ସୋରିଷ ତେଲ ଭିଟାମିନ୍ସ , ମିନେରାଲସ , ଆଇରନ , ଆଣ୍ଟି ଅକ୍ସିଡାଣ୍ଟ ଓ ଅନ୍ୟାନ୍ୟ ପୋଷାଳ ତତ୍ୱରେ ଭରପୁର ହୋଇଥାଏ l ଯେଉଁ କାରଣରୁ ଶରୀର ର ରକ୍ତ ସଞ୍ଚାଳନ ଠିକ ଭାବେ ହୋଇ ଶରୀର କୁ ଅନେକ ଲାଭ ମିଳିଥାଏ l ଆୟୁର୍ବେଦ ଅନୁସାରେ ରାତିରେ ଶୋଇବା ପୂର୍ବରୁ ଶରୀରର କିଛିଟା ଅଙ୍ଗ ରେ ସୋରିଷ ତେଲ ଲଗାଯାଇ ଥାଏ ଶରୀର କୁ ଚମତ୍କାର ଲାଭ ମିଳିଥାଏ l
* ପାଦର ତଳିପା ଗୋଟିଏ ଏଭଳି ସ୍ଥାନ ଯେଉଁଠି ମାଲିସ କରିବା ଦ୍ୱାରା ଆମକୁ ମିଳିଥାଏ ୪ ଟି ଚମତ୍କାର ଲାଭ l
– ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଗୋଡ଼ ର ତଳିପା ରେ ରାତିରେ ସୋରିଷ ତେଲ ମାଲିସ କରିବା ଦ୍ୱାରା ରକ୍ତଚାପ ସନ୍ତୁଳନ ରହିଥାଏ ଓ ଭଲ ନିଦ ହୋଇଥାଏ l
– ଶୀତ ଋତୁରେ ଯଦି ନିଜ ତଳିପା ରେ ପ୍ରତିଦିନ ରାତିରେ ସୋରିଷ ତେଲ ମାଲିସ କରିବେ ତେବେ ପାଦ ଫାଟିବା ଦୂର ହୋଇଥାଏ l
– ଶୋଇବା ପୂର୍ବରୁ ନାଭି ରେ ଯଦି ନିୟମିତ ସୋରିଷ ତେଲ ମାଲିସ କରିବେ ତେବେ ଓଠ ଫାଟିବା ସମସ୍ୟା ଦୂର ହୋଇଥାଏ l ଏହାଛଡା ନୀୟମିତ ଓଠ ରେ ସୋରିଷ ତେଲ ଲଗାଇବା ଦ୍ୱାରା ଓଠ କଳା ହେବା ମଧ୍ୟ ଦୂର ହୋଇଥାଏ l
– ନାଭି ରେ ନିୟମିତ ସୋରିଷ ତେଲ ଲଗାଇବା ଦ୍ୱାରା ପାଚନ ତନ୍ତ୍ର ମଜବୁତ ହୋଇଥାଏ l ପେଟ ସମ୍ବନ୍ଧୀତ ସମସ୍ୟା ଦୂର ହୋଇଥାଏ l
– ଶୋଇବା ପୂର୍ବରୁ ନିୟମିତ କାନ ର ପଛ ଭାଗରେ ସୋରିଷ ତେଲ ଲଗାଇଲେ ଏହାଦ୍ୱାରା କାନ ସମ୍ବନ୍ଧୀୟ ଇନ୍ଫେକ୍ସନ ଦୂର ହୋଇଥାଏ ଓ ମୁଖ ମଣ୍ଡଳ ରେ ଚମକ ଆସିଥାଏ l
– ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ମୁଣ୍ଡରେ ସୋରିଷ ତେଲ ମାଲିସ କରିବା ଦ୍ୱାରା ରାତିରେ ଭଲ ନିଦ ହୋଇଥାଏ ଓ ହାର୍ଟ ମଧ୍ୟ ସୁରକ୍ଷିତ ରହିଥାଏ l