ରାମାୟଣ ବିଷୟରେ ଯେତେବେଳେ ମଧ୍ୟ ଆଲୋଚନା ହୋଇଥାଏ, ସେତେବେଳେ ଭଗବାନ ରାମଙ୍କ ଛଡା ସବୁଠୁ ଅଧିକ ଚର୍ଚା ହୋଇଥାଏ, ଲଙ୍କାପତି ରାବଣର l ରାବଣ କୁ ଲଙ୍କାପତି କୁହାଯିବାର ଅର୍ଥ ହେଉଛି ସେ ଲଙ୍କାର ରାଜା ଥିଲେ l ଏବଂ ତ୍ରେତେୟା ଯୁଗରେ ଶ୍ରୀରାମ ଙ୍କ ସହିତ ଯୁଦ୍ଧ ହୋଇଥିଲା ଓ ପ୍ରଭୁ ଶ୍ରୀରାମ ଏହି ଯୁଦ୍ଧରେ ରାବଣର ବଧ କରିଥିଲେ l ରାବଣ ଗୋଟିଏ ମହାଜ୍ଞାନୀ ପଣ୍ଡିତ ଥିଲା l ସେ ସତ୍ୱ, ରଜ ଓ ତମ ଗୁଣରେ ବିଦ୍ୱାନ ଥିଲା l
କିନ୍ତୁ ରାବଣ ମଧ୍ୟରେ ତମୋ ଗୁଣ ସବୁଠୁ ଅଧିକ ଥିଲା ଓ ସତ୍ୱ ଗୁଣ ସବୁଠୁ କମ ରହିଥିଲା l ତମୋଗୁଣ ର ଅର୍ଥ ହେଲା ରାବଣ ନିକଟରେ ସତ୍ୟ ଓ ଅସତ୍ୟ ମଧ୍ୟରେ ବିଚାର କରିବାର ଶକ୍ତି ନଥିଲା l ଅର୍ଥାତ ସେ ଅଜ୍ଞାନ ଓ ଅନ୍ଧକାର ମଧ୍ୟରେ ରହୁଥିଲା l ରାବଣ ପୂଲସ୍ତ୍ୟ ମୁନୀ ଙ୍କ ପୁତ୍ର ମହର୍ଷି ବିଶ୍ରବା ଓ ରାକ୍ଷସୀ କେକସି ଙ୍କ ପୁତ୍ର ଥିଲେ l ମାନ୍ୟତା ଅନୁସାରେ ରାବଣର ଜନ୍ମ ୩ଟି ଅଭିଶାପ କାରଣରୁ ହୋଇଥିଲା l ଏହି ସବୁ ତଥ୍ୟ ସତ୍ୱେ ରାବଣ ମଧ୍ୟରେ ରାକ୍ଷସ ତତ୍ୱ କେଉଁଠୁ ଆସିଲା ?
ମାନ୍ୟତା ରହିଛି ୩ଟି ଅଭିଶାପ କାରଣରୁ ରାବଣ ଜନ୍ମ ନେଇଥିଲା l ଏଥିରୁ ପ୍ରଥମ ଟି ହେଲା ସନକlଦିକ ବ୍ରାହ୍ମଣ ଦ୍ୱାରା ଅଭିଶାପ ମିଳିଥିଲା l ରାବଣ ଓ ତାର ଭାଇ କୁମ୍ଭକର୍ଣ୍ଣ ପୂର୍ବ ଜନ୍ମ ରେ ଭଗବାନ ବିଷ୍ଣୁ ଙ୍କ ଦ୍ୱାରପାଳ ଥିଲେ, ଯାହାଙ୍କ ନାମ ଥିଲା ଜୟ -ବିଜୟ l ସନକାଦିକ ବାଲ ବ୍ରାହ୍ମଣ ଯେତେବେଳେ ବୈକୁଣ୍ଠ ପୁରୀକୁ ଯିବାପାଇଁ ପ୍ରବେଶ ଦ୍ୱାରରେ ପହଞ୍ଚିଥିଲେ ସେତେବେଳେ ଜୟ -ବିଜୟ ତାଙ୍କୁ ଅଟକାଇ ଦେଇଥିଲେ l ଏହି କାରଣରୁ ବ୍ରାହ୍ମଣ ମହାଶୟ ଅସନ୍ତୁଷ୍ଟ ହୋଇ ଉଭୟଙ୍କୁ ପୃଥିବୀ ଲୋକରେ ଜନ୍ମ ନେବା ପାଇଁ ଅଭିଶାପ ଦେଇଥିଲେ l
ଏହାଛଡା ନାରଦଙ୍କ ଅଭିଶାପ କାରଣରୁ ମଧ୍ୟ ତ୍ରେତେୟା ଯୁଗ ରେ ରାମ ଓ ରାବଣ ଙ୍କ ଜନ୍ମ ସ୍ଥିର ହୋଇଯାଇ ଥିଲା l ଏକଦା ରାଜା ପ୍ରତାପ ଭାନୁ ବ୍ରାହ୍ମଣ ମାନଙ୍କୁ ଭୋଜନ କରୁଥିଲେ ଓ ବ୍ରାହ୍ମଣ ଙ୍କୁ ସୂଚନା ମିଳିଥିଲା ଯେ ଏହି ଭୋଜି ରେ ଖାଦ୍ୟ ରେ ମାଂସ ମିଶିଛି l ଏହାପରେ ବ୍ରାହ୍ମଣ ମାନେ କ୍ରୋଧିତ ହୋଇ ପ୍ରତାପ ଭାନୁ ଙ୍କୁ ରାକ୍ଷସ ହେବାର ଅଭିଶାପ ଦେଇଥିଲେ l ଏବଂ ସେହି ପ୍ରତାପ ଭାନୁ ହିଁ ରାବଣ ଥିଲା l ମାନ୍ୟତା ଅନୁସାରେ ପଣ୍ଡିତ ଓ ବ୍ରାହ୍ମଣଙ୍କ ଅଭିଶାପ କାରଣରୁ ରାବଣ ମଧ୍ୟରେ ରାକ୍ଷସ ପ୍ରକୃତି ଭରି ଯାଇଥିଲା l