ନୂଆଦିଲ୍ଲୀ : କ୍ରିକେଟ ବିଶ୍ୱକପ ୨୦୨୩ ନଭେମ୍ବର ୧୯ ତାରିଖ ରବିବାର ଦିନ ଦୁଇଟି ଉଦୀୟମାନ ଦଳ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଯାଉଛି l ଗଜୁରାଟ ର ଅହମଦାବାଦ ରେ ଥିବା ନରେନ୍ଦ୍ର ମୋଦି ଷ୍ଟାଡିୟମ ରେ ଏହି ମ୍ୟାଚ ଅନୁଷ୍ଠିତ ହେବ l ଭାରତୀୟ ସମୟନୁସାରେ ଏହି ମ୍ୟାଚ ରବିବାର ୧୯ ତାରିଖ ଦିନ ୧୨ ଟା ସମୟରେ ଅନୁଷ୍ଠିତ ହେବ l
ଭାରତୀୟ ପାଣିପାଗ ବିଭାଗ ର ସୂଚନା ଅନୁଯାୟୀ ଏହି ମ୍ୟାଚ ପାଇଁ ପାଗ ସମ୍ପୂର୍ଣ ଅନୁକୂଳ ରହିବ l ଆକାଶ ନିର୍ମଳ ରହିବ , ଅଧିକତମ ତାପମାତ୍ରା ୩୩ ଡିଗ୍ରୀ ଓ ସର୍ବନିମ୍ନ ତାପମାତ୍ରା ୨୧ ଡିଗ୍ରୀ ସେଲସିୟାସ ରହିବ ବୋଲି ପୂର୍ବାନୁମାନ କରାଯାଇଛି l
ପାଣିପାଗ ବିଭାଗ ପକ୍ଷରୁ ରବିବାର୍ ବର୍ଷା ହେବାର ସମ୍ଭାବନା ନାହିଁ , ଏବଂ ସନ୍ଧ୍ୟା ସମୟରେ ଆଦ୍ରତା ରହିବାର ସମ୍ଭାବନା ରହିଛି l IMD ପକ୍ଷରୁ ସୂଚନା ଦିଆଯାଇଛି ଯେ ପାଗ ୧୯-୨୨ ନଭେମ୍ବର ପର୍ଯ୍ୟନ୍ତ ଶୁଖିଲା ରହିବ l