ନୂଆଦିଲ୍ଲୀ : ବର୍ତମାନ ବିଶ୍ୱକପ୍ ପାଇଁ ଭାରତର ଷ୍ଟାର କ୍ରିକେଟ ବୋଲର ମହମଦ ସାମୀ ସାରା ବିଶ୍ୱର ଆକର୍ଷଣ ର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି l ମହମଦ ସାମୀ ନିଜର ଚିତାକର୍ଷକ ଓ ଡ୍ରତାତମ ବୋଲିଙ୍ଗ ଦ୍ୱାରା ସମସ୍ତ ଦର୍ଶକ ଙ୍କ ହୃଦୟ କୁ ବେସ ଜୟ କରି ପାରିଛନ୍ତି l କିଛି ବର୍ଷ ପୂର୍ବେ ନିଜର ବ୍ୟକ୍ତିଗତ ଜୀବନ କୁ ନେଇ ସାମୀ ଆଲୋଚନାର ବିଷୟ ହୋଇଥିଲେ , କିନ୍ତୁ ଆଜି ନିଜର ବୋଲିଙ୍ଗ କୌଶଳ ପାଇଁ ଆଲୋଚିତ ହେଉଛନ୍ତି l ସବୁଠି ମହମଦ ସାମୀ ଙ୍କୁ ନେଇ ଚର୍ଚ୍ଚା ଓ ପ୍ରଶଂସା l ସମସ୍ତେ କରୁଛନ୍ତି ତାଙ୍କର ଭୁରୀ ଭୁରୀ ପ୍ରଶଂସା l ଠିକ ଏହି ସମୟରେ ସୋସିଆଲ ମିଡିଆରେ ମହମଦ ସାମୀ ଙ୍କ ମାଙ୍କର ଗୋଟିଏ ଭିଡିଓ ଭାଇରଲ ହେଉଛି l ଯେଉଁଥିରେ ତାଙ୍କ ମା ପୈତୃକ ଗ୍ରାମ ଆମରୋହାରେ ନମାଜ ପଢି ପୁଅଙ୍କ ଶୁଭ ମନାସୁଛନ୍ତି ଓ ଦୁଆ ମାଗୁଛନ୍ତି l ମହମଦ ସାମି ଙ୍କ କ୍ରୀଡା କୌଶଳ ପାଇଁ ତାଙ୍କ ମାଙ୍କୁ ମଧ୍ୟ ବିଭିନ୍ନ ମହଲରୁ ଅଭିବାଦନ ର ସୁଅ ଛୁଟିଛି l