Odisha news

ପରିବାର  ପ୍ରତିବନ୍ଧକ ପ୍ରେମିକ ପ୍ରେମିକା କଲେ ଆତ୍ମହତ୍ୟା

0
ଦଶପଲ୍ଲା୨୧/୧୧ : ପ୍ରଥମେ ଭଲ ପାଇବା ପରେ ସବୁଦିନ ପାଇଁ ଜୀବନସାଥୀ ହୋଇ ରହିବାକୁ ସ୍ଥିର କରିଥିବା  ପ୍ରେମିକ ପ୍ରେମିକା ଙ୍କ ପାଇଁ ପରିବାର  ହେଲା ପ୍ରତିବନ୍ଧକ । ଏହାପରେ  ଆତ୍ମହତ୍ୟା କରିଛନ୍ତି ଉଭୟ ପ୍ରେମିକ ଓ ପ୍ରେମିକା । ଏହି ଘଟଣା ଉଭୟ ଙ୍କ ଗ୍ରାମରେ ଏକ ଶୋକାକୁଳ ପରିବେଶ ସୃଷ୍ଟି କରିଥିବା ବେଳେ ପରିବାର ରେ ଦେଖାଦେଇଛି ଶୋକରଛାୟା । ଏଭିଳି ଘଟଣା ଘଟିଯାଇଛି ଦଶପଲ୍ଲା ଥାନା ମଧ୍ୟଖଣ୍ଡ ଗଡଭିତର ସାହି ଓ ଘୋଳାହାଣ୍ଡି ମୁଣ୍ଡା ସାହି ଗ୍ରାମରେ । ମିଳିଥିବା ଖବର ଅନୁସାରେ ମଧ୍ୟଖଣ୍ଡ ଗ୍ରାମର ନାଲୁ ମାଝୀଙ୍କ ପୁଅ ସିପୁନ ମାଝୀ ଓ ଘୋଳାହାଣ୍ଡି ମୁଣ୍ଡାସାହି ଗ୍ରାମର ସିନ୍ଧୁଆ ମାଝୀ ଙ୍କ ଝିଅ ସୁମିତ୍ରା ମାଝୀ ଙ୍କୁ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଉଭୟ ଉଭୟ ଙ୍କୁ ଭଲ ପାଉଥିବା ବେଳେ ଉଭୟ ବିବାହ ପାଇଁ ପ୍ରତିଶ୍ରୁତି ବଦ୍ଧ ଥିଲେ ।  ମାତ୍ର ଉଭୟ ଙ୍କ ଜାତି ଅଲଗା ହୋଇଥିବାରୁ ଉଭୟ ପରିବାର ଏହାକୁ ନାପସନ୍ଦ କରି ଆସୁଥିଲେ । କୌଣସି କାରଣରୁ ଏହାକୁ ନେଇ ସିନ୍ଦୁଆଙ୍କ ପରିବାର ରେ ଅଶାନ୍ତି  ଦେଖାଦେବା ସହ ସିନ୍ଧୁଆ ତାଙ୍କ ଝିଅ କୁ ଗାଳି ଗୁଲଜ କରିଥିଲେ ଏହାକୁ ନେଇ ସିନ୍ଧୁଆ ଙ୍କ ଝିଅ ସୁମିତ୍ରା ବେକରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିବା ବେଳେ ଦଉଡି ଦେବା ପୁର୍ବରୁ ସୁମିତ୍ରା ତାର ପ୍ରେମିକ ସିପୁନ କୁ  ଭିଡିଓ କଲ ରେ ଏହା ଦେଖାଇଥିଲା । ଏହା ଦେଖି ପ୍ରେମିକ ସିପୁନ ଆତ୍ମହରା ହୋଇ ନିଜକୁ ସମ୍ଭାଳି ନ ପାରି ନିଜ ଘର ଛାତ ରେ ଦଉଡି ଲଗାଇ ଆତ୍ମ ହତ୍ୟା କରିଥିଲା । ସକାଳୁ ସିପୁନ ଛାତ ଉପରୁ ନ ଆସିବାରୁ ସିପୁନ ର ମା ଛାତ ଉପରକୁ ଯାଇ ଦେଖନ୍ତି ସିପୁନ ଆତ୍ମହତ୍ୟା କରିଛି । ଘଟଣା ଜଣାପଡିବା ପରେ ଲୋକ ଗହଳି ହେବା ସହ ଏହା ଚର୍ଚ୍ଚାର ବିଷୟ ହୋଇଛି । ମାତ୍ର ଖବର ଲେଖା ଯିବା ସୁଧା ଏ ଘଟଣା ସମ୍ପର୍କ ରେ ଦଶପଲ୍ଲା ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ବେଳେ ଉଭୟ ଙ୍କୁ ପରିବାରଲୋକ ଉଭୟ ଙ୍କୁ ନିଜ ଗ୍ରାମ ମଶାଣି ରେ ପଞ୍ଚନାମା କରିଛନ୍ତି ।
Leave A Reply