Odisha news

ସସ୍ପେନ୍ସ ବଢାଉଛି ବାଙ୍ଗଲାଦେଶ ଯୁବତୀ : ପୀଢିତାଙ୍କୁ ଜେରା, ପ୍ରତାରକଙ୍କୁ ଧରିବା ନିମନ୍ତେ ପୁଲିସର ସ୍ୱତନ୍ତ୍ର ସ୍କ୍ୱାଡ

0

ଭୋଗରାଇ : ତିନିଦିନ ବିତିଲାଣି ତଥାପି ବାଙ୍ଗଲାଦେଶୀ ଯୁବତୀଙ୍କ ବୟାନ ଓ ପୁଲିସ ଜେରା ତଥା ତଦନ୍ତରେ ବିଳମ୍ବ ହେଉଛି । ସ୍ୱାମୀ ବୋଲି ଦାବି କରୁଥିବା ଏହି ସୁନ୍ଦରୀ ବିଦେଶିନୀ ଏବେ ବାଲେଶ୍ୱର ୱାନଷ୍ଟପ୍ ସେଣ୍ଟରେ ପୁଲିସ ହେପାଜତରେ ରହି ଚିକିତ୍ସିତ ହେଉଛନ୍ତି । ବାଲେଶ୍ୱର ଆରକ୍ଷୀ ଅଧିକ୍ଷକ ସାଗରିକା ନାଥ ଏହି ଘଟଣାକୁ ଗମ୍ଭୀର ଭାବେ ନେଇ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରି ଘଟଣାର ସତ୍ୟତା ଓ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରୁଥିବାର ସୂଚନା ମିଳିଛି । ଏଭଳି ପ୍ରେମାଳାମ ଓ ସ୍ୱାମୀର ଅଧିକାର କ୍ଲାଇମେକ୍ସ ଖୁବ୍ ଶିଘ୍ର ପର୍ଦ୍ଦାଫାଶ ହେବା ପାଇଁ ସମସ୍ତଙ୍କର ଉକ୍ରଣ୍ଠା ବଢିଛି । ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅଧିନ କମର୍ଦ୍ଦା ଥାନା ବୁଦ୍ଧକୁସୁମି ଗ୍ରାମର ବିରେନ୍ଦ୍ର ପ୍ରତାପ ଭଞ୍ଜ ପଶ୍ଚିମବଂଗ ରାଜ୍ୟ ଦୀଘାର ସକୈକ ସହରରେ ଥିବା ଏକ ପାୱାର ହାଉସ୍ରେ ରହି କାର୍ଯ୍ୟ କରୁଥିବା ବେଳେ ଫେସ୍ ବୁକ୍ରେ ବାଙ୍ଗଲାଦେଶର କକ୍ସ ବଜାର ଅଞ୍ଚଳର ରୁମା ମେରିୟମ୍ଙ୍କ ସହ ଆଳାପ, ପ୍ରେମାଳପ ଓ ପରେ ସେଠାରେ ଏକ ମସଜିଦ୍ରେ ୫ବର୍ଷ ପୂର୍ବରୁ ବିରେନ୍ଦ୍ର ବିବାହ କରିଥିବାର ବାଙ୍ଗଲାଦେଶୀ ଯୁବତୀ ଅଭିଯୋଗ କରିଛନ୍ତି । ଯୁବକ ଏବେ ତାଙ୍କ ସହିତ ଯୋଗାଯୋଗ ନରଖିବା ଏବଂ ଫୋନ ବନ୍ଦ ରହିବା ପରେ ବହୁ କଷ୍ଟରେ ବିରେନ୍ଦ୍ରଙ୍କୁ ଖୋଜି ଖୋଜି ତାଙ୍କ ଘରେ ପହଞ୍ଚô ବିରେନ୍ଦ୍ରଙ୍କ ସ୍ତ୍ରୀ ବୋଲି ପରିଚୟ ଦେଇଥିବା ବେଳେ ବିରେନ୍ଦ୍ର ଘରେ ନାହାଁନ୍ତି ଏବଂ ସେ ୫ମାସ ଆଗରୁ ବିଭାହ କରିଥିବା ଘର ଲୋକେ କହି ତାଙ୍କୁ ଏଠାରୁ ·ଲିଯିବାକୁ କହିଥିଲେ ବୋଲି ଯୁବତୀ ଜଣଙ୍କ ବାଲେଶ୍ୱର ଏସ୍ପିଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଯୁବତୀ ଓ ଯୁବକଙ୍କ ବିଭିନ୍ନ ଢଙ୍ଗର ଫଟୋ ମଧ୍ୟ ମୋବାଇଲରେ ରଖିଥିବା ବେଳେ ବିରେନ୍ଦ୍ର ତାଙ୍କ ସ୍ୱାମୀବୋଲି ଯୁବତୀ ଜଣଙ୍କ ଦାବି କରିଛନ୍ତି । ଅପରପକ୍ଷରେ ବିରେନ୍ଦ୍ର ଘରୁ ଅର୍ନ୍ତଧ୍ୟାନ ହେବା ଘଟଣାକୁ ସନେ୍ଦହକୁ ଅଧିକ ରହସ୍ୟାବୃତ୍ତ କରିଛି । ବାଲେଶ୍ୱର ଜିଲ୍ଲା ଭୋଗରାଇ ସୀମାନ୍ତ ଦୀଘାରେ ଥିବା ହୋଟେଲ ଓ ଲଜ୍ରେ ଶହ ଶହ ବାଙ୍ଗଲାଦେଶୀ ଓ ରୋହିଙ୍ଗା ସୁନ୍ଦରୀ ଯୁବତୀ ଅନୈତିକ କାର୍ଯ୍ୟରେ ଲିପ୍ତ ରହି ଯୁବକମାନଙ୍କୁ ଫଶାଇବାର ବାରମ୍ବାର ଅଭିଯୋଗ ହେଉଛି । ବାଙ୍ଗଲାଦେଶରୁ ଆସିଥିବା ଏହି ସୁନ୍ଦରୀ ଯୁବତୀ ବିରେନ୍ଦ୍ରଙ୍କୁ ଫଶାଇବାର ପ୍ରୟାସ କରୁଛି ବୋଲି ବିରେନ୍ଦ୍ରଙ୍କ ପରିବାର ପକ୍ଷରୁ କୁହାଯାଇଛି । ବିରେନ୍ଦ୍ର ପ୍ରତାପ ଭଞ୍ଜଙ୍କୁ ଖୋଜି ବାହାର କରିବାକୁ ପୁଲିସର ସ୍ୱତନ୍ତ୍ର ଟିମ୍ ତଲାସୀ ଅଭିଯାନ ଚଳାଇଥିବା ବେଳେ ବାଙ୍ଗଲାଦେଶୀ ଯୁବତୀ ତାଙ୍କ ସ୍ୱାମୀ ବିରେନ୍ଦ୍ର ନଆସିବା ପର୍ଯ୍ୟନ୍ତ ଭାରତରୁ ଫେରିବେ ନାହିଁ ବୋଲି କହିଛନ୍ତି । ଅପର ପକ୍ଷେ ବିରେନ୍ଦ୍ରଙ୍କ ୫ମାସର ବିବାହିତା ସ୍ତ୍ରୀ ଅନାମିକା ଘରଛାଡ଼ି ନିଜ ବାପ ଘରକୁ ପଳାଇଯାଇଥିବା ଖବର ମିଳିଛି । (ଫଟୋ)

Leave A Reply