Odisha news

ଏମ୍କେସି ହାଇସ୍କୁଲ ପୁରାତନ ଛାତ୍ର ସଂସଦ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ଅନୁଷ୍ଠିତ

0

ବାରିପଦା  : ଏମକେସି ହାଇସ୍କୁଲ ପୁରାତନ ଛାତ୍ର ସଂସଦ ତରଫରୁ କାର୍ଯ୍ୟନିର୍ବାହୀ ପରିଷଦର ବୈଠକ ବିଦ୍ୟାଳୟ ପରିସରରେ ଅବସ୍ଥିତ ସଂସଦର କାର୍ଯ୍ୟାଳୟ ପରିସରରେ ସଂସଦର ସଭାପତି ପୂର୍ଣେନ୍ଦୁ କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ ରଞ୍ଜନ ବାନାର୍ଜୀ ବିଗତ ଅଧିବେଶନର ବିବରଣୀ ଉପସ୍ଥାପନ କରିଥିବାବେଳେ କୋଷାଧ୍ୟକ୍ଷ ପ୍ରଦୀପ କୁମାର ପାଣିଗ୍ରାହୀ ଆର୍ଥôକ ବିବରଣୀ ପ୍ରଦାନ କରିଥିଲେ । ବରିଷ୍ଠ ସଦସ୍ୟ ପ୍ରଦୀପ କିଶୋର ମହାନ୍ତି ଆୟୋଜିତ ହେବାକୁ ଥିବା ଫୁଟବଲ୍ ମ୍ୟାଚ ସମ୍ପର୍କରେ ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ଛାତ୍ର ଡଃ ସୁଶାନ୍ତ କୁମାର ପାତ୍ର, ରବୀନ୍ଦ୍ର ନାଥ ସାହୁ, ପ୍ରଦୀପ କୁମାର ଦାସ, ମାନସ ରଞ୍ଜନ ଦାଶ, ସତ୍ୟବ୍ରତ ମହାନ୍ତି ଓ ଅନ୍ତର୍ଯ୍ୟାମୀ ସାହୁ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିବାବେଳେ ପ୍ରାକ୍ତନ ଛାତ୍ର ଅମିତାଭ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply