ତିହିଡ଼ି,୧୬/୦୧(ଯଦୁମଣି ପାଣିଗ୍ରାହୀ) ତିହିଡ଼ି ଡିଗ୍ରୀ କଲେଜରେ ନାରାୟଣ ସ୍ମୃତି ସେବା ଓ ସାହିତ୍ୟ ପରିଷଦ ଆନୁକୁଲ୍ୟରେ ଓଡିଆ ଭାଷା ସମ୍ରାଟ ଫକୀରମୋହନ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ଆଲୋଚନା ସଭା ଓ ବୈାଦ୍ଧିକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଉକ୍ରଳ ସାହିତ୍ୟ ସମାଜର ବାର୍ଷିକ ଅଧିବେଶନରେ ଫକୀରମୋହନ ଓଡିଆ ଭାଷା ସାହିତ୍ୟର ଉନ୍ନତି କଳ୍ପେ ଯେଉଁ ଭାଷଣ ଦେଇଥିଲେ , ସେଥିରେ ସେ ଯୁବକ ମାନଙ୍କୁ ଓଡିଆ ଭାଷା ସାହିତ୍ୟ ସୁରକ୍ଷାକାରୀ କହିଥିଲେ । ନିଜ ନିଜର ମାତୃଭାଷାର ଉନ୍ନତିପାଇଁ ପ୍ରଥମେ ଯୁବକ ମାନଙ୍କୁ ଉପେନ୍ଦ୍ର ଭଞ୍ଜ, ଦୀନକୃଷ୍ଣ ତଥା କବିସୂର୍ଯ୍ୟ ବଳଦେବରଥ ପ୍ରଭୃତି ବିଦ୍ୱାନଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ କହିଥିଲେ । କାରଣ ଯୁବକ ମାନେ ଗ୍ରନ୍ଥାକାର ସଦୃଶ ।ଏହି ପରିପ୍ରେକ୍ଷୀରେ ସ୍ମୃତି ପରିଷଦ ସଭାପତି ବିଭୂତି ଭୂଷଣ ସେନାପତିଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ତିହିଡ଼ି ଡିଗ୍ରୀ କଲେଜର ଅଧ୍ୟକ୍ଷ ଦେବେନ୍ଦ୍ର ସାମଲ ଓ ମୁଖ୍ୟ ବକ୍ତା ଭାବେ ଫକୀରମୋହନ ସାହିତ୍ୟ ସଂସଦର ପ୍ରାକ୍ତନ ସଂପାଦକ ଡଃ କୁମାର ଗୋପାଳ, ସମ୍ମାନିତ ଅତିଥି ଭାବେ ଘଣ୍ଟେଶ୍ୱର ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ଗୋପାଳ ଚନ୍ଦ୍ର ମହାପାତ୍ର ଫକୀରମୋହନଙ୍କ ଜୀବନାନୁଭୁତି ଆଦର୍ଶକୁ ଅନୁକରଣ କରି ବକ୍ତବ୍ୟ ରଖିଥିଲେ । ଗବେଷଣା ପରିଷଦର ସଂପାଦିକା ସଂଯୁକ୍ତା ଭାରତୀ ପ୍ରାରମ୍ଭିକ ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିବା ଅଧ୍ୟାପକ ନାରାୟଣ ପୃଷ୍ଟି, ଶିକ୍ଷାବିତ୍ ମଥୁରାମୋହନ ବେହେରା, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶୀତଳ କୁମାର ବେହେରା, ଅଧ୍ୟାପକ ରମେଶ ଚନ୍ଦ୍ର ପ୍ରତାପ, ଅଧ୍ୟାପକ କମଳାକାନ୍ତ ଓଝା ଏବଂ ବନ୍ତ ମହାବିଦ୍ୟାଳୟ ଦର୍ଶନ ଅଧାପକ ଆଦିତ୍ୟ ନାରାୟଣ ବାରି ପ୍ରଭୃତି ସଂକ୍ରାନ୍ତି ପୁରୁଷ ଫକୀରମୋହନଙ୍କ ଜୀବନ ଦର୍ଶନ ସଂପର୍କରେ ଆଲୋକପାତ କରିଥିଲେ । ବୈାଦ୍ଧିକ ପରୀକ୍ଷାରେ କୃତକାର୍ଯ୍ୟ କରିଥିବା ଯୁକ୍ତ ତିନି ୨ୟ ବର୍ଷ, ପ୍ରଥମ ବର୍ଷର ଛାତ୍ର ଛାତ୍ରୀ ଲକ୍ଷ୍ମୀପ୍ରୟା ଭୋଇ, ଅଙ୍କିତା ନାୟକ, ପ୍ରତିମା ଓଝା ଏବଂ ଜ୍ୟୋତ୍ସ୍ନା କୁଦୁମା ସିଂ ପ୍ରଭୃତିଙ୍କ ୁଶ୍ରେଷ୍ଠ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପୁରସ୍କାର ଅତିଥିମାନେ ପ୍ରଦାନ କରିଥିଲେ । ସହ ସଂପାଦକ ଆଶୁତୋଷ କରଣ ଧନ୍ୟବାଦ ଅର୍ପଣ କରିଥିଲେ ।
