Odisha news

ଜାତୀୟ ଖାଉଟି ଦିଵସ ପାଳିତ

0
ଆଠଗଡ଼ ତା ୨୪-୧୨-୨୩ ସ୍ଥାନୀୟ ବିଶ୍ଵନାଥ ବିଦ୍ୟାପୀଠ ଠାରେ ଆଠଗଡ଼ ଖାଉଟି ସଙ୍ଘ ଏବଂ ଖାଦ୍ୟ ଯୋଗାଣ ବିଭାଗ ମିଳିତ ଆନୁକୂଲ୍ୟରେ ଜାତୀୟ ଖାଉଟି ଦିଵସ ପାଳିତ ହୋଇ ଯାଇଛି। ଆଠଗଡ଼ ତାଲୁକ ଆଇନ ସେବା କମିଟି ର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଳା ଦୌରା ଜଜ୍ ପ୍ରଦୀପ କୁମାର ସାହୁ ଏଥିରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଖାଉଟି ସୁରକ୍ଷା ଆଇନ୍ ସମ୍ପର୍କରେ ଆଲୋଚନା କରିଥିଲେ। ମୁଖ୍ୟ ବକ୍ତା ଭାବରେ ଇଣ୍ଟେଲିଜେନ୍ସ ବ୍ୟୁରୋ ଅବସର ପ୍ରାପ୍ତ ନିର୍ଦ୍ଦେଶକ ଭଵେଶ କୁମାର ରାଉତ ଖାଉଟି ଦିଵସ ଦିବସର ପୃଷ୍ଠଭୂମି ଏବଂ ଏହାର ଭୂମିକା ଉପରେ ଆଲୋଚନା କରିଥିଲେ। ଏହି ଅଵସର ରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରା ସହର ପରିକ୍ରମା କରିଵା ସହିତ ଏହି ଦିଵସ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଆଠଗଡ଼ ଖାଉଟି ସୁରକ୍ଷା ସଙ୍ଘ ସଭାପତି ପ୍ରାଣକୃଷ୍ଣ ଦାଶ, ସମ୍ପାଦକ ଅଶୋକ କୁମାର ପଟ୍ଟନାୟକ, ବିଷ୍ଣୁ ପ୍ରସାଦ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ।
Leave A Reply