କୋଣାର୍କ ସେବା ସଂଗଠନ ଏବଂ ମହାଲଷ୍ମୀ ଜୁଏଲାରୀର ମିଳିତ ସହଯୋଗରେ କୋଣାର୍କ ଅଂଚଳର ଅସହାୟ,ଦୃଷ୍ଟିହୀନ ଓ ବୃଦ୍ଧା ବୟସରେ ଅତିକ୍ରମ କରୁଥିବା ବ୍ୟକ୍ତି ବିଶେଷ ମାନଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ସୁଶ୍ରୀ ସଂଯୁକ୍ତା ତ୍ରିପାଠୀ ଯୋଗ ଦେଇ ଉଦଘାଟନ କରିଥିବା ବେଳେ ସୋଲାର ସମ୍ପାଦକ ହରିଶ ଚନ୍ଦ୍ର ଦାସ, ମହାଲଷ୍ମୀ ଜୁଏଲାରିର ପରିଚାଳକ ସୁଶାନ୍ତ ଚହ୍ନରା ଓ ମିନତୀ ସାହୁ, ଶୋଭନିୟ ଶିକ୍ଷାଶ୍ରମର ଗୁରୁମା ମନୋରମା ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଏପରି ପରୋପକାରୀ କାର୍ଯ୍ୟକ୍ରମକୁ ବେସ୍ ପ୍ରଶଂସା କରିବା ସହ ସାଧୁବାଦ ଦେଇଥିଲେ l ଏବଂ ପ୍ରତ୍ୟକଟି ପରିବାରରୁ ଜଣେ ଜଣେ ବେକ୍ତି ଏମିତି ଆଗକୁ ଆସି ଜନସାଧାରଣଙ୍କ ସେବା କରିବା ଉଚିତ ବୋଲି ମତ ପ୍ରକାଶ କରିଥିଲେ l ଏହି କାର୍ଯ୍ୟକ୍ରମକୁ ସେବା ସଙ୍ଗଠନର ସମ୍ପାଦକ ତଥା ଯୁବ ସମାଜସେବୀ କୁନାଲ ପାତ୍ର ମଞ୍ଚ ପରିଚାଳନା କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ସର୍ବେଶ୍ୱର ମହାରଣା, ମିଳନ ଆନନ୍ଦ ମହାପାତ୍ର, ପ୍ରଦିପ୍ତ କୁମାର ପ୍ରଧାନ, ଅଜିତ କୁମାର ସ୍ୱାଇଁ, ଗୀତାଞ୍ଜଳି ସାହୁ, ଝରଣା ଭୋଳ ପ୍ରମୁଖ ସହଯୋଗ କରିଥିବା ବେଳେ ସଂଗଠନର ସଭାପତି ରଞ୍ଜନ କୁମାର ମୁଦୁଲି ଧନ୍ୟବାଦ ଅର୍ପଣ କରିଥିବା ସୂଚନା ରହିଛି ।