ଚଣ୍ଡିଖୋଲ/ଚଡେଇଧରା,୧୩/୦୧ : ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଳକର ଅଗ୍ରଣୀ କ୍ରିଡା ସଙ୍ଗଠନ ରାମଚନ୍ଦ୍ରପୁର ସ୍ଥିତ ଚକାଆଖି କ୍ରିକେଟ କ୍ଳବ ଆନୁକୂଲ୍ୟରେ ସ୍ଥାନୀୟ ଖେଳପଡିଆରେ ଚାଲିଥିବା ରାଜ୍ୟସ୍ତରୀୟ ଚକାଆଖି କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ସଙ୍ଘର୍ଷ ପୂର୍ଣ୍ଣ ଦ୍ୱିତୀୟ ସେମି ଫାଇନାଲରେ ଇଷ୍ଟକୋଷ୍ଟ ରେଳବାଇ ଖୋର୍ଦ୍ଧାରୋଡ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିଛି! ଶନିବାର ଦିନ ବାଲେଶ୍ଵରର ଆଦର୍ଶ ସ୍ପୋଟିଂକ୍ଳବ ଓ ରେଳବାଇ ଖୋର୍ଦ୍ଧାରୋଡ ମଧ୍ୟରେ ଏହିମ୍ୟାଚ ଅନୁଷ୍ଠିତ ହୋଇଥିଲା! ଟସଜିତି ପ୍ରଥମେ ଆଦର୍ଶ କ୍ଳବ ବ୍ୟାଟିଂ କରି ନିର୍ଦ୍ଧାରିତ ୨୫ ଓଭର ଖେଳରେ ୧୬୫ ରନ କରିଥିଲା! ଦଳ ପକ୍ଷରୁ ବିଶାଲ ଦାସ ୫୩ ବଲରୁ ୬୫ ରନ ସଂଗ୍ରହ କରିଥିଲେ!ଯବାବରେ ରେଳବାଇ ଖୋର୍ଦ୍ଧାରୋଡ ଟିମ ବ୍ୟାଟିଂ ଆରମ୍ବରୁ ଲଢୁଆଖେଳ ପ୍ରଦର୍ଶନ କରି ୭ ଉଇକେଟ ବିନିମୟରେ ୧୭୦ ରନ କରି ବିଜୟଲକ୍ଷ୍ମ ହାସଲ କରିଥିଲା! ଆସନ୍ତା ୧୫ ତାରିଖରେ ମକର ସଂକ୍ରାନ୍ତି ଦିନ ଅନୁଷ୍ଠିତ ହେବାକୁଥିବା ଫାଇନାଲ ମ୍ୟାଚରେ ଏହି ଦଳ ଭୁବନେଶ୍ୱରର ବାପୁଜୀ କ୍ଳବକୁ ଭେଟିବ! ଉତ୍ତମ ଖେଳ ପ୍ରଦର୍ଶନ କରିଥିବା ଖୋର୍ଦ୍ଧାରୋଡ ରେଳବାଇର ସୌଭାଗ୍ୟ ରାଉତଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା! କ୍ଳବର ସଭାପତି ଅର୍ଜୁନ କରଣ,ଯୁବ ଶିଳ୍ପଦ୍ୟୋଗୀ ସରୋଜ ରାଉତ,ବାଇଧର ପ୍ରଧାନ,ସମ୍ପାଦକ ମକରନ୍ଦ ସ୍ୱାଇଁ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ!