Odisha news

ମା’ଦପା ନାୟକାଣୀ ପୀଠରେ ଲୋକଙ୍କୁ ଆକର୍ଷିତ କରୁଛି କଫି ଓ ସେଲ୍ଫି ପଏଣ୍ଟ

0

ତିହିଡ଼ି,୧୬/୦୧(ଯଦୁମଣି ପାଣିଗ୍ରାହୀ) ତିହିଡ଼ି ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ପଞ୍ଚାୟତର ଈଶ୍ୱରପୁର ଠାରେ ଆରାଧ୍ୟ ଦେବୀ ମା’ଦପା ନାୟକାଣୀଙ୍କ ପୀଠରେ ପବିତ୍ର ମକର ଯାତ୍ରା ମହା ସମାରୋହରେ ପାଳିତ ହେଉଛି । ହଜାର ହଜାର ଶ୍ରଦ୍ଧାଳୁ ପ୍ରତିଦିନ ଏଠାରେ ସମବେତ ହୋଇ ମା’ଙ୍କୁ ଦର୍ଶନ କରିବା ସହ ଭୋଗରାଗ କରୁଛନ୍ତି । ଏଠାରେ ମକର ମେଳା ୫ ଦିନ ବ୍ୟାପୀ ଅନୁଷ୍ଠିତ ହେବ । ତେବେ ଏହି ମେଳାରେ ମୁଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି କଫି ଓ ସେଲଫି ପଏଣ୍ଟ । ତିହିଡିର ମଣିଶଙ୍କର ସେବା ସଙ୍ଗଠନ ପକ୍ଷରୁ ପ୍ରବଳ ଥଣ୍ଡାକୁ ଦୃଷ୍ଟିରେ ରଖି ଏକ ମାଗଣା କଫି ଷ୍ଟଲ ଖୋଲାଯାଇଛି । ମେଳାକୁ ଆସୁଥିବା ଲୋକେ ଏଠାରେ କଫି ପିଇବାକୁ ପ୍ରବଳ ଭିଡ ଲଗାଉଥିବା ଦେଖିବାକୁ ମିଳିଛି । ସେହିପରି ବର୍ତ୍ତମାନ ପିଢିର ଯୁବକ-ଯୁବତୀ ମାନଙ୍କ ଲାଗି ସଙ୍ଗଠନ ପକ୍ଷରୁ ମଧ୍ୟ ଏକ ସେଲଫି ପଏଣ୍ଟ ଖୋଲାଯାଇଛି । ଯେଉଁଠାରେ ଯୁବକ-ଯୁବତୀ ମାନେ ସେଲଫି ନେବାକୁ ଭିଡ ଲଗାଉଥିବା ଦେଖିବାକୁ ମିଳିଛି । ସଙ୍ଗଠନର ଆବାହକ ସୁମନ୍ତ ମହାନ୍ତି, ବାପୁଜୀ ପ୍ରଧାନ, କୈଳାସ ହୋତା, ଚନ୍ଦ୍ରକାନ୍ତ ନାଥ, ରୂପେଶ ମହାନ୍ତି, ନିରାକାର ସାହୁ, ରାହୁଳ ନାଥ, ରୁଦ୍ର ନାୟକ, ସିଲୁ ବେହେରା ଓ ସୂର୍ଯ୍ୟକାନ୍ତ ବେହେରା ପ୍ରମୁଖଙ୍କ ନେତୃତ୍ୱରେ କରାଯାଇଥିବା ଏହି ଅଭିନବ ବ୍ୟବସ୍ଥା ଲୋକଙ୍କୁ ବେଶ ମଜା ଦେଉଛି ।

Ad2
Leave A Reply