ଫିରିଙ୍ଗିଆ,୨୯/୨୨ : କେଉଁ କାଳରୁ ବିବାହ ବ୍ରତ, ଉପବାସ ଓ ବିଭିନ୍ନ ମାଙ୍ଗଲିକ କାର୍ଯ୍ୟ ସବୁରେ ବ୍ୟବହାର ହୋଇ ଆସୁଥିଲା ପାଟ ମହୁରୀ ।ଶଙ୍ଖ ର ଧ୍ଵନି ଯେପରି ଶୁଭଙ୍କର ହୋଇଥାଏ, ଠିକ୍ ସେମିତି ପାଟ ମହୁରୀର ଧ୍ଵନି ମଧ୍ୟ ଶୁଭଙ୍କର ହୋଇଥାଏ।ଲୋକେ ଆଗ କାଳରେ ବାହାଘରେ ଯୋଡି ମହୁରୀ ସାଙ୍ଗକୁ ନିଶାନ, ଢୋଲ, ତାଳ ଇତ୍ୟାଦି ବଜାଉଥିଲେ, ହେଲେ ଆଜିକାଲି ଆଉ ସେସବୁ ଦେଖିବାକୁ ମିଳୁନି ।ଆଧୁନିକ ବାଦ୍ୟଯୋନ୍ତ୍ର ର ବହୁଳ ବ୍ୟବହାର କରିବା ଫଳରେ ଲୁଚିବାକୁ ବସିଲାଣି ପୁରାତନ ବାଜାମହୁରୀ ।ଆଜିର ସମାଜ ଆଧୁନିକ ରୀତିନୀତି ରେ ବଞ୍ଚିବାକୁ କୁ ପସନ୍ଦ କରୁଛି ଓ ପୁରାତନ ପରମ୍ପରା କୁ ଭୁଲିବାକୁ ବସିଛି । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଫିରିଙ୍ଗିଆ ପଞ୍ଚାୟତ ଅନ୍ତର୍ଗତ ନାହାଣା(ଉପରପଡ଼ା)ଗାଁ ରେ ରୁହନ୍ତି ନାଭିଦତ୍ୟ ବେହେରା ବୟସ ଷାଠିଏ ବର୍ଷ ରୁ ଉର୍ଦ୍ଧ ହେବ ବସବାସ କରି ରହି ଆସୁଛନ୍ତି। ପେଶାରେ ସେ ଜଣେ ମହୁରୀଆ । ପିଲାଟି ଦିନରୁ ମହୁରୀ ପ୍ରତି ତାଙ୍କର ଦୁର୍ବଳତା ଥିବାରୁ ସେ ଦୀର୍ଘ ୨୪ ବର୍ଷ ବୟସରେ ହିଁ ପାଲଟି ଯାଇଥିଲେ। ଜମିବାଡ଼ି କହିଲେ ଅଧ ଏକ ର ଖଣ୍ଡେ ହେବ । ସନ୍ତାନ ସନ୍ତତି କେବଳ ଝିଅ ୭ ସମସ୍ତେ ବାହାସାହା ହୋଇ ନିଜ ନିଜ ପରିବାର ସହିତ ଅଛନ୍ତି |ବାର୍ଦ୍ଧକ୍ୟ ରେ ପାଦ ଥାପିଥିଲେ ମଧ୍ୟ ବାର୍ଦ୍ଧକ୍ୟ ଭତ୍ତା ରୁ ବଞ୍ଚିତ ରହିଛନ୍ତି ନାଭିଦତ୍ୟ । ଅଞ୍ଚଳ ରେ ଆଞ୍ଚଳିକ ପର୍ବପର୍ବାଣୀ,ବିବାହ, ବ୍ରତ, ପୂଜା ପାର୍ବଣ ଅନ୍ତେଷ୍ଟିକ୍ରିୟା ଆଦି କାର୍ଯ୍ୟରେ ଖୋଜା ପଡନ୍ତି ନାଭିଦତ୍ୟ । ନାଭିଦତ୍ୟ ଙ୍କ ମହୁରୀର ସୁରେ ସୁରେ ଝୁମି ଯାଆନ୍ତି ସମସ୍ତ ଦେବଦେବୀ । କେଉଁ ଦେବୀ ପାଇଁ କେଉଁ ସୁର ବଜେଇଲେ ଦେବୀ ସନ୍ତୁଷ୍ଟ ଏକଥା ଠିକ୍ ଜାଣନ୍ତି ନାଭିଦତ୍ୟ।