକ୍ତମାନଙ୍କୁ ନେଇ ଏହି କାର୍ଯ୍ୟକ୍ରମକୁ ପାଳନ କରାଯାଇଛି l ଏହି ଅବସରରେ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ଵ୍ରହ୍ମକ୍ଷେତ୍ର ପୀଠ ଜିଗ୍ନିପୁର, ଅସୁରେଶ୍ୱର ଦଧିବାମଜୀଉ ଙ୍କ ପୀଠରେ ଆନନ୍ଦ ଉଲ୍ଲାସ, ଭାବ ଏବଂ ଭକ୍ତିର ପରିବେଶ ମଧ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମରେ ମାହାଙ୍ଗା ବିଧାୟକ ପ୍ରତାପ ଜେନା, ବିଧାୟକ ଙ୍କ ଧର୍ମପତ୍ନୀ ଡେଜି ଜେନା, ବିଡ଼ିଓ ଧର୍ମରଞ୍ଜନ ପଣ୍ଡା, ମନ୍ଦିର ଟ୍ରଷ୍ଟି ଧୀରେନ୍ଦ୍ରନାଥ ବେହେରା, ବ୍ଲକ ଅଧକ୍ଷା ରୋଜି ସେଠି, ଉପାଧକ୍ଷ ଅଶୋକ କୁମାର ଓଝା,ପ୍ରାକ୍ତନ ଅଧକ୍ଷା ସବିତା ଓଝା, ଗିରିଶ ରଞ୍ଜନ ମହାପାତ୍ର, ସରପଞ୍ଚ ରମାକାନ୍ତ ମହାନ୍ତି,ସରପଞ୍ଚ ତିଳୋତ୍ତମା ରାଉତ, ବ୍ଲକ ଯୁବ ବିଜେଡି ସଭାପତି ଜ୍ଞାନରଞ୍ଜନ ରାଉତ,ଜିଲ୍ଲା ପରିଷଦ ସଭ୍ୟ ବିପ୍ଳବ କାପ ଭୂପତି ଭୂଷଣ ଷଣ୍ଢ,ଜୋନ ସଭାପତି ଜ୍ୟୋତିପ୍ରକାଶ ସ୍ୱାଇଁ, ଯୁବନେତା ମନୋଜ ସେଠି,ପ୍ରମୋଦ ସ୍ୱାଇଁ,ନାରାୟଣ ଯଜ୍ଞ କମିଟି ସଭାପତି କ୍ୟାପଟେନ ଗୁରୁଚରଣ ସାମଲ,ବଳଦେବଜୀଉ ବେବସାୟୀ ସଙ୍ଘର ସଭାପତି ସନ୍ତୋଷ କୁମାର ପ୍ରଧାନ,ଜିଗ୍ନିପୁର ଯାଦବ ସଂଘର ସଭାପତି  ରଞ୍ଜନ କୁମାର ଦାସ,ଵ୍ରହ୍ମକ୍ଷେତ୍ର ପୀଠ ର ବଡ଼ ପୂଜାରୀ ହେମନ୍ତ କୁମାର ପଣ୍ଡା, ସେବାୟତ ପ୍ରୀତିରଞ୍ଜନ ପଣ୍ଡା,ଜିଗ୍ନିପୁର ଯୁବ ବିଜେଡି ନେତା ମିହିର ମହାପାତ୍ର,ଵ୍ରହ୍ମକ୍ଷେତ୍ର ଲଉଡି ସଭାପତି ଦୀପକ କୁମାର ପରିଡା ଙ୍କ ସମେତ ସ୍ଥାନୀୟ ଅଞ୍ଚଳର ହଜାର ସଂଖ୍ୟାରେ ଜନସାଧାରଣ ଯୋଗଦାନ କରିଥିଲେ l ବିଶେଷ କରି ଭଜନ, ଓଡିଶୀ, ଲଉଡି, ଘଣ୍ଟ ଘଣ୍ଟା, ଶୁଭ ଶଙ୍ଖ ଧ୍ଵନିରେ ସମଗ୍ର ଅଞ୍ଚଳ ଜୟ ଜଗନ୍ନାଥ ଧ୍ଵନିରେ ପ୍ରକମ୍ପିତ ହୋଇ ଉଠିଥିଲା l ସମସ୍ତ ଭକ୍ତ ମାନଙ୍କୁ ପାଇଁ ସ୍ୱତନ୍ତ୍ର ଭାବେ ବିଧାୟକ ପ୍ରତାପ ଜେନା ଙ୍କ ନିର୍ଦେଶ କ୍ରମେ ମହାପ୍ରଭୁ ଙ୍କ ଅଭଡା ଅନ୍ନର ବ୍ୟବସ୍ଥା କରାଯାଇଥିଲା ଯାହାକୁ ପାଇ ଶ୍ରଦ୍ଧାଳୁ ଭକ୍ତ ମାନେ ପୁରୀ ଶ୍ରୀ ଜଗନ୍ନାଥଙ୍କ କୃପା ଭିକ୍ଷା ଏବଂ ଧନ୍ୟ ମନେ କରିଥିଲେ l
Nalco
Leave A Reply