ଚଣ୍ଡିଖୋଲ : ଯାଜପୁର ଜିଲ୍ଲା ଚଣ୍ଡିଖୋଲର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଉଦୀୟମାନ ପକ୍ଷରୁ ଗତ ବଡଦିନରୁ ଆରମ୍ଭ ହୋଇଥିବା ଶୀତବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ଜାତୀୟ ଯୁବଦିବସରେ ଉଦଯାପିତ ହୋଇଛି! ରାସ୍ତା ପାର୍ଶ୍ଵରେ ରାତ୍ରି ଯାପନ କରୁଥିବା ଗରିବ ଲୋକ, ମାନସିକ ରୋଗୀଙ୍କ ସହ ବଡ଼ଚଣା ଓ ଧର୍ମଶାଳା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସାହି ବସ୍ତି ମାନଙ୍କରେ ବସବାସ କରୁଥିବା ଅସହାୟ ବୃଦ୍ଧ ବୃଦ୍ଧା , ବିଧବା ମହିଳା ମାନଙ୍କୁ ବଡଦିନଠାରୁ ଅନୁଷ୍ଠାନ ପକ୍ଷରୁ କମ୍ବଳ ,ସୁତାଲୁଗା ,ଶୀତ ବସ୍ତ୍ର ଆଦି ବଣ୍ଟନ କରାଯାଇଥିଲା!ଭୁଷଣ୍ଡପୁର ପଞ୍ଚାୟତର ଅକବରାବାଦ ଆଦିବାସୀ ସାହି ,ଖଣ୍ଡିଆବନ୍ଧ , ରାଣୀବନ୍ଧ , ନଖପସୀ ,ଆଦିବାସୀ ସାହି ,ଧାନମଣ୍ଡଳ ପଞ୍ଚାୟତ ରାମଚନ୍ଦ୍ରପୁର , ବଡ଼ଚଣା ପଞ୍ଚାୟତର ବାଉଁଶପୁଟ ,ଦର୍ପଣୀ ପଞ୍ଚାୟତର ସଂଜୟନଗର ,ବଡ଼ଝରୀ , ପୁରୁଷୋତ୍ତମପୁର , ତେଲିଗଡ଼ , ରାଧାଦେଇପୁର ପଞ୍ଚାୟତର ଜଗନ୍ନାଥପୁର , ବିଦ୍ୟାଧରପୁର , ଉଦୟ ନଗର ପାର୍ଟ ,ବିଲିକଣା ଆଦି ବିଭିନ୍ନ ଅଞ୍ଚଳ ବୁଲି ଶୀତବସ୍ତ୍ର ବଣ୍ଟନ କରିଥିଲେ!ସଙ୍ଗଠନର ସଭାପତି ଅବିନାଶ ଜେନା,ସମ୍ପାଦକ ଅନୀଲ ଦାସଙ୍କ ନେତ୍ତୃତ୍ୱରେ ରାମଚନ୍ଦ୍ର ଶୁକ୍ଳ ,ବିଜୟ ପାଲ ଯାଦବ,ତୈଲକ୍ୟ ନାୟକ, ସୁବ୍ରତ କୁମାର ନାୟକ, ଅନନ୍ତ ପ୍ରସାଦ ମାହାଲା, ପ୍ରକାଶ କୁମାର ନାୟକ, କାର୍ତ୍ତିକଚନ୍ଦ୍ର ଜେନା, ମଦନ ମୋହନ ପରମାଣିକ, ରଶ୍ମିତା ଓଝା ,ମାନସୀ ଦାଶ , ବିନୋଦିନି ଦାସ ପ୍ରମୁଖ ଏଥିରେ ସାମିଲ ହୋଇଥିଲେ! ଏହି ଅଭିଯାନ ଡିସେମ୍ବର ୨୫ ଠାରୁ ଆରମ୍ଭ ହୋଇ ବିବେକାନନ୍ଦ ଜୟନ୍ତୀ ରାଷ୍ଟ୍ରୀୟ ଯୁବ ଦିବସରେ ସମାପ୍ତି ହୋଇଥିଲା! ଅନ୍ତିମ ପ୍ରଯ୍ୟାୟ କାର୍ଯ୍ୟକ୍ରମରେ ସ୍ବେଚ୍ଛାସେବୀ ମାନେ ସ୍ବାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶେଷ ପର୍ଯ୍ୟାୟ କାର୍ଯ୍ୟ ସମ୍ପାଦିତ କରିଥିଲେ! ଅନୁଷ୍ଠାନର ସଂପାଦକ ଅନୀଲ ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