Odisha news

ବଣମଲ୍ଲୀ ସାହିତ୍ୟ ଓ ସେବା ସଙ୍ଗଠନର ବାର୍ଷିକ ଉତ୍ସବ ଏବଂ କବିତା ଆସର

0
ଚଣ୍ଡିଖୋଲ/ଚଡେଇଧରା ୦୧/୦୧ : ଯାଜପୁର ଜିଲ୍ଲା ଜେନାପୁରର ଅଗ୍ରଣୀ ସାସ୍କୃତିକ ଓ ସାହିତ୍ୟ ସଙ୍ଗଠନ ବଣମଲ୍ଲି ଅନୁଷ୍ଠାନର ବାର୍ଷିକ ଉତ୍ପବ ଓ କବିତା ଆସର କାର୍ଯ୍ୟକ୍ରମ ପବିତ୍ର ଆଧ୍ୟାତ୍ମିକ ସ୍ଥଳ ପାଦୃକାଗିରି କଠଉଣି ମଠରେ ନବବର୍ଷ ଅବସରରେ ସୋମବାର ଦିନ ଆୟୋଜିତ ହୋଇଥିଲା! ଇତ୍ୟବସରରେ ସଙ୍ଗଠନର ବାର୍ଷିକ ବନ୍ଧୁ ମିଳନ ଓ ବିଶିଷ୍ଟ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା! ସଙ୍ଗଠନର ସଭାପତି ନିର୍ମାଲ୍ୟକୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଓ ଡକ୍ଟର ଜୟଦେବ ଶତପଥୀଙ୍କ ସଞ୍ଜାଳନରେ ବାର୍ଷିକ ଉତ୍ସବ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା! ଅତିଥି ଭାବେ ବିଶିଷ୍ଟ ବ୍ୟଙ୍ଗ କବି ବାଇଧର ମାଝୀ, ବରିଷ୍ଠ ସାମ୍ବାଦିକ ବେଣୁଧର ପଣ୍ଡା,ପ୍ରାକ୍ତନ ପ୍ରଧାନ ଶିକ୍ଷକ କାହ୍ନୁଚରଣ ସାହୁ, ପ୍ରମୋଦ କୁମାର ମଲ୍ଲିକ, ବିଷ୍ଣୁ ଚରଣ ଓଝା, ରଘୁନାଥ ମିଶ୍ର, ଲବଙ୍ଗଲତା ପରିଡ଼ା, ପଦ୍ମନାଭ ଶତପଥୀ, ପ୍ରଦୀପ ଶତପଥୀ,ରଶ୍ମିତା ବେହେରି, ପ୍ରମୁଖ ଅତିଥି ଭାବେ ଯୋଗଦେଇ ଦୁଖି ଦରିଦ୍ରଙ୍କ ସେବାରେ ନିୟୋଜିତ ବଣମଲ୍ଲି ଅନୁଷ୍ଠାନର ସେବା କାର୍ଯ୍ୟକୁ ପ୍ରଶଂସା କରିଥିଲେ!ସଭା ପରେ ରଶ୍ମିତା ବେହେରାଙ୍କ ସଂଯୋଜନାରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା! ଏଥିରେ ୩୦ ଜଣରୁ ଉର୍ଦ୍ଧ୍ବ କବି ଓ କବୟିତ୍ରୀ ସ୍ୱରଚିତ କବିତା ପାଠ କରିଥିଲେ! ଉତ୍ସବରେ ବିଶିଷ୍ଟ ସାମ୍ବାଦିକ, କବି କବୟିତ୍ରୀ ଓ ସାଂସ୍କୃତି ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା! ଶେଷରେ ନିର୍ମାଲ୍ୟ ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ!
Govt
Leave A Reply