ଆଠଗଡ଼ରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାର ନିର୍ମାଣାଧୀନ ରାସ୍ତାକୁ ଧାର୍ଯ୍ୟ ସମୟ ମଧ୍ୟରେ ଶେଷ କରିବାକୁ କୃଷିମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ଗୁରୁତ୍ୱାରୋପ
ଲୋକସେବା ଭବନରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ
ଭୁବନେଶ୍ୱର, ଜାନୁଆରୀ ୦୩, ୨୦୨୪ : ଆଠଗଡ଼ ବିଧାନସଭା କ୍ଷେତ୍ରରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ନିର୍ମାଣ କରାଯାଇଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାର ରାସ୍ତା କାର୍ଯ୍ୟକୁ ତ୍ୱରାନ୍ୱିତ କରି ଧାର୍ଯ୍ୟ ସମୟ ମଧ୍ୟରେ ସଂପୂର୍ଣ୍ଣ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଗୁରୁତ୍ୱାରୋପ କରିଛନ୍ତି ।
ଆଜି ଲୋକସେବା ଭବନଠାରେ ଆୟୋଜିତ ଉଚ୍ଚସ୍ତରୀୟ ବୈଠକରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବିଭିନ୍ନ ନିର୍ମାଣାଧୀନ ରାସ୍ତା କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ । ବୈଠକରେ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂଙ୍କ ସମେତ ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ଏସ୍.କେ.ପଣ୍ଡା, ପିଏମ୍ଜିଏସ୍ଓ୍ୱାଇର ମୁଖ୍ୟଯନ୍ତ୍ରୀ ଶ୍ରୀ ପି. କେ. ସାହୁ ପ୍ରମୁଖ ଯୋଗଦେଇଥିଲେ । ବୈଠକର ନିଷ୍ପତ୍ତି ଅନୁଯାୟୀ ହରିଡ଼ାଗହିରଠାରୁ ଲକ୍ଷ୍ମୀନାରାୟଣପୁର ଭାୟା ବେଣ୍ଟପଦା, ଗଦାଧରପୁର, ଧଇପୁର ରାସ୍ତା, ଯୋରନ୍ଦାଠାରୁ ଚମ୍ପିଆ ଭାୟା ଦହିସରା, ତଳଗଡ଼, ଏନ୍ଏଚ୍ ୫୫ରୁ ତରସିଂ ଭାୟା ଗୁଣ୍ଡିଚାପୁର ଏବଂ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାର ରାସ୍ତା କାର୍ଯ୍ୟ ଚଳିତଜାନୁଆରୀ ମାସ ୩୧ ତାରିଖ ସୁଦ୍ଧା ସଂପୂର୍ଣ୍ଣ କରାଯିବ ।
ଛଅଗାଁ ଲେବଲ କ୍ରସିଂଠାରୁ ଦମ୍ପତିପୁର ଭାୟା ଗୋବାରା, ଓରୀଙ୍ଗାବାଡ଼ି ରାସ୍ତା ଫେବୃଆରୀ, ୨୦୨୪ ସୁଦ୍ଧା ଏବଂ ବାଲିଠାରୁ ବଳିପୁର ରାସ୍ତା ଚଳିତ ବର୍ଷ ମାର୍ଚ୍ଚ ମାସ ସୁଦ୍ଧା ସଂପୂର୍ଣ୍ଣ ହେବ । ସେହିପରି ନିକଟବର୍ତ୍ତୀ ଅଞ୍ଚଳରେ କ୍ରସରୟୁନିଟ୍ ସ୍ଥାପନ ହେତୁ ଭେଜିଆଠାରୁ କୋଇଲିକନ୍ୟା ଭାୟା ମିର୍ଚିଆ, ବାସୁଦେବପୁର ରାସ୍ତା ଏବଂ ପିଡବ୍ଲì୍ୟ ରାସ୍ତାଠାରୁ ତିଗିରିଆ ବ୍ଲକ୍ ପାଚେରୀ ଭାୟା ଗୋକର୍ଣ୍ଣଖାଲ ରାସ୍ତାରେ ଭାରି ଯାନବାହନର ଚଳାଚଳ ଯୋଗୁଁ ରାସ୍ତାର ଉପରି ଭାଗର ପୁନଃ ଡିଜାଇନ୍ କାର୍ଯ୍ୟ ଚଳିତ ଜାନୁଆରୀ ୧୦ ତାରିଖ ସୁଦ୍ଧା ଶେଷ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।
ଏଥିସହିତ ପିଡବ୍ଲì୍ୟଡି ରାସ୍ତାଠାରୁ ତିଗିରିଆ ବ୍ଲକ୍ ପାଚେରୀ ଭାୟା ବିଷ୍ଣୁପୁର, ପିଡବ୍ଲୁ୍ୟଡି ରାସ୍ତାଠାରୁ ବିନ୍ଧାଣିମା ଭାୟା ମହୁଲଢିପ, ପାଇକିଆନାରା, ପୁରୁଣା ତିଗିରିଆ ଏବଂ କାଳିବିରି ଏବଂ ପିଡବ୍ଲì୍ୟ ରାସ୍ତାଠାରୁ ଗୋଡ଼ିଝରିଆ ଭାୟା ବାଲିପୁଟ, କରଡ଼ାପାଲ୍ଲୀ ରାସ୍ତାର ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ଜାନୁଆରୀ ୯ ତାରିଖରେ ଆଠଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ବୈଠକର ଆୟୋଜନ କରି ବିଭିନ୍ନ ସମସ୍ୟାର ଆଶୁ ସମାଧାନ କରିବା ପାଇଁ ସ୍ଥିର କରାଗଲା । ବୈଠକରେ ପିଏମ୍ଜିଏସ୍ଓ୍ୱାଇର ସିସିଇ ଏବଂ ବିଭାଗୀୟଅତିରିକ୍ତ ଶାସନ ସଚିବ, ସି.ସି.ଇ ରୁରାଲ ଓ୍ୱାର୍କ କଟକ ସର୍କଲ, ରୁରାଲ ଓ୍ୱାର୍କସ କଟକ ଡିଭିଜନ-୨ର ନିର୍ବାହୀଯନ୍ତ୍ରୀଙ୍କ ସମେତ ଅନ୍ୟ କ୍ଷେତ୍ର ଅଧିକାରୀ ଏବଂ ରାସ୍ତା ନିର୍ମାଣ ଏଜେନ୍ସିମାନେ ଯୋଗ ଦେବେ ।
ବୈଠକରେ ସିସିଇ, କଟକ, ଆର୍ଡବ୍ଲì୍ୟ ଡିଭିଜନ-୧ର ଅଧୀକ୍ଷଣ ଯନ୍ତ୍ରୀ, ଆର୍ଡବ୍ଲì୍ୟ ଡିଭିଜନ-୨ର ନିର୍ବାହୀ ଯନ୍ତ୍ରୀଙ୍କ ସମେତ ଆଠଗଡ଼ ଓ ତିଗିରିଆର ଗ୍ରାମ୍ୟ ଉନ୍ନୟନ ବିଭାଗର ବରିଷ୍ଠ ଯନ୍ତ୍ରୀମାନେ ଯୋଗଦେଇଥିଲେ ।