Odisha news

ବିଜେପିର ତିନି ରାଜ୍ୟରେ ବିପୁଳକୁ ନେଇ ବିଜୟ ଉତ୍ସବ ପାଳିତ

0
ବାଲିପାଟଣା ୦୩/୧୨ :  ଭାରତର ଜସ୍ଵସି ପ୍ରଧାନମନ୍ତ୍ରୀ ମାନ୍ୟବର ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଛତିଶଗଡ଼,ମଧ୍ୟପ୍ରଦେଶ,ଓ ରାଜସ୍ଥାନ , ଏହି ତିନୋଟି ରାଜ୍ୟରେ ଭାରତୀୟ ଜନତା ପାର୍ଟି ବିପୁଳ ବିଜୟ ହାସଲ କରିଥିବାରୁ,ଜୟଦେବ ନିର୍ବାଚନ ମଣ୍ଡଳୀ ବାଲିପାଟଣା ବ୍ଲକ ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ବିଜୟ ଉତ୍ସବ ପାଳିତ ହୋଇଯାଇଛି।ବାଲିପାଟଣା ମଣ୍ଡଳ ସଭାପତି ନାରାୟଣ ଖୁଣ୍ଟିଆଙ୍କ ନେତୃତ୍ବରେ ବାଜା, ବାଣ ଓ ରୋଷଣୀ କରି ଗୋପବନ୍ଧୁଙ୍କ ପ୍ରତିମୃତ୍ତି ନିକଟରେ ପୁରୁଷ, ମହିଳା କର୍ମୀମାନେ କାନ୍ଧରେ ହାତ ରଖି ନାଚିଥିଲେ। ହାତରେ ଦଳୀୟ ପତାକା ଓ ବ୍ୟାନର ଧରି ,ସ୍ଲୋଗାନ ଦେଇ ବାଲିପାଟଣା ଛକ ପର୍ଯ୍ୟନ୍ତ ଚାଲି ଚାଲି ଆସିଥିଲେ।ସେଠାରେ ଅତସ ବାଜି, ବାଜା ବଜାଇ, ଗୀତ ଗାଇ ଅନେକ ସମୟ ନାଚିଥିଲେ। ଆଗାମୀ ଦିନରେ ବିଜେପି ଓଡ଼ିଶାରେ ମଧ୍ୟ ଅନୁରୂପ ଭାବେ କବଜ୍ଜା କରିବ। ଏହାକୁ ଲକ୍ଷ ରଖି ଏବେ ଠାରୁ ଦଳ ସାଙ୍ଗଠନିକ କ୍ୟାର୍ଯ୍ୟ ଆରମ୍ଭ କରିସାରିଛି। ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ନେତା ବସନ୍ତ ନାୟକ, ମାଗୁଣି ସେଠି, ଶିବ ମଲ୍ଲିକ,ମିନତୀ ବେହେରା,ପ୍ରସନ ଭୋଇ, ବିଧୁ ଭୂଷଣ ମିଶ୍ର, ବିନୋଦିନୀ ମିଶ୍ର,ଜ୍ୟୋତ୍ରୀମୟୀ ଦାସ,ଦେବକୀରାଉତ, ଅନନ୍ତ ପ୍ରଧାନ, ପ୍ରଭାତ ସ୍ୱାଇଁ, ଦିଲ୍ଲୀପ ଖଟେଇ,ଆଶୁତୋଷ ଦାସ ନିର ରାଉତରାୟ, ସୁନନ୍ଦ ମହାରଣା ପ୍ରମୁଖ ଯୋଗ ଦେଇଥିଲେ।
Leave A Reply