Odisha news

ଛତ୍ରପୁର ଉପଖଣ୍ଡ ସ୍ତରୀୟ ତିନି ଦିନିଆ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ, କୃଷକ ର ଉନ୍ନତି ହେଲେ ଦେଶ ର ଉନ୍ନତି ହେବ 

0
ଛତ୍ରପୁର,୨୨।୧୧    : ରାଜ୍ୟ ସରକାର କୃଷି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ କୃଷକ ମାନଙ୍କୁ ବିଭିନ୍ନ ପ୍ରୋତ୍ସାହନ ଯୋଗାଇଦେବାକୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି l ଏହି ଅବସରରେ  କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଛତ୍ରପୁର ଅନସ୍ଲୋ ହାଇସ୍କୁଲ ଖେଳପଡ଼ିଆ ଠାରେ ବୁଧବାର ତିନି ଦିନିଆ ଛତ୍ରପୁର ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ରାଜ୍ୟ ଯୋଜନା ବୋର୍ଡ ର ସଦସ୍ୟ ଡ଼ା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ରାଜ୍ୟ ଉପଦେଷ୍ଠା ରାମଚନ୍ଦ୍ର ପଣ୍ଡା, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଛତ୍ରପୁର ଏନଏସି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଦକ୍ଷିଣାଞ୍ଚଳ କୃଷି ବିଭାଗ ର ଅଧିକ୍ଷଣ ଯନ୍ତ୍ରୀ ଇଂ ଶେଖ ମମତାଜ ଅଲ୍ଲୀ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସୁବ୍ରତ କୁମାର ସାହୁ ପ୍ରମୁଖ ଯୋଗ ଦେଇ ଏକ ବୃକ୍ଷରେ ପାଣି ଦେଇ କାର୍ଯ୍ୟକ୍ରମ କୁ ଶୁଭ ଉଦଘାଟନ କରିଥିଲେ,   ଏହା ସହିତ   କୃଷି ଓ କୃଷକ ମାନଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ବିଭିନ୍ନ କାର୍ଯ୍ୟ ହାତକୁ ନେଇଥିବାରୁ ସମସ୍ତେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l  କୃଷକ ର ଉନ୍ନତି ହେଲେ ଦେଶର ଉନ୍ନତି ହେବ ବୋଲି ମଧ୍ୟ କହିଥିଲେ,  ଯନ୍ତ୍ରପାତି ମାଧ୍ୟମରେ କୃଷି କାମ କଲେ ତାହା ଖର୍ଚ୍ଚାନ୍ତ କମ ହୁଏ, ମାଣ୍ଡିଆ ଚାଷ ରେ ଓଡିଶା ଦେଶ ରେ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିଛି, ଓଡିଶା ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ରାଜ୍ୟ ରେ କୃଷି ର ଉନ୍ନତି ହୋଇଛି, ଏନେଇ ରାଜ୍ୟ ଷଷ୍ଠ ଥର ଭାବେ ପୁରସ୍କୃତ ହୋଇଛି ବୋଲି ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା କହିଥିଲେ,ପୂର୍ବରୁ କେବଳ ଜିଲ୍ଲା ସ୍ତରୀୟ କୃଷି ଓ କୃଷକ ଯନ୍ତ୍ରପାତି ମେଳା ଅନୁଷ୍ଠିତ ହେଉଥିବା ବେଳେ ଚଳିତ ବର୍ଷ ଠାରୁ ଉପଖଣ୍ଡ ସ୍ତରରେ ଏହି ମେଳା ଆୟୋଜନ କରିବା ପାଇଁ ନିର୍ଦେଶ ଦେଇଛନ୍ତି l ଫଳରେ କୃଷକ ମାନେ ଏଠାରୁ ଟ୍ରାକ୍ଟର ସମେତ ବିଭିନ୍ନ ଉପକରଣ ରିହାତି ଦର ରେ ପାଇପାରିବେ l ଏହି ମେଳା ରେ କୃଷି ସମ୍ବନ୍ଧୀୟ  ୨୨ ଗୋଟି ଷ୍ଟଲ  ଖୋଲାଯାଇଛି l ଏଥିରେ ଉପଖଣ୍ଡ ସ୍ତର ର ୮ ଗୋଟି ବ୍ଲକ ର କୃଷକ ଓ ସ୍ୱୟଂ ସହାୟିକା ଗୋଷ୍ଠୀ ର ସଦସ୍ୟା ମାନେ ଯୋଗ ଦେଇଥିଲେ, ଏହା ସହିତ ବୁଧବାର ପ୍ରଥମ ପର୍ଯ୍ୟାୟ ରେ ୭ ଟି ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କୁ ଋଣ ଆକାରେ ଚେକ ପ୍ରଦାନ  ଏବଂ ଗଞ୍ଜାମ ବ୍ଲକର ଦୁଇଟି ସ୍ୱୟଂ ସହାୟକ ଗୋଷ୍ଠି ର ସଦସ୍ୟା ମାନଙ୍କୁ ମିନି ଯାଇ ମିଲ ଓ ତେଲ ମିଲ ନିମନ୍ତେ ଉପକରଣ ବଣ୍ଟନ କରାଯାଇଥିଲା,   ଏହି ମେଳା ଆଜି ଠାରୁ ଆରମ୍ଭ ହୋଇ ତିନି ଦିନ ଧରି ଚାଲିବ l  ଯାହା ଫଳରେ କୃଷକ ମାନେ ବିଭିନ୍ନ ଉପକରଣ ରିହାତି ଦରରେ ପାଇପାରିବେ l
Govt
Leave A Reply