ନୂଆପଡ଼ା -୧୧/୧୨- ସକାଳ ଖବର (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ସିନାପାଲି ଅଞ୍ଚଳର ଅଗ୍ରଣି ଶିକ୍ଷାନୁଷ୍ଠାନ ସରସ୍ୱତୀ ଶିଶୁ ବିଦ୍ଯାମନ୍ଦିରର ରୌପ୍ଯ ଜୟନ୍ତୀ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ବିଦ୍ଯାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ ଶିକ୍ଷାବିତ୍ତ ତୁଳସୀରାମ ମେହେରଙ୍କ ଅଧ୍ଯକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ ରୌପ୍ଯ ଜୟନ୍ତୀ ପାଳନ ନେଇ ବିଶଦ ଆଲୋଚନା ସହ ଜୟନ୍ତୀ ପାଳନ କମିଟି ଗଠନ କରାଯାଇଥିଲା । କମିଟିର ସଭାପତି ଭାବରେ ନନ୍ଦ କୁମାର ପାତ୍ର, ଉପସଭାପତି ଶଶିଭୂଷଣ ମାଝୀ, ପ୍ରଦୀପ ଜୈନ, ଅଜିତ ଯୋଷୀ, ସଂପାଦକ ଅତୁଳ କୁମାର ପାତ୍ର, ସହ-ସଂପାଦକ ଦ୍ରୋଣେଶ୍ୱର ଜଗତ, ଗୌତମ ମେହେର, ରଶ୍ମୀପ୍ରଭା ମେହେର ଓ କୋଷାଧ୍ଯକ୍ଷ ଭାବରେ ବୈଷ୍ଣବ ମେହେରଙ୍କୁ ସର୍ବସମ୍ମତିରେ ମନୋନିତ କରାଯାଇଥିଲା । ସେହିଭଳି କମିଟିର ଉପଦେଷ୍ଟା ଭାବରେ ତୁଳସୀରାମ ମେହେର, ନରହରି ମେହେର, ସତ୍ୟନାରାୟଣ ପାତ୍ର, ଚନ୍ଦ୍ର ଶେଖର ନାୟକ, ସୁବ୍ରତ ଠାକୁର, ଅରିଗଞ୍ଜନ ଯୋଷୀ, ସଞ୍ଜୟ ବେହେରା, ମହାବୀର ଯୋଷୀ, ନବୀନ ଚନ୍ଦ୍ର ମେହେର, ମୋହନ ଚରଣ ଦାଶ ରହିଛନ୍ତି । ପ୍ରାରମ୍ଭରେ ପ୍ରଧାନଆଚାର୍ଯ୍ଯ ରମେଶ କୁମାର ହଂସ ସମସ୍ତଙ୍କୁ ସ୍ବାଗତ କରିଥିଲେ । ଅନ୍ଯମାନଙ୍କ ମଧ୍ଯରେ ବିଦ୍ଯାଳୟ ପରିଚାଳନା ସମିତି ସଭାପତି ରବୀନ୍ଦ୍ର ନାଥ ଯୋଷୀ, ଉପ ସଭାପତି ମେଘନାଦ ମେହେର, ସଂପାଦକ ବାମଦେବ ଦାଶଙ୍କ ସହ ଲଳିତ ସୁନାରୀ, ତରୁଣ କୁମାର ମେହେର, ଗିରିଶ ଚନ୍ଦ୍ର ନାୟକ, ରୂପେଶ ଚନ୍ଦ୍ର ମେହେର, ବଂଶୀଧର ଜଗତ, ଧୀରେନ୍ଦ୍ର ସା, ଚୂଡ଼ାମଣି ମେହେର, ଭୂଜଙ୍ଗ ପାଣିଗ୍ରାହୀ, ଦୀପକ ସା, ଶଙ୍କର ମେହେର, ଜଗନ୍ଯ ମେହେର, ହେତୁରାମ ମେହେର, କ୍ଷଣସୁନ୍ଦର ମେହେର, ପଦ୍ମଲୋଚନ ନାୟକ, ନରେନ୍ଦ୍ର ମେହେର, ଦିନେଶ ମେହେର, ସ୍ୱପ୍ନ କୁମାର କାଣ୍ତ, ହୃଦାନନ୍ଦ ମେହେର ପ୍ରମୁଖଙ୍କ ସହ ଅଞ୍ଚଳର ବୁଦ୍ଧିଜୀବୀ ଉପସ୍ଥିତ ରହି ସୁଚିନ୍ତିତ ମତାମତ ଦେଇଥିଲେ।