Odisha news

ତାଲ ମ୍ୟୁଜିକର ପୁଣି ଆଠଟି ନୂଆ ଓଡ଼ିଆ ଗୀତ ମୁକ୍ତିଲାଭ କରିଛି : ୧୫୦୦୦ ଗୀତରେ ପଦାର୍ପଣ କଲା

0

ବିଗତ ୨୦୦୧ ମସିହାରୁ ଆଜି ପର୍ଯ୍ୟନ୍ତ ତାଲ ମ୍ୟୁଜିକ ଓଡିଶା ସଙ୍ଗୀତ ଜଗତକୁ ତାର ଭେଟି ଦେଇ ଆସିଛି | ମ୍ୟୁଜିକ ଇଣ୍ଡଷ୍ଟ୍ରି ର ସମସ୍ତ ଉତ୍ଥାନ ପତନ ସହି ମଧ୍ୟ ସେ କେବେ ନହାରି ନିଜର ଛୋଟିଆ ଛୋଟିଆ ଅବଦାନକୁ ଓଡିଶାବାସୀଙ୍କ ସଂମୁଖରେ ରଖିଚାଲିଛି | ଆଜି ସେ ଶୁଭ ମୁହୂର୍ତ୍ତ ଆସିଛି | ତାଲ ମ୍ୟୁଜିକ ୧୫୦୦୦ ଗୀତରେ ପଦାର୍ପଣ କରିଛି | ସେଇ ଖୁସି ଅବସରରେ ଆଜି ୮ଟି ନୂଆ ଗୀତକୁ ଲୋକାର୍ପଣ କରାଯାଉଛି | ପ୍ରଯୋଜକ ଦେବାଶିଷ ମଲ୍ଲିକ, ଗୀତିକାର ସୁବାଷ ପରିଡା ଏବଂ ସିନେକ୍ରିଟିକ୍ସ ର ପ୍ରଯୋଜକ ରାକେଶ ଭୁଜବଳଙ୍କ ସହଯୋଗରେ ଆଜି ଶେଷ ପର୍ଯ୍ୟାୟ ସଫଳ ହେଇ ପାରିଛି |

ଆଜିର ଏଇ ଉନ୍ମୋଚନ ପ୍ରୋଗ୍ରାମ ମହକେ ସୁବାଷ କୁ ଆପଣ ମାନଙ୍କୁ ହାର୍ଦିକ ସ୍ୱାଗତ | ଆଜି ଏଠାରେ ଆଠଟି ନୂଆ ଓଡ଼ିଆ ଗୀତ ମୁକ୍ତିଲାଭ କରୁଛି | ଗୀତ ଗୁଡିକ ଲେଖିଛନ୍ତି ଗୀତିକାର ସୁବାଷ ଚନ୍ଦ୍ର ପରିଡା , ସଙ୍ଗୀତରେ ସଜେଇଛନ୍ତି ସଙ୍ଗୀତ ନିର୍ଦେଶକ ଦେବାଶିଷ ମଲ୍ଲିକ, ମ୍ୟୁଜିକ ଆରେଞ୍ଜମେଣ୍ଟ ରେ ଅଛନ୍ତି ବିଭୁତି ଭୂଷଣ ଗଡ଼ନାୟକ | ଗୀତଗୁଡିକୁ ନିଜ ନିଜ ସୁମଧୁର ସ୍ୱରରେ ସଜେଇଛନ୍ତି କଣ୍ଠଶିଳ୍ପୀ ଅଭିଜିତ ମଜୁମଦାର, ସୌରଭ ନାୟକ, କରୁଣାକର, ରୁଦ୍ର ମହାନ୍ତି, ମାନସ ପ୍ରିତମ, ଅଭିଜିତ ମିଶ୍ର, ଅନୁରାଗ ଦାସ, ଶ୍ରୀତମ, ସାଇନା ଏବଂ ବୈଭଵୀ ଗଡ଼ନାୟକ | ପ୍ରଯୋଜନାରେ ଅଛନ୍ତି ଦେବାଶିଷ ମଲ୍ଲିକ | ଗୀତଗୁଡିକ ସିନେକ୍ରିଟିକ୍ସ ୟୁଟ୍ୟୁବ ଚ୍ୟାନେଲ ରେ ମୁକ୍ତିଲାଭ କରିବ |

 

 

Leave A Reply