ଘୁମୁସର ଜିଲ୍ଲା ଗଠନ : ଦୀର୍ଘ ସ୍ଥାୟୀ ଆନ୍ଦୋଳନ ଚଳାଇବା ଉଦ୍ଦେଶ୍ୟରେ ଦେବୀ ବିଶୋୟୀଙ୍କ ଆହ୍ୱାନ କ୍ରମେ ସର୍ବ ଦଳୀୟ ବୈଠକ
ଭଞ୍ଜନଗର ନିର୍ମାଣ ବିଭାଗ ଡାକ ବଙ୍ଗଳା ଠାରେ ଘୁମୁସର ଜିଲ୍ଲା ଗଠନ ନିମନ୍ତେ ଏକ ଦୀର୍ଘ ସ୍ଥାୟୀ ଆନ୍ଦୋଳନ ଚଳାଇ ରଖିବା ଉଦ୍ଦେଶ୍ୟ ଦେବୀ ବିଶୋୟୀଙ୍କ ଆହ୍ୱାନ କ୍ରମେ ଏକ ସର୍ବ ଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସମସ୍ତ ରାଜନୈତିକ ଦଳ ଓ ଅନୁଷ୍ଠାନର କର୍ମକର୍ତ୍ତା ଯୋଗ ଦେଇଥିଲେ। ଉକ୍ତ ବୈଠକରେ ନିଷ୍ପତି ନିଆଗଲା ଯେ ପୂର୍ବରୁ ଜିଲ୍ଲା ଆନ୍ଦୋଳନ ପାଇଁ ଯେଉଁ ଯୁବ ଛାତ୍ର ସଂଗ୍ରାମ ସମିତି ଗଠନ କରାଯାଇଥିଲା ତାକୁ ପରିବର୍ଦ୍ଧିତ କରି ଘୁମୁସର ଜିଲ୍ଲା ସଂଗ୍ରାମ ସମିତି ଗଠନ କରା ଯାଇଥିଲା। ଉକ୍ତ ବୈଠକରେ ଉପସ୍ଥିତ ଥିବା ସମସ୍ତ ସଦ୍ୟସ ମାନଙ୍କ ସର୍ବ ସମ୍ମତି କ୍ରମେ ଭଞ୍ଜନଗର ଏନ୍ଏସିର ନଗରପାଳ ଗୋପବନ୍ଧୁ ମହାପାତ୍ରଙ୍କୁ ସଭାପତି ଭାବେ ଚୟନ କରାଯାଇଥିଲା।। ଏଥିସହ ନିଶାକର ବିଶୋୟୀଙ୍କୁ କାର୍ଯ୍ୟକାରୀ ସଭାପତି ସୁକାନ୍ତ କୁମାର ଦିଗାଲ ଓ ମୁରଲୀଧର ପଣ୍ଡାଙ୍କୁ ଉପସଭାପତି,ମହମ୍ମଦ ନୌସାଦ,ବିଦ୍ୟଧାର ପ୍ରଧାନ ଓ ଅଯୋଧ୍ୟା ନାଥ ମହାପାତ୍ରଙ୍କୁ ସାଧାରଣ ସମ୍ପାଦକ ଭାବେ ଚୟନ କରାଯାଇଥିଲା। ସେହିପରି ଧୀରଜ ପଟ୍ଟନାୟକଙ୍କୁ ସମ୍ପାଦକ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ଉକ୍ତ କାର୍ଯ୍ୟକାରୀ କମିଟି ଘୁମୁସର ଜିଲ୍ଲା ଆନ୍ଦୋଳନକୁ ସକ୍ରୀୟ କରି ଭଞ୍ଜନଗର ଉପଖଣ୍ଡର ସମସ୍ତ ବ୍ଲକକୁ ଏକତ୍ରୀତ କରି ଜିଲ୍ଲା ଆନ୍ଦୋଳନଙ୍କୁ ତୀବ୍ର କରିବା ପାଇଁ ଶପଥ ନେଇଥିଲେ। ଆସନ୍ତା ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ସମୟରେ ଦାବିପତ୍ର ଦେବା ନେଇ ନିଷ୍ପତି ନିଆଯାଇଥିଲା।
ଭଞ୍ଜନଗର ରୁ ଅମରେନ୍ଦ୍ର କୁମାର ପଟ୍ଟନାୟକ ସକାଳ ଖବର