Odisha news

କୋଠ ଘର ଭାଙ୍ଗି ମିଶନ ଶକ୍ତି ଗୃହ ନିର୍ମାଣକୁ ବିରୋଧ

0
ବୁଗୁଡା : ତା ୦୫/୦୧/୨୪ : ବୁଗୁଡ଼ା ବ୍ଲକ ଗୋଳାବନ୍ଧ ପଞ୍ଚାୟତ ଅନ୍ତର୍ଗତ ବେତାରସିଂ ଗ୍ରାମରେ କୋଠ ଘର ଭାଙ୍ଗି ମିଶନ ଶକ୍ତି ଗୃହ ନିର୍ମାଣକୁ ନେଇ ଗୋଟିଏ ଗୋଷ୍ଠୀ ବିଡ଼ିଓଙ୍କ ନିକଟରେ ଅଭିଯୋଗ  କରିଥିବା ଜଣାଯାଇଛି l ମୋ ଓଡିଶା ନବୀନ ଓଡିଶା ଯୋଜନାରେ ଗ୍ରାମରେ ମିଶନ ଶକ୍ତି ଗୃହ କରିବା ପାଇଁ ୭ ଲକ୍ଷ ୫୦ ହଜାର ଟଙ୍କା ମଞ୍ଜୁର ହୋଇଥିବା ବେଳେ ଗ୍ରାମର ବଡଦାଣ୍ଡରେ ଥିବା ଏକ ମାତ୍ର କୋଠ ଘର ଭାଙ୍ଗି ସେଠାରେ ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ଯନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ଅଭିଯୋଗ କରି ଗ୍ରାମର କିଛି ବ୍ୟକ୍ତି ଆଜି ବୁଗୁଡ଼ା ବିଡ଼ିଓଙ୍କ ନିକଟରେ ଫେରାଦ ହୋଇଥିଲେ  l ମିଶନ ଶକ୍ତି ଗୃହକୁ ଅନ୍ୟତ୍ର ନିର୍ମାଣ ସହ ଗ୍ରାମର ନେଳିଆ ବନ୍ଧର ପୁନଃ ଉଦ୍ଧାର ପାଇଁ  ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ପୋଖରୀ ଶୁଖିଲା ପଡିଥିବାରୁ ଏହି ପୋଖରୀ ଉପରେ ନିର୍ଭର କରୁଥିବା ଲୋକେ ହଟହଟା ହେଉଥିବା , ନୂଆଁ ସାହିରେ ମଞ୍ଜୁର ହୋଇଥିବା ଦୋକାନ ଗୃହ ପରିବର୍ତ୍ତେ ଏକ କୋଠ ଘର ଓ ବିଶ୍ରାମାଗାର ନିର୍ମାଣ ପାଇଁ ଦାବି କରିଥିଲେ l ତେବେ ଗ୍ରାମର ଅଧିକାଂଶ ଲୋକ ଯେଉଁଠି ଚାହିଁବେ ସେଇଠି  ହିଁ ମିଶନ ଶକ୍ତି ଗୃହ ନିର୍ମାଣ କରାଯିବ ବୋଲି ବିଡ଼ିଓ ସନ୍ତୋଷ କୁମାର ଜେନାଙ୍କ ଠାରୁ ପ୍ରକାଶ ପାଇଛି l
Leave A Reply