ବାରିପଦା : ଓଡିଶା ଆମେଚିଏର ବକ୍ସିଂ ଏସୋସିଏସନ ଆନୁକୂଲ୍ୟରେ ରାଜ୍ୟ ସ୍ତରୀୟ ପୁରୁଷ ଓ ମହିଳା ବକ୍ସିଂ ପ୍ରତିଯୋଗିତା ରାଉରକେଲା ଠାରେ ଅନୁଷ୍ଠିତ ହେବ ଓ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଇଛୁକ ପ୍ରତିଯୋଗୀ ମାନେ ୧୪ତାରିଖ ଦିନ ବାରିପଦା ଷ୍ଟାଡିୟମରେ ମୟୂରଭଞ୍ଜ ଏଥଲେଟିକ ଏସୋସିଏସନ ମାଧ୍ୟମରେ ପଞ୍ଜିକରଣ କରିପାରିବେ ବୋଲି ସାଧାରଣ ସମ୍ପାଦକ ବିଜୟ କୁମାର ଦାସ ଜଣାଇଛନ୍ତି । ପଞ୍ଜିକରଣ ପରେ ସେହିଦିନ ଉପଯୁକ୍ତ ପ୍ରତିଯୋଗୀଙ୍କୁ ଚୟନ କରାଯିବ । ପ୍ରତିଯୋଗୀ ମାନେ ନିଜର ପ୍ରକୃତ ଡିଜିଟାଲ ଜନ୍ମ ପ୍ରମାଣପତ୍ର, ଆଧାର କାର୍ଡ ଦାଖଲ କରିବା ଆବଶ୍ୟକ ଓ ଉଭୟ ପୁରୁଷ ଓ ମହିଳା ପ୍ରତିଯୋଗୀଙ୍କ ଜନ୍ମ ୦୧/୦୧/୧୯୮୩ ରୁ ୩୧/୧୨/୨୦୦୪ ମଧ୍ୟରେ ହୋଇଥିବା ଆବଶ୍ୟକ ବୋଲି ସହ ସମ୍ପାଦକ ରବୀନ୍ଦ୍ର କୁମାର ମହାନ୍ତିଙ୍କ ସୂତ୍ରରୁ ପ୍ରକାଶ । ଏହି ଶିବିରରୁ ଚୟନ ହୋଇଥିବା ଉପଯୁକ୍ତ ବୋକ୍ସର ଚଳିତ ମାସ ୧୬ ଓ ୧୭ତାରିଖରେ ରାଉରକେଲା ସ୍ଥିତ ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ବକ୍ସିଂ ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ ବୋଲି ସାଧାରଣ ସମ୍ପାଦକ ଶ୍ରୀ ଦାସ ଜଣାଇଛନ୍ତି ।