ତାଙ୍କର ଏହି ଅଭିଜ୍ଞତା ଯୋଗୁଁ ଦଶହରା, ଚୈତ୍ର ଓ ଅନ୍ୟାନ୍ୟ ପର୍ବରେ ବିଭିନ୍ନ ଗ୍ରାମର ଲୋକେ ତାଙ୍କୁ ମହୁରୀ ବଜେଇବା ପାଇଁ ଖୋଜନ୍ତି। ହେଲେ ଆଗପରି ଆଉ ଲୋକେ ତାଙ୍କୁ ଖୋଜୁ ନାହାନ୍ତି ।ଆଧୁନିକ ବାଦ୍ୟଯନ୍ତ୍ର ଛଡ଼େଇ ନେଇଛି ନାଭିଦତ୍ୟ ଙ୍କ ଜୀବିକା । ଲୋକଙ୍କ ପ୍ରତ୍ୟେକ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଶୁଭ କାର୍ଯ୍ୟରେ ଆଜିକାଲି ଲୋଡ଼ାପଡୁଛି ବ୍ୟାଣ୍ଡବାଜା । ମହୁରୀ ବାଜା କୁ ଆଉ ଲୋକେ ପସନ୍ଦ କରୁନଥିବା ନାଭିଦତ୍ୟ କହିଛନ୍ତି।
କୌଣସି ଶୁଭ କାମରେ ପ୍ରଥମେ ମାଙ୍ଗଳିକ, ମାଟି ଦେବତା, ଭଣ୍ଡାରୁଣୀ , ଠାକୁରାଣୀ, ପେଣ୍ଡ୍ରାଣୀ, ଚାର ଚୌରାଶୀ ଆଦି ସ୍ଥାନ ପର୍ଯ୍ୟାୟ କ୍ରମେ ବଜାଇ ଥାନ୍ତି ନାଭିଦତ୍ୟ । କିଛି ନିୟମରେ ବନ୍ଧା ରହିଥାନ୍ତି ଏହି ସାଧକମାନେ।କୌଣସି ଏକ ନିର୍ଦ୍ଧିଷ୍ଟ ବାରରେ ଉପବାସ ରହିବାକୁ ପଡେ। ବିଭିନ୍ନ ଛନ୍ଦରେ ବାଜିଲେ ଦେବୀ ବି କେମିତି ତାଳ ଦେଇ ନାଚନ୍ତି ଯାହା ଏବେବି ବୈଶାଖ ପୂଜାରେ ଗାଆଁ ଗଣ୍ଡାରେ ଦେଖିବାକୁ ମିଳେ। ଦୁଃଖର ବିଷୟ ଆଜି ମନ୍ଦିରରେ ଭକ୍ତ ଙ୍କ ସଂଖ୍ୟା କିଛି କମ୍ ନଥିବା ବେଳେ ବି ମହୁରୀ ଘଣ୍ଟି ପିଟୁଛି ଯନ୍ତ୍ର । ଏଯାଏ କଳାକାର ଭତ୍ତା ରୁ ବଞ୍ଚିତ ଅଛନ୍ତି ନାଭିଦତ୍ୟ ସଂପ୍ରତି ଆଦିମ ସଂସ୍କୃତି ଲୁଚି ଯାଉଥିବା ବେଳେ ଏହି ବିରଳ ବାଦ୍ୟ କୁ ବଞ୍ଚାଇ ରଖିବା ପାଇଁ ମହୁରିଆ ମାନେ ନିବେଦନ କରୁଛନ୍ତି। ସଂସ୍କୃତି ବିଭାଗରେ ଶହ ଶହ ଛାତ୍ର ଗବେଷଣା କରୁଥିବା ବେଳେ ମହୁରୀ ର ମୌଳିକ ସୁରକ୍ଷା ଦିଗରେ କେହି ଯତ୍ନବାନ ହେଉ ନାହାନ୍ତି । ନାଭିଦତ୍ୟ ଙ୍କୁ ସରକାର କଳାକାର ଭତ୍ତା ଯୋଗେଇ ଦେବା ସହ ଏହି ବିରଳ ବାଦ୍ୟ କୁ ବଂଚେଇ ରଖିବା ପାଇଁ କିଛି ପଦକ୍ଷେପ ନେଲେ ପୁରୁଣା ଆଦିମ ସଂସ୍କୃତି ବଞ୍ଚି ରହନ୍ତା ବୋଲି ବୁଦ୍ଧିଜୀବୀ ମାନେ ମତ ଦିଅନ୍ତି ।
